ଦୁଇ ପୁତ୍ର ସନ୍ତାନ ଥିବା ପରିବାର କନ୍ୟା ଚାହିଁଲେ ‘ପୋଷ୍ୟ କନ୍ୟା’ ଗ୍ରହଣ କରନ୍ତୁ :‘ଦଙ୍ଗଲ୍’ ଗାର୍ଲ ଗୀତାଙ୍କ ଆହ୍ୱାନ
ନୂଆଦିଲ୍ଲୀ,୧୧ଜୁଲାଇ: ଦେଶରେ ଜନସଂଖ୍ୟା ବୃଦ୍ଧି ବିସ୍ଫୋରଣକୁ ରୋକିବା ସକାଶେ କେନ୍ଦ୍ର ସରକାର ତୁରନ୍ତ ‘ଦୁଇ ସନ୍ତାନ’ ନୀତି ପ୍ରଣୟନ କରିବା ଉପରେ ‘ଦଙ୍ଗଲ୍’ ଗାର୍ଲ ଗୀତା ଫୋଗଟ୍ ଗୁରୁତ୍ୱ ଆରୋପ କରିଛନ୍ତି । ସୋମବାର ବିଶ୍ୱ ଜନସଂଖ୍ୟା ଦିବସ ଅବସରରେ ନୂଆଦିଲ୍ଲୀ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇ ଗୀତା କହିଛନ୍ତି ଯେ, ଯେଉଁ ପରିବାରର ଦୁଇଟି ପୁତ୍ର ସନ୍ତାନ ଅଛନ୍ତି ଏବଂ ସେମାନେ ବାଳିକା ସନ୍ତାନଟିଏ ଚାହୁଁଛନ୍ତି, ତେବେ ‘ପୋଷ୍ୟକନ୍ୟା’ ଭାବେ ଜଣେ ବାଳିକାକୁ ଗ୍ରହଣ କରି ପାରିବେ ।
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାଗ ନେଇ ରେସଲିଂରେ ସ୍ୱର୍ଣ ପଦକ ହାସଲ କରିଥିବା ହରିଆନା ଝିଅ ଗୀତା ଚଳଚ୍ଚିତ୍ର ନିର୍ମାତା, ନିଦେ୍ର୍ଦଶକ ଓ ଅଭିନେତା ଅମୀର ଖାନ୍ଙ୍କ ଦ୍ୱାରା ନିର୍ମିତ ବାୟୋପିକ୍ ‘ଦଙ୍ଗଲ୍’ ବଡ଼ ପରଦାକୁ ଆସିବା ପରେ ଦେଶବାସୀଙ୍କ ଆଖିର ତାରା ବନି ଯାଇଛନ୍ତି । ଦେଶରେ ଜନସଂଖ୍ୟା ବିସ୍ଫୋରଣ ଏକ ଚିନ୍ତାଜନକ ମୋଡରେ ପହଂଚି ସାରିଥିବା ଉଦ୍ବେଗର ବିଷୟ ବୋଲି ଉଲ୍ଲେଖ କରି ଗୀତା କହିଛନ୍ତି ଯେ, ଏଥିରେ ଲଗାମ ଦେବା ପାଇଁ ସରକାର ଦେଶରେ ଦୁଇ ସନ୍ତାନ ନୀତି ପ୍ରଣୟନ କରିବା ଆବଶ୍ୟକ । ଯାହାର ଦୁଇଟି ପୁତ୍ର ସନ୍ତାନ ଅଛନ୍ତି, ସେ କନ୍ୟା ସନ୍ତାନ ଚାହୁଁ ଥିଲେ ‘ପୋଷ୍ୟ କନ୍ୟା ସନ୍ତାନ’ ଗ୍ରହଣ କରିବାକୁ ସେ ନିବେଦନ କରିଛନ୍ତି । ‘କନ୍ୟା ସନ୍ତାନ ଭୃଣ ହତ୍ୟା’ ଓ ଗର୍ଭପାତ ବିରୋଧରେ ମତ ଦେଇ, ମହିଳାଙ୍କୁ ଶିକ୍ଷା ଓ ସଚେତନତା ସୃଷ୍ଟି ମାଧ୍ୟମରେ ସଶକ୍ତ କରାଯିବା ପ୍ରତି ଗୁରୁତ୍ୱ ଦେଇଛନ୍ତି । ଜନସଂଖ୍ୟା ବିସ୍ଫୋରଣକୁ ରୋକିବା କାର୍ଯ୍ୟ ମହିଳାଙ୍କ ଠାରୁ ଆରମ୍ଭ କରାଯାଇ ପାରିବ । ଜନ୍ମ ନିୟଂତ୍ରଣ ସଂପର୍କରେ ଟିଭି ଓ ଖବରକାଗଜ ମାଧ୍ୟମରେ ସେମାନଙ୍କୁ ଶିକ୍ଷିତ ଓ ସଚେତ କରିବାକୁ ପଡିବ ବୋଲି ଗୀତା କହିଥିଲେ । ଜନସଂଖ୍ୟା ନିୟନ୍ତ୍ରଣ ପାଇଁ କେନ୍ଦ୍ର ସରକାର ଏକ ନୀତି ପ୍ରଣୟନ କରିବାର ଆବଶ୍ୟକତା ଉପରେ ସେ ଗୁରୁତ୍ୱ ଦେଇ ଥିଲେ ।
ଜନସଂଖ୍ୟ ବୃଦ୍ଧି ରୋକିବା ଦିଗରେ ସଚେତନାତା ସୃଷ୍ଟି ପାଇଁ ନାଗରିକମାନଙ୍କ ଦ୍ୱାରା ଗଠିତ ‘ଟ୍ୟାକ୍ସପେୟର ଆସୋସିଏସନ୍ ଅଫ୍ ଭାରତ’ (ଟିଏଏକ୍ସଏବି) ନାମକ ସଂସ୍ଥା ପକ୍ଷରୁ ବିଶ୍ୱ ଜନସଂଖ୍ୟା ଦିବସ ଅବସରରେ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ହରିୟାନା ଝିଅ ଗୀତାଙ୍କ ସମେତ କୃଷି ବୈଜ୍ଞାନୀ ଏମ୍ଏସ୍ ସ୍ୱାମୀନାଥନ ଓ ଅନ୍ୟ ବହୁ ଗୁରୁତ୍ୱପୂର୍ଣ ବ୍ୟକ୍ତିବିଶେଷ ଅତିଥି ଭାବେ ଯୋଗ ଦେଇଥିଲେ । ୨୮ ବର୍ଷିଆ ଗୀତା ଆଲୋଚନାରେ ଭାଗ ନେଇ ତାଙ୍କ ମତ ଉପସ୍ଥାପନ କରିବା ସହ ସ୍ୱାମୀ ପୱନ ସହ ଏହି କ୍ୟାଂପେନ୍କୁ ସମର୍ଥନ ଜଣାଇ ଶପଥ ନେଇଥିଲେ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS