ଟୁ-ଜି ସ୍ପେକ୍ଟ୍ରମ ବଂଟନ ମାମଲାରେ ସମସ୍ତ ଅଭିଯୁକ୍ତ ଖଲାସ
ନୂଆଦିଲ୍ଲୀ, ୨୨ ଡ଼ିସେମ୍ବର: ବହୁଚର୍ଚ୍ଚିତ ଟୁ-ଜି ସ୍ପେକ୍ଟ୍ରମ୍ ବଂଟନ ମାମଲାରେ ଅଭିଯୁକ୍ତ ପୂର୍ବତନ ଟେଲିକମ୍ ମନ୍ତ୍ରୀ ଏ. ରାଜା, ଡ଼ିଏମୟକେ ନେତ୍ରୀ କାନିମୋଝିଙ୍କ ସମେତ ସମସ୍ତ ଅଭିଯୁକ୍ତ ଗୁରୁବାର ଦିନ ସିବିଆଇର ଏକ ସ୍ୱତନ୍ତ୍ର କୋର୍ଟ ଦ୍ୱାରା ନିଦେ୍ର୍ଦାଷରେ ଖଲାସ ହୋଇଛନ୍ତି । ରାଜା ୟୁପିଏ ସରକାରରେ ଟେଲିକମ୍ୟୁନିକେସନ୍ ମନ୍ତ୍ରୀ ଥିବା ସମୟରେ ବିଭିନ୍ନ ଟେଲିକମ୍ କଂପାନୀକୁ ସେକେଣ୍ଡ୍ ଜେନେରେସନ୍ ବା ଟୁ-ଜି ସ୍ପେକ୍ଟ୍ରମ୍ ବଂଟନରେ ବ୍ୟାପକ ଅନିୟମିତତା ହୋଇଥିବା ଏବଂ ଏହା ଦ୍ୱାରା କେନ୍ଦ୍ର ସରକାରଙ୍କ ୧.୭୬ ଲକ୍ଷ କୋଟି ଟଙ୍କାର କ୍ଷତି ହୋଇଥିବା ସଂପର୍କରେ ସିଏଜି ରିପୋର୍ଟକୁ ଭିତ୍ତି କରି ଦେଶରେ ରାଜନୈତିକ ଝଡ ସୃଷ୍ଟି ହୋଇଥିଲା । ସିବିଆଇ ଏହି ମାମଲାର ତଦନ୍ତ କରି ଏ. ରାଜା, ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ. କରୁଣାନିଧିଙ୍କ ସାଂସଦ ଝିଅ ଏମ. କାନିମୋଝୀଙ୍କ ସମତେ ଅନ୍ୟ ବହୁ ପ୍ରଭାବଶାଳୀ ବ୍ୟକ୍ତି, ଅଫିସରଙ୍କୁ ଗିରଫ କରିଥିଲେ । ୨୦୧୧ରୁ ଏହି ମାମଲାର ବିଚାରଣା ଚାଲିଥିଲା । ଅଭିଯୁକ୍ତମାନଙ୍କ ବିରୋଧରେ ସିବିଆଇ ପ୍ରମାଣଯୋଗ୍ୟ ତଥ୍ୟ ଉପସ୍ଥାପନ କରିବାରେ ବିଫଳ ହୋଇଥିବାରୁ ସମସ୍ତ ଅଭିଯୁକ୍ତଙ୍କୁ ନିଦେ୍ର୍ଦାଶରେ ଖଲାସ କରାଗଲା ବୋଲି ଗୁରୁବାର ଏହି ମାମଲାର ରାୟ ପ୍ରକାଶ କରି ସ୍ୱତନ୍ତ୍ର ସିବିଆଇ କୋର୍ଟ ବିଚାରପତି ଜଷ୍ଟିସ୍ ଓପି ସାଇନି ତାଙ୍କ ରାୟରେ କହିଛନ୍ତି । ଏହି କଥିତ ମହାଦୁର୍ନୀତି ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ନେତୃତ୍ୱାଧୀନ ୟୁପିଏ ସରକାରଙ୍କ ପତନର ପ୍ରମୁଖ କାରଣ ହୋଇଥିଲା । ବିଜେପିର ବରିଷ୍ଠ ନେତା ସୁବ୍ରମଣ୍ୟମ ସ୍ୱାମୀଙ୍କ ପକ୍ଷରୁ ଦାଏର ହୋଇଥିବା ଏକ ଜନସ୍ୱାର୍ଥ ମାମଲା ଉପରେ ଭିତ୍ତି କରି ସିବିଆଇ ଏହାର ତଦନ୍ତ ଦାୟିତ୍ୱ ନେଇଥିଲେ । ପ୍ରଥମେ ପ୍ରଥମେ ଏହି ମମଲାର ତଦନ୍ତରେ ଯେଭଳି ତତ୍ପରତା ପ୍ରକାଶ ପାଇଥିଲା ପରେ ତାହା ଦେଖିବାକୁ ମିଳି ନଥିଲା ବୋଲି ରାୟରୁ ଜଣାପଡିଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS