ମରୁଡ଼ି ଅଂଚଳ ଚାଷିଙ୍କୁ ତୁରନ୍ତ ରବି ଋଣ ଦିଆଯିବାକୁ ସରକାରଙ୍କ ନିଦେ୍ର୍ଦଶ
ଭୁବନେଶ୍ୱର, ୦୪ ନଭେମ୍ବର: ଗଲା ଖରିଫ ଋତୁରେ ସ୍ୱଳ୍ପ ବୃଷ୍ଟି ଯୋଗୁ ଫସଲ ହାନୀର ସମ୍ମୁଖୀନ ହୋଇଥିବା ଚାଷିଙ୍କ ମଧ୍ୟରୁ ଶତକଡା ୩୩ ଭାଗରୁ ଅଧିକ ଫସଲ କ୍ଷତି ଘଟି ଥିବା ଚାଷିଙ୍କୁ ତୁରନ୍ତ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ । ଏହି ଘୋଷଣାକୁ ଆଖିରେ ରଖି କ୍ଷତିଗ୍ରସ୍ତ ଚାଷିଙ୍କୁ ତୁରନ୍ତ ରବି ଋଣ ଯୋଗାଇ ଦେବାକୁ ସମବାୟ ସଂସ୍ଥା ଓ ସମବାୟ ବ୍ୟାଙ୍କ୍କୁ ସରକାର ନିଦେ୍ର୍ଦଶ ଦେଇଛନ୍ତି । ମରୁଡ଼ି ଅଂଚଳ ଚାଷିଙ୍କ ଠାରୁ ଋଣ ଦରଖାସ୍ତ ମିଳିବାର ୧୫ ଦିନ ମଧ୍ୟରେ ରବି ଋଣ ଯୋଗାଇ ଦିଆଯିବାକୁ ଶୁକ୍ରବାର ଦିନ ସରକାରୀ ନିଦେ୍ର୍ଦଶନାମା ଜାରି ହୋଇଛି । ରାଜ୍ୟ ସମବାୟ ବିଭାଗ ଶାସନ ସଚିବ ରଂଜନା ଚୋପ୍ରା ସମବାୟ ସଂସ୍ଥା ସମୁହର ରେଜିଷ୍ଟ୍ରାର୍ ଏବଂ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ପରିଚାଳନା ନିଦେ୍ର୍ଦଶକଙ୍କୁ ଚିଠି ଲେଖି ମରୁଡ଼ି ଯୋଗୁ କ୍ଷତିଗ୍ରସ୍ତ ଚାଷିଙ୍କୁ ବିନା ଦ୍ୱିଧାରେ ରବି ଋଣ ଯୋଗାଣ ବ୍ୟବସ୍ଥା କରିବାକୁ କହିଛନ୍ତି । ଚାଷିମାନେ ରବି ଚାଷ ପାଇଁ ମହାଜନଙ୍କ ଦ୍ୱାରସ୍ଥ ଯେମିତି ନ ହେବେ ସେଥି ସକାଶେ ଦରଖାସ୍ତ ମିଳିବାର ୧୫ ଦିନ ମଧ୍ୟରେ ରବି ଋଣ ଯୋଗାଇ ଦିଆଯିବ ବୋଲି ସମବାୟ ବିଭାଗ ପକ୍ଷରୁ ବ୍ୟାପକ ପ୍ରଚାର ବ୍ୟବସ୍ଥା କରାଯିବାକୁ ମଧ୍ୟ ସରକାରଙ୍କ ଆଡୁ ନିଦେ୍ର୍ଦଶ ଦିଆଯାଇଛି । ପୂର୍ବରୁ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ଗତ ଖରିଫ ଋତୁରେ ଫସଲ ହାନୀର ସମ୍ମୁଖୀନ ହୋଇଥିବା ଚାଷିଙ୍କୁ ରବି ଚାଷ ପାଇଁ ସାନି ଋଣ ଯୋଗାଇ ଦିଆଯିବ ବୋଲି ଗତ ୨୫ ତାରିଖ ଘୋଷଣା କରିଥିଲେ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS