– କେନ୍ଦ୍ର ସରକାରଙ୍କ ଜି ଏସ୍ ଟି- ଗୋଟିଏ ଦେଶ, ଗୋଟିଏ ବଜାର, ଗୋଟିଏ ଟିକସ
ନୂଆଦିଲ୍ଲୀ: ଏବେ ଗୋଟିଏ ଦେଶ, ଗୋଟିଏ ବଜାର ଓ ଗୋଟିଏ ଟିକସର ଯୁଗ ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ଶୁକ୍ରବାର ମଧ୍ୟରାତ୍ରୀରେ ସଂସଦର ଏକ ଐତିହାସିକ ଅଧିବେଶନରେ ଏହି ନୂତନ ଟିକସ ବ୍ୟବସ୍ଥାର ଅୟମାରଂଭ କରିଛନ୍ତି । ଯାହାକି ଜୁଲାଇ ପହିଲାରୁ ଲାଗୁ କରାଯାଇଛି । ସଂସଦର ସେଂଟ୍ରାଲ ହଲ୍ରେ ମଧ୍ୟରାତ୍ରୀରେ ଅନୁଷ୍ଠିତ ଭବ୍ୟ ସମାରୋହରେ ଭାରତର ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୁଇଚ୍ ଦବାଇ ଜି ଏସ୍ ଟି (ସାମଗ୍ରୀ ଓ ସେବା ଟିକସ)ର ଶୁଭାରଂଭ କରିଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ଦେବ ଗୌଡା, ଉପ ରାଷ୍ଟ୍ରପତି ହମିଦ୍ ଆନସାରୀ, ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ, କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟଲି, ଭାରତୀୟ ରିଜର୍ଭ ବ୍ୟାଙ୍କ୍ ଗଭର୍ଣର ଉର୍ଜିତ ପଟେଲ, ସମସ୍ତ କେନ୍ଦ୍ରମନ୍ତ୍ରୀ, କିଛି ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ବରିଷ୍ଠ ସରକାରୀ ଅଧିକାରୀଙ୍କ ଉପସ୍ଥିତିରେ ଏହି ନୂତନ ବ୍ୟବସ୍ଥା ଆରମ୍ଭ ହୋଇଥିଲା । ଦେଶରେ ଟିକସ ଇତିହାସରେ ସବୁଠାରୁ ବଡ଼ ସଂସ୍କାର ଭାବରେ ଉତ୍ପାଦ ଶୁଳ୍କ, ସେବା କର, ଭାଟ୍ ଭଳି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ୧୬ ପ୍ରକାର ଟିକସକୁ ଉଚ୍ଛେଦ କରାଯାଇ ଗୋଟିଏ ପ୍ରକାର ଟିକସ ଜି ଏସ୍ ଟିର ପ୍ରଚଳନ କରାଯାଇଛି । ଏହି ନୂତନ ଟିକସ ବ୍ୟବସ୍ଥା ୧୩୦ ଲକ୍ଷ କୋଟି ଟଙ୍କାର ଭାରତୀୟ ଅର୍ଥନୀତିକୁ ୧୩୦ କୋଟି ଲୋକଙ୍କ ସହ ଯୋଡ଼ି ଗୋଟିଏ ବଜାରରେ ପରିଣତ କରିବ ବୋଲି କୁହାଯାଉଛି । ସଂସଦର ଏହି ସ୍ୱତନ୍ତ୍ର ଅଧିବେଶନ ରାତି ୧୧ଟାରୁ ଆରଂଭ ହୋଇ ୧୨ଟା ୫ମିନିଟ ପର୍ଯ୍ୟନ୍ତ ଚାଲି ଥିଲା । ରାଷ୍ଟ୍ରପତି ମୁଖାର୍ଜୀ ଏହି ଅବସରରେ ଜି ଏସ୍ ଟିକୁ ଐତିହାସିକ ସଫଳତା ବୋଲି ବର୍ଣର୍ନା କରିଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ଏହାକୁ ସବୁ ଦଳ ଓ ସରକାରଙ୍କ ମିଳିତ ଉଦ୍ୟମର ଫଳ ବୋଲି କହିଥିଲେ । ଭାରତରେ ବିଭିନ୍ନ ପ୍ରକାର ଟିକସକୁ ନେଇ ବିଦେଶୀ ନିବେଶକଙ୍କ ମନରେ ରହିଥିବା ଦ୍ୱନ୍ଦ୍ୱ ଜି ଏସ୍ ଟି ଦ୍ୱାରା ଦୂର ହୋଇଯିବ । ନୂତନ ଟିକସ ବ୍ୟବସ୍ଥା ଦ୍ୱାରା ଗରିବ ଲୋକ ଉପକୃତ ହେବେ ଏବଂ ଏହା ଟିକସ-ଆତଙ୍କବାଦ ଓ ଇନିସ୍ପେକ୍ଟର ରାଜ୍ର ଅବସାନ ଘଟାଇବ । ସର୍ବୋପରି, କଳାଧନ ରୋକିବାରେ ଏହାର ଗୂରୂତ୍ୱପୂର୍ଣ ଭୂମିକା ରହିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଜି ଏସ୍ ଟି ଲାଗୁ ହେବା ଦ୍ୱାରା ଦୀର୍ଘ ୧୭ ବର୍ଷ ଧରି ଚାଲି ଥିବା କସରତ୍ ଆଜି ଫଳପ୍ରଦ ହେଲା ବୋଲି କୁହାଯାଉଛି । ତରବରିଆ ଭାବେ ବିନା ପ୍ରସ୍ତୁତିରେ ଏହି ଟିକସ ସଂସ୍କାର ଲାଗୁ କରାଯାଉଥିବା ଅଭିଯୋଗ କରି ସଂସଦର ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ସମେତ ତୃଣମୂଳ କଂଗ୍ରେସ, ବାମ ସାମ୍ମୁଖ୍ୟ, ରାଷ୍ଟ୍ରୀୟ ଜନତା ଦଳ, ଡ଼ିଏମକେ ଶୁକ୍ରବାର ମଧ୍ୟରାତ୍ରୀର ଏହି ସ୍ୱତନ୍ତ୍ର ସମାବେଶକୁ ବର୍ଜନ କରିଥିଲେ ।
ଜି ଏସ୍ ଟି ଲାଗୁ ପରେ ଟିକସ ବ୍ୟବସ୍ଥା
ଟିକସ ଛାଡ ପରିସରରେ ରହିଛି : ଝୋଟ,ସତେଜ ମାଂସ, କୁକୁଡା ମାଂସ, ଅଣ୍ଡା, ଦୁଗ୍ଧ, ଲହୁଣୀଯୁକ୍ତ କ୍ଷୀର, ଦହି, ପ୍ରାକୃତିକ ମହୁ, ସତେଜ ଫଳ ଓ ପନିପରିବା, ଅଟା, ବେସନ, ପାଉଁରୁଟି, ପ୍ରସାଦ, ଲୁଣ, ବିନ୍ଦି, ସିନ୍ଦୁର, ଷ୍ଟାଂପ୍, ବିଚାର ବିଭାଗୀୟ କାଗଜ, ଛପା ବହି, ଖବରକାଗଜ, ଚୁଡ଼ି, ବୟନ ସାମଗ୍ରୀ, ହାଡ଼ ଏବଂ ଶିଙ୍ଗରେ ପ୍ରସ୍ତୁତ ସାମଗ୍ରୀ, ଦାନାଯୁକ୍ତ ଶସ୍ୟ, ତାଳଗୁଡ଼, ସବୁ ପ୍ରକାର ଲୁଣ, କଜ୍ଜଳ, ଶିଶୁଙ୍କ ଛବି, ଡ଼୍ରଇଂ ଓ କଲର୍ ବୁକ୍ ଏବଂ ମଣିଷ କେଶ । ୧୦୦୦ଟଙ୍କାରୁ କମ୍ ହୋଟେଲ ଓ ଲଜ୍ ଭଡା ଉପରେ ଟିକସ ଲାଗିବ ନାହିଁ । ଗ୍ରାଂଡ ଫାଦରିଂ ସର୍ଭିର୍ସରେ ମଧ୍ୟ ଜିଏସ୍ଟି ଲାଗିବ ନାହିଁ । ପଲିସ୍ ହୋଇ ନଥିବା ଓ ଅର୍ଦ୍ଧ ପଲିସ୍ ହୋଇଥିବା ମୂଲ୍ୟବାନ ପଥର ଉପରେ ୦.୨୫ ପ୍ରତିଶତ ଟିକସ ଲାଗିବ ।
୫ ପ୍ରତିଶତ ଜି ଏସ୍ ଟି ପରିସରରେ ରହିଛି: ଫିସ୍ ଫିଲେଟ୍, ୧୦୦୦ଟଙ୍କାରୁ କମ୍ ମୂଲ୍ୟର ପୋଷାକ. ପ୍ୟାକେଟ୍ ଭିତରେ ଥିବା ଖାଦ୍ୟ ସାମଗ୍ରୀ, ୫୦୦ଟଙ୍କାରୁ କମ୍ ମୂଲ୍ୟର ଜୋତା, କ୍ରିମ୍, ସ୍କିମଡ୍ ମିଲ୍କ୍ ପାଉଡର, ବ୍ରାଣ୍ଡେଡ୍ ପନିର୍, ଫ୍ରୋଜେନ୍ ପନିପରିବା, କଫି, ଚା’ ମସଲା, ପିଜା ପାଉଁରୁଟି, ରସ୍କ୍, ସାଗୁଦାନା, କିରାସିନୀ, କୋଇଲା, ଔଷଧ, ଷ୍ଟେଂଟ୍, ଲାଇଫ୍ ବୋଟ୍, କାଜୁ ବାଦାମ, ଖୋଳ ଭିତରେ ଥିବା କାଜୁ ବାଦାମ୍, ରେସିନ୍, ବରଫ, ଜୈବଗ୍ୟାସ୍, ଇନ୍ସୁଲିନ୍, ଅଗରବତି, ଗୁଡ଼ି, ଡ଼ାକ ଟିକଟ ଓ ରେଭିନ୍ୟୁ ଷ୍ଟାଂପ୍ । ସେବା ମଧ୍ୟରେ ରହିଛି -ରେଳ, ବିମାନ ପରିବହନ ସେବା ଓ କ୍ଷୁଦ୍ର ରେସ୍ତୋରାଁ ।
୧୨ ପ୍ରତିଶତ ଜି ଏସ୍ ଟି ପରିସରରେ ରହିଛି: ୧୦୦୦ଟଙ୍କାରୁ ଅଧିକ ମୂଲ୍ୟର ପୋଷାକ, ଫ୍ରୋଜେନ୍ ମାଂସ, ଲହୁଣୀ, ଛେନା, ଘିଅ, ପ୍ୟାକେଟ୍ ଭିତରେ ଥିବା ଡ଼୍ରାଏଫ୍ରୁଟ୍, ପଶୁ ଚର୍ବିର୍, ସସ୍, ଫଳରସ, ଭୁତିଆ, ନମକିନ୍, ଆୟୁର୍ବେଦ ଔଷଧ,ଦାନ୍ତଘଷା ପାଉଡର, ଛତା, ସିଲେଇ ମେସିନ୍, ମୋବାଇଲ୍ ଫୋନ୍, କେଚଅପ୍, ନିଦାନ କାର୍ଯ୍ୟରେ ବ୍ୟବହୃତ ସମସ୍ତ ପ୍ରକାର କିଟ୍, ବ୍ୟାୟାମ ପିସ୍ତିକା, ନୋଟ୍ ବୁକ୍, ଚାମଚ, ମାଛ କାଟିବା ଚୁରୀ, ଚଷମା, ତାସ୍, ଚେସ୍ ବୋର୍ଡ ଓ କ୍ୟାରମ୍ । ୧୨ ପ୍ରତିଶତ ଜିଏସ୍ଟି ଲାଗୁ ଥିବା ସେବା ମଧ୍ୟରେ ରହିଛି, ସରକାରଙ୍କ ଲଟେରୀ, ଅଣ ଏସି ହୋଟେଲ୍, ବିଜିନେସ୍ କ୍ଲାସ୍ ବିମାନ ଟିକଟ ଏବଂ କାର୍ଯ୍ୟବରାଦ ।
୧୮ ପ୍ରତିଶତ ଜି ଏସ୍ ଟି ପରିସରରେ ରହିଛି: ୫୦୦ଟଙ୍କାରୁ ଅଧିକ ମୂଲ୍ୟର ଜୋତା, ଟ୍ରେଡମାର୍କ, ଗୁଡ୍ଉଇଲ୍, ସଫ୍ଟୱେୟାର, କେନ୍ଦୁପତ୍ର, ସବୁ ପ୍ରକାର ବିସ୍କୁଟ୍, ସ୍ୱାଦଯୁକ୍ତ ବିଶୋଧିତ ଚିନି, ପାସ୍ତା, କର୍ଣଫ୍ଲାକ୍, ପେଷ୍ଟ୍ରିଜ୍ ଓ କେକ୍, ସଂରକ୍ଷିତ ପନିପରିବା, ଜାମ୍, ସୁପ୍, ଆଇସକ୍ରିମ୍, ଇନ୍ଷ୍ଟାଂଟ୍ ଫୁଡ୍, ମିନେରାଲ ୱାଟର, ଟିସୁ, ଏନ୍ଭଲପ୍, ଇସ୍ପାତ ଉତ୍ପାଦ, ପ୍ରିଂଟେଡ୍ ସର୍କିଟ୍, କ୍ୟାମେରା, ସ୍ପିକର୍, ମନିଟର୍, କାଜଲ୍ ପେନସିଲ୍ ଷ୍ଟିକ୍, ହେଡ୍ଗିଅର୍, ଆଲୁମିନିଅମ୍ ଫଏଲ୍, ଓଜନ ମେସିନ୍ (ଇଲେକ୍ଟ୍ରିକ୍ ଓ ଇଲୋକ୍ଟ୍ରୋନିକ୍ସ୍ ବ୍ୟତୀତ) । ସେହିପରି ୧୮ ପ୍ରତିଶତ ଜିଏସ୍ଟି ପରିସରଭୁକ୍ତ ସେବାରେ ରହିଛି – ମଦ ପରସା ଯାଉଥିବା ଏସି ହୋଟେଲ୍, ଟେଲିକମ୍ ସେବା, ଆଇଟି ସେବା, ବ୍ରାଂଡେଡ୍ ପୋଷାକ. ଆର୍ଥିକ ସେବା, ଘର ଭଡା (୨୫୦୦ରୁ ୭,୫୦୦), ପଂଚ ତାରକା ହୋଟେଲ୍ ଭିତରେ ଥିବା ରେସ୍ତୋରାଁ ।
୨୮ ପ୍ରତିଶତ ଜି ଏସ୍ ଟି ପରିସରରେ ରହିଛି: ବିଡ଼ି, ଚୁଇଂଗମ୍, ମୋଲାସେସ୍, କୋକୋ ନଥିବା ଚକୋଲେଟ୍. ୱାଫ୍ ଓ ୱାଫର୍ କୋଟେଡ୍ ଚକୋଲେଟ୍, ପାନ ମସଲା. ମୃଦୁପାନୀୟ, ରଂଗ, ଡ଼ିଓ, ସେଭିଂ କ୍ରିମ୍, ଆଫ୍ଟର ସେଭ୍ ଲୋସନ୍, ସାଂପୁ, ଡାଏ, ସନ୍ସ୍କ୍ରିନ୍, ୱାଲପେପର୍, ସେରାମିକ୍ ଟାଇଲ୍, ୱାଟର୍ ହିଟର୍, ଡ଼ିସ୍ ୱାସର୍, ୱାସିଂ ମେସିନ୍, ଏଟିଏମ୍, ଭେଣ୍ଡିଂ ମେସିନ୍, ଭାକ୍ୟୁମ୍ କ୍ଲିନର୍, ସେଭର୍, ହେୟାର କ୍ଲିପର୍, ଅଟୋମୋବାଇଲ୍, ମୋଟର ସାଇକଲ୍, ବ୍ୟକ୍ତଗତ ବ୍ୟବହାର ପାଇଁ ବିମାନ । ସେବା ମଧ୍ୟରେ ରହିଛି – ସରକାରୀ ପ୍ରୟୋଜିତ ଘରୋଇ ଲଟେରୀ, ୭,୫୦୦ ଟଙ୍କାରୁ ଅଧିକ ମୂଲ୍ୟର ହୋଟେଲ୍ ରୁମ୍ ଭଡା, ପଂଚତାରକା ହୋଟେଲ୍, ରେସ୍ କ୍ଲବ୍ ଜୁଆ ଏବଂ ସିନେମା ।
କମିବ: ଖାଦ୍ୟସାମଗ୍ରୀ, ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ, ଷ୍ଟେସନାରୀ ସାମଗ୍ରୀ, ସ୍ୱାସ୍ଥ୍ୟ ସେବା, ହଜାର ଟଙ୍କାରୁ କମ୍ ପୋଷାକପତ୍ର, ୫୦୦ ଟଙ୍କାରୁ କମ୍ ଜୋତା, ମୋଟାର ସାଇକଲ୍, ୧୫ ଏଚ୍ପିରୁ କମ୍ କ୍ଷମତାର ଡ଼ିଜେଲ୍ ଇଂଜିନ୍, ଟ୍ରାକ୍ଟର ପଛ ଚକର ଟାୟାର, ଟ୍ୟୁବ୍, ଓଜନ ମେସିନ୍, ୟୁପିଏସ୍, ଇଲେକ୍ଟିକ୍ ଟ୍ରାନ୍ସଫର୍ମର, ହେଲମେଟ୍, ବାଣ, ବିସ୍ଫୋରକ, ଲୁବ୍ରିକାଂଟ୍, ବାଇକ୍, ୧୦୦ ଟଙ୍କାରୁ କମ୍ ମୂଲ୍ୟର ସିନେମା ଟିକଟ,ସିମେଂଟ, ଫ୍ଲାଇଆସ୍ ଇଟା ଓ ୭,୫୦୦ ଟଙ୍କାରୁ କମ୍ ମୂଲ୍ୟର ହୋଟେଲ୍ ଭଡା ।
ବଢିବ: ପନିର, କଫି, କର୍ଣଫ୍ଲାକ୍, ମସଲା ପାଉଡର, ଆୟୁର୍ବେଦ ଔଷଧ, ପଂଚତାରକା ହୋଟେଲ୍ ଓ ରେସ୍ତୋରାଁ ଭିତରେ ଖାଇବା, ରେସ୍ତୋରାଁରେ ଖାଇବା, ୧୦୦ ଟଙ୍କାରୁ ଅଧିକ ମୂଲ୍ୟର ସିନେମା ଟିକଟ, କନସର୍ଟ, ଆଇପିଏଲ୍ ମ୍ୟାଚ୍, ୧୦୦୦ ଟଙ୍କାରୁ ଅଧିକ ମୂଲ୍ୟର ପୋଷାକ. ସାଂପୁ, ପରଫି୍ୟୁମ୍, ଏସି ଓ ପ୍ରଥମ ଶ୍ରେଣୀ ରେଳ ଟିକଟ, ବିଜିନେସ୍ କ୍ଲାସ୍ ବିମାନ ଟିକଟ, ଏସି, ଫ୍ରିଜ୍, ୱାସିଂମେସିନ୍, ଟିଭି, କୋରିଅର୍ ସେବା, ମୋବାଇଲ୍ ପୋନ୍ ଶୁଳ୍କ, ବୀମା ପ୍ରିମିଅମ୍, ବ୍ୟାଂକ୍ ଶୁଳ୍କ, ବ୍ରଡ୍ବ୍ୟାଂଡ ସେବା, କ୍ରେଡ଼ିଟ୍ କାର୍ଡ ବିଲ୍, ୩୫୦ ସିସିରୁ ଅଧିକ କ୍ଷମତାଯୁକ୍ତ ବାଇକ୍, କ୍ଷୁଦ୍ର ଓ ମଧ୍ୟମ ଧରଣର କାର୍, ସ୍ମାର୍ଟଫୋନ୍, ଲାପଟପ୍, ଡ଼େକ୍ସ୍ ଟପ୍, ଯୋଗ ମ୍ୟାଟ୍, ଫିଟ୍ନେଟ୍ ଉପକରଣ, ମୃଦୁପାନୀୟ, ସିଗାରେଟ୍, ତମାଖୁ, ଆଲକହଲ୍ ଥିବା ଡ଼୍ରିଙ୍କ୍ ଓ ବିଳାସ ସାମଗ୍ରୀ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS