ସିଡ୍ଲ୍ୟୁଏସ୍ ତରଫରୁ ଅଙ୍ଗନୱାଡି ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ
ରାଉରକେଲା, (ମୋ ଅନୁଭବ) : ଉଦିତନଗର ଓ ପାନପୋଷ ସମନ୍ୱିତ ଶିଶୁ ବିକାଶ କେନ୍ଦ୍ର ଅଧିନରେ କାର୍ଯ୍ୟ କରୁଥିବା ଅଙ୍ଗନୱାଡି ୱାର୍କର ଓ ସିଡ୍ଲୁଏସ୍ ଅଧିନରେ କାର୍ଯ୍ୟ କରୁଥିବା ଆନିମେଟରମାନଙ୍କ ଏକ ଯୁଗ୍ମ ତାଲିମ ଶିବିର କମ୍ୟୁନିଟି ୱେଲଫେୟାର ସୋସାଇଟି ତରଫରୁ ପୃଥକ ପୃଥକ ଭାବେ ବାସନ୍ତୀ ସେବା ସଦନ ଓ ଶୀତଲପଡା କେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଯାଇଛି । ବାସନ୍ତୀସେବା ସଦନ ଠାରେ ଫାଦର ବେନିଚେନ କେ ପିଟରଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉଦିତନଗର ସିଡିପିଓ ଗୀତାଂଜଳି ନାୟକ ଓ ଶୀତଲପଡା କେନ୍ଦ୍ର ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପାନପୋଷ ସିଡିପିଓ ସୁଶିଳା ପାତ୍ର ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରି ସ୍ୱୟଂ ସହାୟକ ଗୋଷ୍ଠି ସଚେନତା, ସହଭାଗିତା ଓ ସାମାଜିକ କାର୍ଯ୍ୟକ୍ରମରେ ଏସଏଚଜିର ଭୂମିକା ସଂପର୍କରେ ଆଲୋଚନା କରିଥିଲେ । ସେହିପରି ସହରର ବସ୍ତି ଅଂଚଳରେ କାର୍ଯ୍ୟକ୍ରମ କରୁଥିବା ଅଙ୍ଗନୱାଡି ୱାର୍କର, ଆନିମେଟର ଓ ଆଶାକର୍ମୀ ିମାନେ ମିଳିତ ଭାବେ କାର୍ଯ୍ୟ କରିବା ଲାଗି ଫାଦର ପିଟର ତାଲିମରେ ଅଂଶ ଗ୍ରହଣ କରିଥିବା କର୍ମଚାରୀମାନଙ୍କୁ ପରାମର୍ଶ ଦେଇ ଥିଲେ । ଏହି ଅବସରରେ ସିଡ୍ଲ୍ୟୁଏସ୍ ର କାର୍ଯ୍ୟକ୍ରମ ସଂଯୋଜକ ଶିବ ପ୍ରସାଦ ଦାସ ଓ ଫ୍ରଫୁଲ୍ଳ କୁମାର ଲାକ୍ରା ସମ୍ବଳ ବିକ୍ତିତ୍ୱ ଭାବେ ଯୋଗ ଦେଇ ବିଭିନ୍ନ ସରକାରୀ ଯୋଜନାରେ ବସ୍ତି ବାସନ୍ଦା କିପରି ଲାଭାନ୍ୱିତ ହୋଇ ପାରିବେ ସେ ସଂପର୍କରେ ଆଲୋଚନା କରିଥିଲେ । ବାସନ୍ତୀ ସେବା ସଦନ ଠାରେ ସିଷ୍ଟର ପ୍ରମିଳା ଓ ଶୀତଲପଡା ଠାରେ ସିଷ୍ଟର ନୀଲକମଲ କାର୍ଯ୍ୟକ୍ରମର ସଂଯୋଜନା କରିଥିବା ବେଳେ ବାସନ୍ତୀ କେନ୍ଦ୍ରରେ ମାଲଗୋଦାମ, ଗୋପବନ୍ଧୁପାଲି, ମଧୁସୂଦନପାଲି, ଟିମ୍ବରର ୪୭ ଜଣ ଅଙ୍ଗନୱାଡି ୱାର୍କର ଓ ୭ଜଣ ଆନିମେଟର ଅଂଶଗ୍ରହଣ କରିଥିôଲେ । ସେହିଭଳି, ଶୀତଲପଡା ଠାରେ ଶୀତଲପଡା, ଦେଓଗାଁ, ଗୁଡିଆଟୋଲି, ଟାଟା ଝୁମ୍ପଡିର ୯ ଜଣ ଅଙ୍ଗନୱାଡି ୱାର୍କର ଓ ୧୪ ଜଣ ସ୍ୱୟଂସହାୟକ ଗୋଷ୍ଠିର ସଭାପିତମାନେ ଅଂଶଗ୍ରହଣ କରିଥିଲେ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS