ଓଡ଼ିଶାରେ ଅଗଷ୍ଟ ୯ରୁ ଖୋଲିବ ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ
ଭୁବନେଶ୍ୱର
ଅଗଷ୍ଟ ୦୪
ରାଜ୍ୟ ସରକାର ସମସ୍ତ ବୈଷୟିକ ବିଶ୍ୱବିଦ୍ୟାଳୟ, କଲେଜ, ପଲିଟେକନିକ୍ ଏବଂ ଆଇଟିଆଇର ସ୍ନାତକୋତ୍ତର, ଅଣ୍ଡରଗ୍ରାଜୁଏଟ୍ ଓ ଡ଼ିପ୍ଲୋମା ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ଅଗଷ୍ଟ ୯ରୁ ଶ୍ରେଣୀଗୃହ ଶିକ୍ଷାଦାନ ଆରମ୍ଭ କରିବାକୁ ଅନୁମତି ଦେଇଛନ୍ତି । ଏହି ସବୁ ଶିକ୍ଷାନୁଷ୍ଠାନ କୋଭିଡ଼-୧୯ ପାଇଁ ଜାରି ଷ୍ଟାଣ୍ଡାର୍ଡ ଅପରେସନ୍ ପ୍ରସିଡିଓର ବା ଏସଓପିକୁ କାର୍ଯ୍ୟକାରୀ ମରିବା ମାଧ୍ୟମରେ ସେମାନଙ୍କ ଶିକ୍ଷାନୁଷ୍ଠାନକୁ ଖୋଲିବାକୁ କୁହାଯାଇଛି । ରାଜ୍ୟରେ କରୋନା ପରିସ୍ଥିତିରେ ଉନ୍ନତି ଘଟି ଥିବାରୁ ସରକାର ବିଶ୍ୱବିଦ୍ୟାଳୟ, ଇଂଜିନିୟରିଂ, ପ୍ରଫେସନାଲ କଲେଜ, ପଲିଟେକନିକ୍ ଓ ଡ଼ିପ୍ଲୋମା ପାଠ୍ୟକ୍ରମ ଚଳାଇ ଥିବା ଶିକ୍ଷାନୁଷ୍ଠାନ ଓ ଆଇଟିଆଗୁଡିକୁ ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ୯ ତାରିଖରୁ ଖୋଲିବାକୁ ଅନୁମତି ଦେଇଥିବା ଓଡ଼ିଶା ସରକାରଙ୍କ କୌଶଳ ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଆଜି ସୂଚନା ଦିଆଯାଇଛି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS