ଓଡ଼ିଶାରେ ଭୋଟ ସରିବ ୨୯ରେ , ମତଦାନ କମିଛି
ଓଡ଼ିଶାରେ ଏପ୍ରିଲ ୧୧ରୁ ଆରମ୍ଭ ଚାଲି ଥିବା ୨୦୧୯ ଲୋକସଭା ଓ ବିଧାନସଭା ନିର୍ବାଚନ ୨୯ରେ ସରିବାକୁ ଯାଉଛି । ଚାରି ପର୍ଯ୍ୟାୟରୁ ତିନି ପର୍ଯ୍ୟାୟ ନିର୍ବାଚନ ସରିଲାଣି । ରାଜ୍ୟର ୨୧ ଲୋକସଭା ଆସନରୁ ୧୫ଟିରେ ଏପ୍ରିଲ ୧୧, ୧୮ ଓ ୨୩ରେ ନିର୍ବାଚନ ହୋଇଥିଲା । କଳାହାଣ୍ଡି ଲୋକସଭା ଆସନରେ ୨୦୧୪ରେ ୭୫.୭୦ ପ୍ରତିଶତ ମତଦାନ ହୋଇଥିବା ବେଳେ ୨୦୧୯ରେ ତାହା ୭୫.୯୭ ପ୍ରତିଶତ ହୋଇଛି । ନବରଙ୍ଗପୁର ଜିଲ୍ଲାରେ ୨୦୧୪ରେ ୭୮.୭୨ ପ୍ରତିଶତ ମତଦାନ ହୋଇଥିବା ବେଳେ ୨୦୧୯ରେ ୭୮.୮୯ ପ୍ରତିଶତ ମତଦାନ ହୋଇଛି । ବ୍ରହ୍ମପୁର ଲୋକସଭା ଆସନରେ ୨୦୧୪ ତୁଳନାରେ ୨୦୧୯ ନିର୍ବାଚନରେ ମତଦାନ ପ୍ରତିଶତ ୨.୨୪ କମିଛି । ୨୦୧୪ରେ ଏହି ଲୋକସଭା ଆସନରେ ମତଦାନ ହାର ଥିଲା ୬୭.୮୯ । ୨୦୧୯ରେ ୬୫.୬୫ ପ୍ରତିଶତ ମତଦାତା ସେମାନଙ୍କ ମତଦାନ କରିଛନ୍ତି । କୋରାପୁଟ ଓ ବରଗଡ଼ ଲୋକସଭା ଆସନରେ ମଧ୍ୟ ୨୦୧୪ ତୁଳନାରେ ୨୦୧୯ରେ ମତଦାନ ହାର କମିଛି । କୋରାପୁଟ ଲୋକସଭା ଆସନରେ ୨୦୧୪ରେ ୭୬.୦୧ ପ୍ରତିଶତ ମତଦାନ ହୋଇଥିବା ବେଳେ ୨୦୧୯ରେ ୭୪.୭୭ ପ୍ରତିଶତ ମତଦାନ ହୋଇଛି । ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଥିବା ବରଗଡ଼ ଜିଲ୍ଲାର ବରଗଡ ଲୋକସଭା ଆସନରେ ମତଦାନ ହାର ୨୦୧୪ରେ ୭୮.୫୩ ଥିବା ବେଳେ ୨୦୧୯ରେ ତାହା ୭୭.୭୨କୁ କମିଛି । ସୁନ୍ଦରଗଡ଼, ବଲାଙ୍ଗୀର ଓ କନ୍ଧମାଳ ଆସନରେ ମଧ୍ୟ ଏକା ଅବସ୍ଥା ଦେଖିବାକୁ ମିଳିଛି । ସୁନ୍ଦରଗଡ଼ ଲୋକସଭା ଆସନରେ ୨୦୧୪ରେ ୭୧.୬୬ ପ୍ରତିଶତ ମତଦାନ ହୋଇଥିଲା । ୨୦୧୯ରେ ତାହା ୭୧.୫୩କୁ ଖସିଛି । ବଲାଙ୍ଗୀର ଜିଲ୍ଲାରେ ୨୦୧୪ରେ ୭୪.୭୦ ପ୍ରତିଶତ ମତଦାତା ମତଦାନ କରିଥିଲେ । ୨୦୧୯ରେ ମତଦାନ ହାର ୭୪.୩୮ ହୋଇଛି । କନ୍ଧମାଳ ଜିଲ୍ଲାରେ ୨୦୧୪ରେ ମତଦାନ ଥିଲା ୭୩.୪୯ ପ୍ରତିଶତ । ୨୦୧୯ରେ ତାହା ୭୨.୮୮ ପ୍ରତିଶତକୁ କମିଛି । ତେବେ, ଆସିକା ଲୋକସଭା ଆସନରେ ୨୦୧୪ ତୁଳନାରେ ୨୦୧୯ରେ ମତଦାନ ହାର ବଢିଛି । ୨୦୧୪ରେ ଆସିକା କ୍ଷେତ୍ରରେ ମତଦାନ ହାର ଥିଲା ୬୩.୬୫ ପ୍ରତିଶତ । ୨୦୧୯ ନିର୍ବାଚନରେ ତାହା ୬୫.୮୯ ପ୍ରତିଶତକୁ ବଢିଛି । ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ ଓ ପୁରୀ ଲୋକସଭା କ୍ଷେତ୍ରରେ ମତଦାନ ହାର କମିଥିବା ବେଳେ ଭୁବନେଶ୍ୱର ଲୋକସଭା ଆସନରେ ବଢିଛି । ୨୦୧୪ ନିର୍ବାଚନରେ ସମ୍ବଲପୁର ଆସନରେ ୭୬.୬୨ ପ୍ରତିଶତ, କେନ୍ଦୁଝର ଆସନରେ ୮୦.୪୮ ପ୍ରତିଶତ, ଢେଙ୍କାନାଳ ଆସନରେ ୭୬.୪୩ ପ୍ରତିଶତ, କଟକ ଆସନରେ ୭୧.୩୫ ପ୍ରତିଶତ ଓ ପୁରୀ ଆସନରେ ୭୪.୭୧ ପ୍ରତିଶତ ମତଦାନ ହୋଇଥିଲା । ୨୦୧୯ ନିର୍ବାଚନରେ ସମ୍ବଲପୁର ଆସନରେ ୭୬.୩୮ ପ୍ରତିଶତ, କେନ୍ଦୁଝର ଆସନରେ ୭୮.୧୬ ପ୍ରତିଶତ, ଢେଙ୍କାନାଳ ଆସନରେ ୭୪.୯୮ ପ୍ରତିଶତ, କଟକ ଆସନରେ ୬୯.୬୫ ପ୍ରତିଶତ ଓ ପୁରୀ ଆସନରେ ୭୨.୫୩ ପ୍ରତିଶତ ମତଦାନ ହୋଇଛି । କେବଳ, ଭୁନେଶ୍ୱର ଆସନରେ ୨୦୧୯ ନିର୍ବାଚନରେ ମତଦାନ ହାର ୧.୨୨ ପ୍ରତିଶତ ବଢିଛି । ଏହି ମର୍ଯ୍ୟାଦାଜନକ ଆସନରେ ୨୦୧୪ ନିର୍ବାଚନରେ ୫୮.୩୮ ପ୍ରତିଶତ ମତଦାତା ମତଦାନ କରିଥିଲେ । ୨୦୧୯ରେ ତାହା ୫୯.୬୦କୁ ବଢିଛି । ରାଜ୍ୟର ୪ଟି ଲୋକସଭା କ୍ଷେତ୍ରରେ ମତଦାନ ହାର ବଢିଥିବା ବେଳେ ୧୧ଟି ଲୋକସଭା ଆସନରେ ମତଦାନ କମିଛି । ତୃତୀୟ ପର୍ଯ୍ୟାୟରେ ସରି ଥିବା କେନ୍ଦୁଝର ଲୋକସଭା ଆସନରେ ସର୍ବାଧିକ ୭୮.୧୬ ପ୍ରତିଶତ ମତଦାନ ହୋଇଥିବା ବେଳେ ଭୁବନେଶ୍ୱରରେ ସର୍ବନିମ୍ନ ୫୯.୬୦ ପ୍ରତିଶତ ମତଦାନ ହୋଇଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS