ମହିଳା ଓ ୧୯ ବର୍ଷରୁ କମ୍ କ୍ରିକେଟ୍ ବିଶ୍ୱକପ୍ ଯୋଗ୍ୟତା ପର୍ଯ୍ୟାୟ ସ୍ଥଗିତ
ଦୁବାଇ, ମେ’୧୫
ମହିଳା ବିଶ୍ୱକପ୍ ଓ ୨୦୨୨ର ୧୯ ବର୍ଷରୁ କମ୍ ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାର ଯୋଗ୍ୟତା ପର୍ଯ୍ୟାୟକୁ ଆଇସିସି ସ୍ଥଗିତ କରିଛି । ୨୦୨୧ ଜୁଲାଇ ୩ରୁ ୧୯ ତାରିଖ ପର୍ଯ୍ୟନ୍ତ ଶ୍ରୀଲଙ୍କାରେ ଏହା ହେବାକୁ ଥିଲା । ମହିଳା ବିଶ୍ୱକପ୍ ଯୋଗ୍ୟତା ପର୍ଯ୍ୟାୟରେ ଶ୍ରୀଲଙ୍କା, ବାଂଲାଦେଶ,ଆୟର୍ଲାଣ୍ଡ, ନେଦରଲାଣ୍ଡ, ପାକିସ୍ତାନ, ପାପୁଆ ନ୍ୟୁଗିନି, ଥାଇଲାଣ୍ଡ, ଆମେରିକା, ୱେଷ୍ଟ୍ ଇଂଡିଜ୍ ଓ ଜିମ୍ବାୱେ ଭଳି ୧୦ଟି ଦଳ ଅଂଶ ଗ୍ରହଣ କରିବାର ଥିଲା । ସେଥିରୁ ନ୍ୟୁଜିଲାଣ୍ଡରେ ହେବାକୁ ଥିବା ବିଶ୍ୱକପ୍ ଲାଗି ତିନିଟି ଦଳ ଯୋଗ୍ୟତା ହାସଲ କରିଥା’ନ୍ତେ । ଅପରପକ୍ଷରେ, ୨୦୨୨ର ୧୯ ବର୍ଷରୁ କମ୍ ବିଶ୍ୱକପ୍ ଲାଗି ୟୁରୋପୀୟ ଯୋଗ୍ୟତା ପର୍ଯ୍ୟାୟ ଜୁଲାଇ ୨୪ରୁ ୩୦ ମଧ୍ୟରେ ଖେଳା ଯିବାର ଥିଲା । ଏହାପରେ, ଏସିୟା, ଆଫ୍ରିକା ପର୍ଯ୍ୟାୟ ମଧ୍ୟ ଖେଳା ଯିବାର ଥିଲା । ତେବେ, କରୋନା ମହାମାରୀ ପାଇଁ ଏସବୁ ସ୍ଥଗିତ କରାଯାଇଛି । ନୂଆ ତାରିଖ ଆସନ୍ତା କିଛି ଦିନ ମଧ୍ୟରେ ଘୋଷଣା କରାଯିବ ବୋଲି ଆଇସିସି କହିଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS