ସିଡ଼ବ୍ଲୁଏସ୍ ପକ୍ଷରୁ ‘ବିଶ୍ୱ ଏଡ୍ସ ଦିବସ’ ପାଳିତ: ପଥପ୍ରାନ୍ତ ନାଟକ, ସଚେତନତା ସଭା ଓ ଶୋଭାଯାତ୍ରା
ରାଉରକେଲା, ୨ ଡ଼ିସେମ୍ବର: ରାଉରକେଲା ସହରର ୧୫ଟି ବସ୍ତିରେ ସ୍ୱେଚ୍ଛାସେବୀ ସଂସ୍ଥା ସିଡ଼ବ୍ଲୁଏସ୍ ପକ୍ଷରୁ ଶୁକ୍ରବାର ଦିନ ପଥପ୍ରାନ୍ତ ନାଟକ, ଶୋଭାଯାତ୍ରା ଓ ସଚେତନତା ସଭା ମାଧ୍ୟମରେ ‘ବିଶ୍ୱ ଏଡ୍ସ ଦିବସ’ ପାଳିତ ହୋଇ ଯାଇଛି । ଏହି ଅବସରରେ ଗୋପବନ୍ଧୁପାଲ୍ଲୀ ସ୍ଥିତ ସେଂଟରର ଟେଲରିଂ ଛାତ୍ରୀ ଓ ଆନିମେଟରମାନଙ୍କ ଦ୍ୱାରା ପଥପ୍ରାନ୍ତ ନାଟକ ‘ଏଡ୍ସ ଠାରୁ ଦୂରେଇ ରୁହନ୍ତୁ’ ସ୍ଥାନୀୟ ଆନନ୍ଦ ମାର୍ଗ, ମଧୁସୂଦନ ପାଲ୍ଲୀ, ଇନ୍ଦିରା ନଗରଠାରେ ଅନୁଷ୍ଠିତ ହୋଇଥିବା ବେଳେ ଏହି କାର୍ଯ୍ୟକ୍ରମରେ ଖୁସ୍ବୁ ଭେମା, ପୂଜା କୁମାରୀ ସାହା, ସୁନିତାକୁମାରୀ, ମୋନିକା କୁମାରୀ, ଅନୁ ପଟେଲ, ସୁନିତା, ରୀନା, ଉମା ଦିଦି ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ପ୍ରେମିକା ବାରା, ଚନ୍ଦ୍ରକାନ୍ତୀ ଭୋଇ, ସିଷ୍ଟର ପ୍ରମିଳା ପ୍ରମୁଖ ଏଥିରେ ସହଯୋଗ କରିଥିଲେ । ସେହିପରି ଶୀତଳପଡା ସେଂଟର ତରଫରୁ ଆୟୋଜିତ ଶୋଭାଯାତ୍ରାର ନେତୃତ୍ୱ ନେଇ ଥିଲେ ଅଙ୍ଗନବାଡି କର୍ମୀ ସୁକାନ୍ତି ମାଝୀ, କଳ୍ପନା ଜେନା, ଆଶା କର୍ମୀ ରଂଜନା ବାରିକ, ଆନିମେଟର ରାଧା ଦିଦି, ସିଷ୍ଟର ନୀଳକମଲ ପ୍ରମୁଖ । ଏହି ଶୋଭାଯାତ୍ରା କରନ ଝୁଂପୁଡି, ଶୀତଲପଡା, ମୁଂଡା ପଡା ପ୍ରମୁଖ ଅଂଚଳ ପରିକ୍ରମା କରିଥିଲା । ସେକ୍ଟର -୨ ସେଂଟର ତରଫରୁ ଆୟୋଜିତ ଶୋଭାଯାତ୍ରା ସ୍ଥାନୀୟ ଗଂଜୁ ବସ୍ତି, କଲ୍ୟାଣୀ ବସ୍ତି, ଖରିଆବାହାଲ ବସ୍ତି, ଓଏସ୍ଆରଟିସି ବସ୍ତି ପରିକ୍ରମା କରି ସ୍ଥାନୀୟ ଜନସାଧାରଣଙ୍କୁ ଏଡ୍ସର ଭୟାବହତା ସଂପର୍କରେ ଅବଗତ କରାଇଥିଲା । ସେକ୍ଟର-୬ ସେଂଟର ତରଫରୁ ଶୋଭାଯାତ୍ରା ମହିମା ବସ୍ତି, ଜାମଟୋଲୀ ବସ୍ତି ପରିକ୍ରମା କରି ଶେଷରେ ବିନ୍ ବସ୍ତି ଠାରେ ଏକ ସଚେତନତା ସଭା ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଡ. ଜି.ଆର୍. ଗିରି, ଏନଏମ୍ ଦିଦି ଅର୍ଚ୍ଚନା ବେଶ୍ରା, ଆଶା ଦିଦି ସୁରଥି ରଣା ପ୍ରମୁଖ ଭାଗ ନେଇ ଆଲୋଚନାରେ ଅଂଶ ଗ୍ର୍ରହଣ କରିଥିଲେ । କାର୍ଯ୍ୟକ୍ରମକୁ ବ୍ରଦର ଆଜିସ୍, ସିଷ୍ଟର କୁସୁମ, କୋର୍ଡÿିନେଟର ଶିବ ପ୍ରସାଦ ଦାସ ପରିଚାନା କରିଥିବା ବେଳେ ଫାଦର ବେନିଚେନ କେ ପିଟର କାର୍ଯ୍ୟକ୍ରମ ତଦାରଖ କରିଥିଲେ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS