ଖେଳାଳୀଙ୍କ ଦରମା କଟିବା ଶେଷ ବିକଳ୍ପ ହେବ
ନୂଆଦିଲ୍ଲୀ, ମେ’୧୭
କରୋନା ମହାମାରୀ ଯୋଗୁ ଅନ୍ୟାନ୍ୟ କ୍ଷେତ୍ର ଭଳି ଦେଶର କ୍ରୀଡ଼ା କ୍ଷେତ୍ର ମଧ୍ୟ ଘୋର ଅନିଶ୍ଚୟତା ମଧ୍ୟ ଦେଇ ଗତି କରୁଛି । ବିଭିନ୍ନ କ୍ରୀଡ଼ା ବାତିଲ ବା ସ୍ଥଗିତ ହେବା ଯୋଗୁ ଖେଳାଳୀମାନେ ସେମାନଙ୍କ ପାଉଣା ପାଇବା ନେଇ ଚିନ୍ତାରେ ଅଛନ୍ତି । କେବେ ସବୁ କିଛି ସାମାନ୍ୟ ହେବ, କେହି କହିପାରୁ ନାହାନ୍ତି । ବିଶ୍ୱର ସବୁ ଠାରୁ ଶକ୍ତିଶାଳୀ ଓ ବିତ୍ତଶାଳୀ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ମଧ୍ୟ କରୋନା ପ୍ରଭାବରୁ ଆଇପିଏଲ୍ ବାତିଲ ହେବା ଓ ଅନ୍ୟାନ୍ୟ କ୍ରିକେଟ୍ ସଂପର୍କିତ କାର୍ଯ୍ୟକଳାପ ଠପ୍ ରହିବା ଫଳରେ ବିପୁଳ ଆର୍ଥିକ କ୍ଷତିର ସମ୍ମୁଖୀନ ହୋଇଛି । ବର୍ତମାନ ପରିପ୍ରେକ୍ଷୀରେ କ୍ଷତି ଭରଣା ପାଇଁ ବିସିସିଆଇ ଖେଳାଳୀଙ୍କ ଦରମା କାଟ୍ କରିପାରେ ବୋଲି ଚର୍ଚ୍ଚା ହେଉଥିବା ବେଳେ ଏହାର କୋଷାଧ୍ୟକ୍ଷ ଅରୁଣ ଧୂମାଲ ସେଭଳି ସମ୍ଭାବନାକୁ ଅସ୍ୱୀକାର କରିଛନ୍ତି । କ୍ଷତିଭରଣା ପାଇଁ ଖେଳାଳୀଙ୍କ ଦରମା ବା ପାଉଣା କାଟ୍ କରିବାକୁ ବିସିସିଆଇ ବିଚାର କରୁ ନାହିଁ । ବରଂ ଅନ୍ୟାନ୍ୟ ଖର୍ଚ୍ଚ କାଟ୍ କରାଯିବ । ଖେଳାଳୀଙ୍କ ଦରମା ବା ପାଉଣା କାଟିବା ଶେଷ ବିକଳ୍ପ ହେବ ବୋଲି ସେ କହିଛନ୍ତି । କରୋନା ମହମାରୀ ଯୋଗୁ ଗତ ମାର୍ଚ୍ଚ ମାସ ଅଧାରୁ ଦେଶରେ କ୍ରିକେଟ୍ ଖେଳ ବନ୍ଦ ରହିଛି । ବିସିସିଆଇ ତାହାର କର୍ମଚାରୀଙ୍କ ଦରମା ବାବଦ ଖର୍ଚ୍ଚ କାଟ୍ କରି କ୍ଷତିର ଭରଣା କରିବ ବୋଲି କହିଥିବା ବେଳେ ଖେଳାଳୀଙ୍କୁ ସେଥିରେ ଅନ୍ତର୍ଭୁକ୍ତ କରି ନ ଥିବା ଧୂମାଲ କହିଛନ୍ତି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS