୩୨ତମ ନାଟକ ମହୋତ୍ସବ, ଶନିବାର ସନ୍ଧ୍ୟାର ନାଟକ ଥିଲା ‘କ୍ଷୀର ସମୁଦ୍ର’
(ସମୀକ୍ଷା – ଶିବ ପ୍ରସାଦ ଦାସ)
ରାଉରକେଲା, ୬ ଜାନୁଆରୀ: କଲଚରାଲ ଏକାଡେମୀ ପକ୍ଷରୁ ସ୍ଥାନୀୟ ସିଭିକ୍ ସେଂଟର୍ ଠାରେ ଚାଲି ଥିବା ୩୨ତମ ଲୋକନାଟକ ମହୋସôବରେ ଶନିବାର ସନ୍ଧ୍ୟାର ନାଟକ ଥିଲା ‘କ୍ଷୀର ସମୁଦ୍ର’ । ନାଟକର ନିଦେ୍ର୍ଦଶନା ଦେଇଥିଲେ ରାଜ କୁମାର ସାହୁ । ଉପସ୍ଥାପନା କରି ଥିଲେ ବରଗଡ଼ ଜିଲ୍ଲା ଢୋଳବନ୍ଧର ସଚେତନ ହେମା । ଧର୍ମ ଓ ଗୋ-ମାତାକୁ ଆଳ କରି କିଛି ହିନ୍ଦୁ ଲୋକ ହିଂସାର ମାତି ଥିବା ବେଳେ ଜଣେ ଉଦାରମନା ଶିକ୍ଷିତ ମୁସଲିମ୍ ଯୁବକ ବାପାଙ୍କ ମୃତ୍ୟୁ ପରେ ମୁସଲମାନ ମାନଙ୍କୁ କାହିଁକି ଆତଙ୍କବାଦୀ, ଦେଶଦ୍ରୋହୀ, ଗୋ-ହତ୍ୟାକାରୀ କୁହାଯାଏ, ତାହାର କାରଣ ଖୋଜିଛି । ଧର୍ମୀୟ ଅସହିଷ୍ଣୁତା ଉପରେ ପର୍ଯ୍ୟବସିତ ନାଟକଟି ସଂସ୍କାର ଧର୍ମୀ ଥିଲା । ଶନିବାର ସନ୍ଧ୍ୟାର ଅତିଥି ଥିଲେ ଆଡଭୋକେଟ୍ ଗିରିଶ ଚନ୍ଦ୍ର ମହାପାତ୍ର ଓ ରାଉରକେଲା ଭାରତୀୟ ଷ୍ଟେଟ ବ୍ୟାଙ୍କର ଚିଫ୍ ମ୍ୟାନେଜର ଅଜୟ ନାୟକ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS