ରଂଧନ ଗ୍ୟାସ୍ ଦର ବୃଦ୍ଧି ପ୍ରତିବାଦରେ ବ୍ରହ୍ମପୁରରେ ମହିଳା ବିଜେଡ଼ିର ଧାରଣା ୬ରେ
ବ୍ରହ୍ମପୁର: ରଂଧନ ଗ୍ୟାସ୍ର ଦର ବୃଦ୍ଧି ପ୍ରତିବାଦରେ ୬ ତାରିଖ ଦିନ ଦକ୍ଷିଣାଂଚଳ ରାଜସ୍ୱ କମିସନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମହିଳା ବିଜେଡ଼ି ଗଂଜାମ ଜିଲ୍ଲା ଶଖା ପକ୍ଷରୁ ଧାରଣା ଦିଆଯିବ ବୋଲି ଜଣାପଡିଛି। ଏଥି ସକାଶେ ୪ ତାରିଖ ଶନିବାର ଦିନ ବ୍ରହ୍ମପୁର ସର୍କିଟ ହାଉସ୍ ଠାରେ ଏକ ପ୍ରସ୍ତୁତି ବୈଠକ ଆୟୋଜନ କରାଯାଇ ଥିଲା । ଜିଲ୍ଲାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଓ ଶ୍ରୀମତୀ ଉଷା ଦେବୀଙ୍କ ସମେତ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ମହିଳା ବିଜେଡ଼ି ରାଜ୍ୟ ଉପ ସଭାପତି ମମତା ବିଶୋୟୀ, ଜିଲ୍ଲା ସଭାନେତ୍ରୀ ସଂଘମିତ୍ରା ଦଳେଇ ପ୍ରମୁଖ ଏଥିରେ ଯୋଗ ଦେଇଥିଲେ । ବିଜେଡ଼ି ପକ୍ଷରୁ କେନ୍ଦ୍ର ସରକାରଙ୍କ ବିରୋଧରେ ରାଜ୍ୟବ୍ୟାପୀ ଚାଲି ଥିବା ଅଭିଯାନର ଏହା ଅଂଶ ବିଶେଷ ବୋଲି ଜଣାପଡିଛି ।
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS