କାର୍ତିକ ମାହାତ୍ମ୍ୟ – ଶ୍ରୀକ୍ଷେତ୍ରର ପଂଚତୀର୍ଥ
- ପୁରୀରୁ ସ୍ମିତାଲି ସ୍ମୃତି ସ୍ନିଗ୍ଧା –
ବର୍ଷର ସବୁ ମାସର କିଛି କିଛି ମହତ୍ୱ ରହିଛି । ତେବେ, ଧର୍ମ ମାସ ରୂପେ କାର୍ତିକ ମାସକୁ ବେଶି ପ୍ରାଧାନ୍ୟ ଦିଆଯାଏ । କୁହାଯାଏ ଯେ,ଏହି ମାସର ପୁଣ୍ୟ ଅନ୍ୟ କେଉଁ ମାସରେ ନ ଥାଏ । ବର୍ଷ ଯାକର ପାପ ଏହି ଗୋଟିଏ ମାସର ପୂଜାରେ ଧୋଇଯାଏ। ହିନ୍ଦୁମାନେ କାର୍ତିକରେ ଧର୍ମ କରିବାକୁ ସାଧାରଣତଃ ଶ୍ରୀକ୍ଷେତ୍ର ପୁରୀକୁ ବହୁ ଦୂରଦୂରାନ୍ତରୁ ଧାଇଁ ଆସନ୍ତି । କାର୍ତିକରେ ଧର୍ମ ଅର୍ଜିବା ପାଇଁ ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ସହ ପୁରୀରେ ଥିବା ପଂଚତୀର୍ଥରେ ସ୍ନାନର ମଧ୍ୟ ଗୁରୁତ୍ୱ ରହିଛି । ପଂଚତୀର୍ଥ ଅର୍ଥ ହେଲା ପାଂଚଟି ଜଳାଶୟ, ଯାହାକୁ ଗଙ୍ଗା ଆଖ୍ୟା ଦିଆଯାଇଛି । ଏହି ପୋଖରୀରେ ସ୍ନାନ କଲେ ସମସ୍ତ ପାପା ଧୋଇ ଯାଏ ବୋଲି ବିଶ୍ୱାସ ରହିଛି । ପାଂଚଟିଞ୍ଚପୁଷ୍କରଣୀ ହେଲା – ମାର୍କଣ୍ଡେୟ, ଶ୍ୱେତଗଙ୍ଗା, ଇନ୍ଦ୍ରଦ୍ୟୁମ୍ନ, ରୋହିଣୀକୁଣ୍ଡ ଓ ମହୋଦଧି ।
ପଂଚତୀର୍ଥ ପୁଷ୍କରିଣୀ ମଧ୍ୟରେ ମାର୍କଣ୍ଡେୟକୁ ଅଧିକ ଗୁରୁତ୍ୱ ଦିଆଯାଇଥାଏ । ପ୍ରଥମେ ମାର୍କଣ୍ଡେୟରେ ସ୍ନାନ କରି ଜଗନ୍ନାଥଧାମରେ ପ୍ରବେଶ କଲେ ଅଶେଷ ପୁଣ୍ୟ ହୋଇଥାଏ ବୋଲି ବିଶ୍ୱାସ ରହିଛି । ପ୍ରାୟ ୪ ଏକର ପରିବ୍ୟାପ୍ତ ଏହି ପୁଷ୍କରଣୀ ପାଶ୍ୱର୍ରେ ରହିଛି ମାର୍କଣ୍ଡେୟ ଦେବଙ୍କ ମନ୍ଦିର, ଯେଉଁଠାରେ ଦେବଙ୍କ ଦେବ ମହାଦେବ ପୂଜା ପାଇଥାନ୍ତି । ଦ୍ୱିତୀୟ ଧର୍ମ ପୁଷ୍କରଣୀ ରୂପେ ଶ୍ୱେତଗଙ୍ଗାକୁ ଗଣାଯାଏ । ନୀଳାଚଳର ଦକ୍ଷିଣରେ ରହିଛି ଏହି ଧର୍ମ ପୁଷ୍କରଣୀ । ମସô ଅବତାର ରୂପରେ ଭଗବାନ ବିଷ୍ଣୁ ଏଠାରେ ପୂଜା ପାଆନ୍ତି । ତତ୍ସହିତ ଏଠାରେ ରାଜା ଶ୍ୱେତଙ୍କର ମନ୍ଦିର ଅବସ୍ଥିତ । ତୃତୀୟରେ ଇନ୍ଦ୍ରଦ୍ୟୁମ୍ନ ପୋଖରୀ ରହିଛି । ଏହାର ମଧ୍ୟ ଏକ ଭିନ୍ନ ମାହାତ୍ମ ରହିଛି, ଯାହାକି ମହାଭାରତରେ ବିଶେଷ ଭାବେ ବର୍ଣ୍ଣିତ । ରାଜା ଇନ୍ଦ୍ରଦ୍ୟୁମ୍ନ ବ୍ରାହ୍ମଣମାନଙ୍କୁ ଦାନ କରିଥିବା ହଜାର ହଜାର ଗାଈଙ୍କ ଖୁରାରେ ଏହି ପୋଖରୀର ସୃଷ୍ଟି । ସେହିଦିନ ଠାରୁ ଏହା ଇନ୍ଦ୍ରଦ୍ୟୁମ୍ନ ପୁଷ୍କରଣୀ ନାମରେ ନାମିତ । ଅନ୍ୟ ଏକ ତୀର୍ଥ ସ୍ଥାନ ରୂପେ ରୋହିଣୀକୁଣ୍ଡ ପୂଜା ପାଇଥାଏ । ଏହା ଜଗନ୍ନାଥ ମନ୍ଦିର ବେଢ଼ାରେ ମାଁ ବିମଳାଙ୍କ ମନ୍ଦିର ସାମ୍ନାରେ ଅବସ୍ଥିତ । ମନ୍ଦିରକୁ ଆସୁଥିବା ଅସଂଖ୍ୟ ଶ୍ରଦ୍ଧାଳୁ ଏଠାରେ ଜଳ ସିଂଚନ କରି ପୁଣ୍ୟ ଅର୍ଜନ କରିଥାନ୍ତି । ପୁରାଣରେ ବର୍ଣ୍ଣିତ ଅଛି ଯେ, ରାଜା ଇନ୍ଦ୍ରଦ୍ୟୁମ୍ନ ଶ୍ରୀ ଜଗନ୍ନାଥ ମନ୍ଦିର ନିର୍ମାଣ ପରେ ବ୍ରହ୍ମାଙ୍କୁ ଏହା ପ୍ରତିଷ୍ଠା ପାଇଁ ନିମନ୍ତ୍ରଣ ଦେଇଥିଲେ । ଠିକ୍ ସେହି ସମୟରେ ରାଜା ନୀଳମାଧବ ଆସି ଜଗନ୍ନାଥ ମନ୍ଦିରକୁ ନିଜର ବୋଲି ଦାବି କରିଥିଲେ । ଠିକ୍ ସେହି ସମୟରେ ମନ୍ଦିର ନିର୍ମାଣ ବେଳକୁ ସେଠାରେ ରହି ଆସୁଥିବା କାଉ ଓ ବଗ ଏହା ଇନ୍ଦ୍ରଦ୍ୟୁମ୍ନ ନିର୍ମାଣ କରିଛନ୍ତି ବୋଲି ପ୍ରମାଣ ଦେଇଥିଲେ । ସେହି ଦିନ ଠାରୁ ବ୍ରହ୍ମାଙ୍କ ଆଦେଶରେ ରାଜା ନୀଳମାଧବ ଏହି ତୀର୍ଥ ଜଳରେ ରହି ମହାପ୍ରଭୁଙ୍କୁ ପ୍ରାର୍ଥନା କରୁଛନ୍ତି। ଏକ ପ୍ରମୁଖ ପଂଚତୀର୍ଥ ରୂପେ ମହୋଦଧି ପରିଗଣିତ ।
ପୁରୀର ମୁଖ୍ୟ ଆକର୍ଷଣ କୁହାଯାଉଥିବା ମହୋଦଧି ପର୍ଯ୍ୟଟନସ୍ଥଳୀ ଏବଂ ତୀର୍ଥସ୍ଥଳୀ ମଧ୍ୟ । ଏହାର ସ୍ୱର୍ଣ୍ଣାଭ ବେଳାଭୂମି ଦୂରଦୂରାନ୍ତରୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଅନ୍ୟତମ ପ୍ରମୁଖ ଆକର୍ଷଣ । କାର୍ତିକ ମାସର ହବିଶ୍ୟ କରିବାକୁ ଆସୁଥିବା ହବିଷ୍ୟାଳିମାନେ କାର୍ତିକ ବ୍ରତ ସାରି ପୂର୍ଣ୍ଣିମା ଦିନ ସୂର୍ଯେ୍ୟାଦୟ ପୂର୍ବରୁ ଏହି ପଂଚତୀର୍ଥରେ ସ୍ନାନ ସାରି ସମୁଦ୍ରରେ ଡଙ୍ଗା ଭସାଇଥା’ନ୍ତି ।
I appreciate your effort for elaborate about the holy month of Kartika and Purnima. It’s a auspicious month for all Odias. Even those are living out of Odisha are celebrating this festival every year with full of joy and anxiety
Thanks Madam.