‘ପଦ୍ମାବତୀ’ ରିଲିଜ୍ ଉପରେ ରହିତାଦେଶ ଦେବାକୁ ମନା କଲେ ସୁପ୍ରିମ କୋର୍ଟ
ନୂଆଦିଲ୍ଲୀ,୧୧ ନଭେମ୍ବର: ସଂଜୟ ଲୀଳା ବଂଶାଳୀଙ୍କ ନିଦେ୍ର୍ଦଶିତ ବିବଦମାନ ଚଳଚ୍ଚିତ୍ର ‘ପଦ୍ମାବତୀ’ର ରିଲିଜ୍ ଉପରେ ରହିତାଦେଶ ଦେବାକୁ ଶୁକ୍ରବାର ଦିନ ସୁପ୍ରିମ କୋର୍ଟ ମନା କରି ଦେଇଛନ୍ତି । ଏହି ଚଳଚ୍ଚିତ୍ରକୁ ସେନସର୍ ବୋର୍ଡ ସାର୍ଟିଫିକେଟ ମିଳିଲାଣି କି ନାହିଁ ଜାଣିବାକୁ ଚାହିଁ ଥିଲେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ । ସୁପ୍ରିମ କୋର୍ଟ ଚଳଚ୍ଚିତ୍ରର ରିଲିଜ ଉପରେ ରହିତାଦେଶ ଦେବାକୁ ମନା କରି ଦେବାରୁ ଆଲହାବାଦ ହାଇକୋର୍ଟ ମଧ୍ୟ ଏହି ଚଳଚ୍ଚିତ୍ରକୁ ନିଷିଦ୍ଧ କରିବାକୁ ହୋଇଥିବା ଏକ ଆବେଦନକୁ ଗ୍ରହଣ କରିବାକୁ ମନା କରି ଦେଇଛନ୍ତି ।
ରଣବୀର ସିଂହ, ସାହୀଦ କପୁର ଓ ଦୀପିକା ପାଦୁକୋଣ ମୁଖ୍ୟ ଭୂମିକାରେ ଥିବା କିମ୍ବଦନ୍ତୀ ଭିତ୍ତିକ ବଲିଉଡ୍ ଚଳଚ୍ଚିତ୍ର ‘ପଦ୍ମାବତୀ’ ଡ଼ିସେମ୍ବର ୧ ତାରିଖରେ ମୁକ୍ତିଲାଭ କରିବାକୁ ଯାଉଛି । ଶୁକ୍ରବାର ସୁପ୍ରିମ କୋର୍ଟ ଦେଇଥିବା ରାୟ ଚଳଚ୍ଚିତ୍ରର ନିର୍ମାତା-ନିଦେ୍ର୍ଦଶକ ବଂଶାଳୀଙ୍କୁ ବଡ ଆଶ୍ୱସ୍ତି ଦେଇଛି । ରାଜସ୍ଥାନର ଜୟପୁରଠାରେ ଏହି ଚଳଚ୍ଚିତ୍ରର ସୁଟିଂ ଚାଲିଥିବା ସମୟରେ ସୁଟିଂ ସେଟ୍ରେ ବ୍ୟାପକ ଭଂଗାରୁଜା କରାଯାଇଥିଲା । କୋହ୍ଲାପୁରରେ ମଧ୍ୟ ଏହାର ସୁଟିଂ ସମୟରେ ହିଂସାର ସୂତ୍ରପାତ ହୋଇଥିଲା । ଚଳଚ୍ଚିତ୍ରରେତ୍ତଚିତ୍୍ତୋର ରାଣୀ ପଦ୍ମାବତୀଙ୍କ ଚରିତ୍ରକୁ ନ୍ୟୁନ ଭାବେ ଉପସ୍ଥାପନ କରାଯାଇଛି ଏବଂ ରାଜପୁତ ମହିଳାଙ୍କ ଅସ୍ମିତାକୁ ନ୍ୟୁନ କରାଯାଇଛି ବୋଲି ଅଭିିଯୋଗ କରାଯାଇ ‘ପଦ୍ମାବତୀ’ର ରିଲିଜ୍ ନିଷିଦ୍ଧ କରାଇବାକୁ କିଛି ଦିନ ହେଲା ଯୋରଦାର ଉଦ୍ୟମ ଚାଲିଛି ।
ଶୁକ୍ରବାର ଦିନ ସୁପ୍ରିମ କୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ରଙ୍କ ନେତୃତ୍ୱରେ ଗଠିତ ଏକ ଖଣ୍ଡପୀଠ ମାମଲାର ଶୁଣାଣୀ କରି ସେନସର୍ ବୋର୍ଡ ଫିଲ୍ମକୁ ଦେଖିଛି କି ନାହିଁ, ସାର୍ଟିଫିକେଟ୍ ଦେଇଛି କି ନାହିଁଁ ପ୍ରଥମେ ଜାଣିବାକୁ ଚାହିଁ ଥିଲେ । ସେନସର୍ ବୋର୍ଡ ଏପର୍ଯ୍ୟନ୍ତ ସାର୍ଟିଫିକେଟ୍ ଦେଇ ନଥିବା ଜାଣିବା ପରେ ଖଣ୍ଡପୀଠ ଚଳଚ୍ଚିତ୍ରର ରିଲିଜ୍ ଉପରେ ସ୍ଥଗିତାଦେଶ ଦେବାକୁ ମନା କରି ଦେଇଥିଲେ । କୋର୍ଟ କହିଲେ ଯେ, ଚଳଚ୍ଚତ୍ରକୁ ସାର୍ଟିଫିକେଟ୍ ଦେବା ସକାଶେ ସିବିଏଫସିର ବିଭିନ୍ନ ନୀୟମାବଳୀ ରହିଛି । ଏହାଛଡା, କିଛି ଆପତ୍ତି ଥିଲେ ଶୁଣାଣୀ ପାଇଁ ଫିଲ୍ମ ସାର୍ଟିଫିକେସନ୍ ଆପିଲେଟ୍ ଅଥରିଟି (ଏଫସିଏଟି) ରହିଛି । ସିଦ୍ଧରାଜସିଂହ ମହାବୀରସିଂହ ଚୂଡାସମା ଓ ଅନ୍ୟ ୧୧ ଜଣ ଆବେଦନକାରୀଙ୍କ ଆଡୁ ଚଳଚ୍ଚିତ୍ରର ରିଲିଜ୍ ଉପରେ ସ୍ଥଗିତାଦେଶ ଜାରି ପାଇଁ ଆବେଦନ ହୋଇଥିଲା ଏବଂ ମୁଖ୍ୟ ବିଚାରପତିଙ୍କ ସହ ଖଣ୍ଡପୀଠରେ ଥିବା ଅନ୍ୟ ବିଚାରପତି ଜଷ୍ଟିସ ଏ.ଏମ. ଖାୱିଲକର ଓ ଡ଼ି.ୱାଇ ଚନ୍ଦ୍ରଚୂଡ଼ ଏହାର ଶୁଣାଣୀ କରିଥିଲେ ।
very beautiful paje making and developed very nicely. is it not bettar to allow other than odisha people to read articles of national interest prasadarao . shall I can send an article of hazards of rural journalism and some other articles sir.thanking you for developing very much interested web prasadarao ji.hope our web would definitely provide justice to the society.
thanks for your comments sir. If you like to write some articles for me I will be happy to welcome you. with regards Prasad Rao
you are welcome sir.