ଶ୍ରୀମନ୍ଦିରର ଦଶଟି ଚମକ୍ରାର…
୧) ଜଗନ୍ନାଥ ମନ୍ଦିରର ପ୍ରଥମ ଚମକ୍ରାରିତା ହେଉଛି, ପବନର ବିପରିତ ଦିଗରେ ବଡ଼ଦେଉଳର ପତାକା ଉଡେ । ମନ୍ଦିର ଉପରେ ଲଗା ଯାଉଥିବା ପତାକା ପବନର ବିପରିତ ଦିଗରେ କାହିଁକି ଉଡେ, ସେ ବିଷୟ ବୈଜ୍ଞାନିକମାନେ ମଧ୍ୟ କହିପାରୁ ନାହାନ୍ତି । ପ୍ରତି ଦିନ ସନ୍ଧ୍ୟାରେ ବଡ଼ଦେଉଲ ପତାକା ଯେତେବେଳେ ପରିବର୍ତନ କରାଯାଏ ସେତେବେଳେ ନିର୍ଦ୍ଧିର୍ଷ୍ଟ ସେବକ ବିପରୀତ ଦିଗରେ ବଡ଼ଦେଉଳ ଉପରକୁ ଚଢି ପତାକା ବାନ୍ଧନ୍ତି । ଏ ବିଷୟରେ ମଧ୍ୟ ଅନେକ ଅନଭିଜ୍ଞ ।
୨) ବିଶ୍ୱର ଏହା ହେଉଛି ଏକମାତ୍ର ମନ୍ଦିର, ଯାହାର ଛାଇ କେବେ ପ୍ରତିଫଳିତ ହୁଏ ନାହିଁ ।
୩) ଶ୍ରୀମନ୍ଦିର ଉପରେ ଲାଗି ଥିବା ସୁଦର୍ଶନଚକ୍ରକୁ ପୁରୀର ଯେଉଁ ସ୍ଥାନରେ ଛିଡା ହୋଇ ଦେଖିଲେ ମଧ୍ୟ ତାହା ସାମ୍ନାରେ ଛିଡା ହୋଇ ଦେଖିବା ଭଳି ଲାଗେ । ଏହାକୁ ନୀଳଚକ୍ର କୁହାଯାଏ । ନୀଳଚକ୍ର ଅଷ୍ଟଧାତୁରେ ନିର୍ମିତ ।
୪) ଶ୍ରୀକ୍ଷେତ୍ର ପୁରୀର ଆଉ ଏକ ଚମକ୍ରାରିତା ହେଉଛି, ସମଦ୍ର ପବନ ଦିନରେ ଗୋଟେ ଦିଗରେ ବହୁ ଥିବା ବେଳେ ସନ୍ଧ୍ୟା ସମୟରେ ଏହାର ଠିକ୍ ଓଲଟା ଦିଗରେ ଗତି କରେ । ଆଉ ଏକ ଗୁରୁତ୍ୱପୂର୍ଣ କଥା ହେଉଛି, ସମୁଦ୍ର ପବନ ସାଧାରଣତଃ ସମୁଦ୍ର ଆଡୁ ସ୍ଥଳ ଭାଗକୁ ଆସିଥାଏ । ହେଲେ ଶ୍ରୀକ୍ଷେତ୍ରରେ ସମୁଦ୍ରର ପବନ ଓଲଟା ସ୍ଥଳଭାଗରୁ ସମୁଦ୍ର ଆଡକୁ ଗତି କରିଥାଏ ।
୫) ପୁରୀ ଶ୍ରୀମନ୍ଦିର ଉପରେ ପକ୍ଷୀ କେବେ ଉଡନ୍ତିନି । ମନ୍ଦିରର ଚତୁଃପାଶ୍ୱର୍ରେ କୌଣସି ପକ୍ଷୀ ଉଡିବାର କେହି କେବେ ଦେଖି ନାହାନ୍ତି । ଭାରତର ଅଧିକାଂଶ ମନ୍ଦିର ଚୂଳରେ ପକ୍ଷୀମାନେ ବସିବା ଦେଖା ଯାଇଥାଏ । ହେଲେ, ଶ୍ରୀମନ୍ଦିରର ଚମକ୍ରାରିତା ହେଉଛି, ଏହାର ଆଖପାଖରେ ମଧ୍ୟ ପକ୍ଷୀ ଉଡନ୍ତିନି । ବିମାନ ଉଡିବା ଉପରେ ମଧ୍ୟ କଟକଣା ରହିଛି ।
୬) ଶ୍ରୀ ଜଗନ୍ନାଥ ମନ୍ଦିରର ସବୁଠାରୁ ବଡ ଚମକ୍ରାରିତା ହେଉଛି ମନ୍ଦିରର ରୋଷଘର । ଏହି ରୋଷଘରେ ପାଂଚ ଶହ ରୋଷେଇଆ ଏବଂ ତିନି ଶହ ସହଯୋଗୀ ମହାପ୍ରଭୁଙ୍କ ପ୍ରସାଦ ପ୍ରସ୍ତୁତିରେ ନିଯୁକ୍ତ ହୋଇ ଥା’ନ୍ତି । ଏହି ପ୍ରସାଦକୁ ୨୦ ଲକ୍ଷ ଭକ୍ତ ଖାଇ ପାରିବେ । ଶ୍ରୀମନ୍ଦିରରେ ହଜାରେ ଲୋକଙ୍କ ପାଇଁ ପ୍ରସାଦ ପ୍ରସ୍ତୁତ ହୋଇଥିଲେ ମଧ୍ୟ ଏହାକୁ ଲକ୍ଷେ ଲୋକ ପେଟପୁରା ଖାଇ ପାରନ୍ତି । ଆଉ ଏକ ବଡ ଚମକ୍ରାରିତା ହେଉଛି, ଏଠାରେ ଗୋଟିଏ ମାଟି କୁଡୁଆ ଉପରେ ସାତଟି କୁଡୁଆ ରଖି ଏକାବେଳେ ପ୍ରସାଦ ପ୍ରସ୍ତୁତ କରଯାଇଥାଏ । ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି ସବୁଠାରୁ ଉପରେ ଥିବା ମାଟି କୁଡୁଆର ପ୍ରସାଦ ପ୍ରଥମେ ପ୍ରସ୍ତୁତ ହୋଇଯାଏ ।
୭) ଶ୍ରୀଜଗନ୍ନାଥ ମନ୍ଦିରର ସପ୍ତମ ଆଶ୍ଚର୍ଯ୍ୟ ହେଉଛି ସମୁଦ୍ରର ଗର୍ଜନ । ସମଗ୍ର ପୁରୀରେ ସମୁଦ୍ର ଗର୍ଜନ ଶୁଭୁଥିଲେ ମଧ୍ୟ ସିଂହଦ୍ୱାରରେ ପାଦ ଦେବା କ୍ଷଣି ସମୁଦ୍ରର ଗର୍ଜନ ଆଉ ଶୁଭେ ନାହିଁ ।
୮) ଜଗନ୍ନାଥ ମନ୍ଦିରର ଅଷ୍ଟମ ଚମକ୍ରାରିତା ହେଉଛି, ପ୍ରତିଦିନ ମହାପ୍ରଭୂଙ୍କ ମୂର୍ତିିର୍ର ରୂପ ବଦଳେ । ଶ୍ରୀକୃଷ୍ଣଙ୍କୁ ଏଠି ଜଗନ୍ନାଥ ବୋଲି କୁହାଯାଏ । ଏଠିି ୧୨ ବର୍ଷରେ ଥରେ ନବକଳେବର ହୁଏ । ମୂର୍ତିି ପରିବର୍ତନ ହୁଏ, ହେଲେ ଆକାର ଓ ଗଢଣୀ ସମାନ ରୁହେ ।
୯) ନବମ ଚମକ୍ରାର ହେଉଛି, ଏଠାରେ ବିଶ୍ୱର ସବୁଠାରୁ ବଡ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ । ସୁନାର ଝାଡୁରେ ରଥ ଉପରେ ଛେରା ପହଁରା କରାଯାଇଥାଏ । ଛେରାପହଁରା କରନ୍ତି ଠାକୁର ରାଜା ପୁରୀ ଗଜପତି ଦିବ୍ୟସିଂହ ଦେବ ।
୧୦) ଜଗନ୍ନାଥ ମନ୍ଦିରର ୧୦ମ ଚମକ୍ରାରିତା ହେଉଛି, ସମୁଦ୍ରଠୁ ଶ୍ରୀମନ୍ଦିରକୁ ରକ୍ଷା କରିବା । କୁହାଯାଏ ସମୁଦ୍ର ତିନି ଥର ଜଗନ୍ନାଥ ମନ୍ଦିରକୁ ଭାଂଗିଥିଲା । ଖାସ୍ ଏଥିପାଇଁ ନିଜେ ମହାପ୍ରଭୂ ହନୁମାନଙ୍କୁ ଶ୍ରୀମନ୍ଦିରର ଚାରି ଦୁଆରରେ ନିୟୋଜିତ କରିଛନ୍ତି ଶ୍ରୀମନ୍ଦିରକୁ ସମୁଦ୍ର କବଳରୁ ସୁରକ୍ଷା ଦେବା ପାଇଁ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS