ସ୍ୱସ୍ତି ଝଙ୍କାରର ନାଟକ ମହୋତ୍ସବ: ଦ୍ୱିତୀୟ ସଂଧ୍ୟାରେ ‘ଅଧା ଅଧା’ ଓ ତୃତୀୟ ସଂଧ୍ୟାରେ ‘ଗାଁ’ ପରିବେଷିତ
ରାଉରକେଲା (ମୋ ଅନୁଭବ): ସ୍ୱସ୍ତି ଝଙ୍କାର ତରଫରୁ ଆୟୋଜିତ ରଜ୍ୟସ୍ତରୀୟ ନାଟକ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟଳରେ କିନ୍ନରମାନଙ୍କ ଦୁଃଖଦ ଜୀବନ ଶୈଳୀ ଉପରେ ଆଧାରିତ ନାଟକ ‘ଅଧା ଅଧା’ ପରିବେଶିତ ହୋଇଛି । ନାଟକରେ ମୁଖ୍ୟ ଚରିତ୍ର ସଂଜୟ ମହାପାତ୍ର ଭୁବନେଶ୍ୱରର ଜଣେ ପ୍ରତିଷ୍ଠିତ ଶିଳ୍ପପତିଙ୍କ ଏକମାତ୍ର ସନ୍ତାନ । କିନ୍ତୁ କାଳକ୍ରମେ ପୁଅର ଶରୀରରେ ବିଭିନ୍ନ ବିଲକ୍ଷଣମାନ ଦେଖା ଯିବା ସହ ସେ ନିଜକୁ ଝିଅ ପରି ସଜେଇ ହେବାକୁ ପସନ୍ଦ କରିବା ସହ ଝିଅମାନଙ୍କ ପରି ଚାଲିଚଳଣ, ବେଶପରିପାଟୀ କରୁଥିବା ଦେଖିବାକୁ ପାଇଲେ ବାପା ମାନଗୋବିନ୍ଦ ମହାପାତ୍ର । ଯାହା ତାଙ୍କୁ ବେଶ୍ ଆଘାତ ଦେଇଛି । ଶେଷରେ ସେ ନିଜ ପୁଅ ସଂଜୟର ଏକ ସୁଶ୍ରୀ କନ୍ୟା ସହ ବିବାହ କରାଇ ଦେଇଛନ୍ତି । କିନ୍ତୁ ସଂଜୟ ସେହି ବିବାହ ବନ୍ଧନକୁ ପଦାଘାତ କରି ଶେଷରେ କିନ୍ନର ବସ୍ତିରେ ସଂଜନା କିନ୍ନର ଭାବେ ଆଶ୍ରୟ ନେଇଛି । ନାଟକଟିରେ କିନ୍ନରମାନଙ୍କ ଜୀବନ ଶୈଳୀ, ଜୀବିକା, ସରଳ ଜୀବନ ଓ ଓଡିଆ ପର୍ବପର୍ବାଣୀରେ କିନ୍ନରମାନଙ୍କ ଭୂମିକାର ସୁନ୍ଦର ଅଭିବ୍ୟକ୍ତି ଦେଖିବାକୁ ମିଳିଛି । ତୃତୀୟ ଲିଙ୍ଗୀ ଉପରେ ଆଧାରିତ ନାଟକଟି ସଂପୂର୍ଣ୍ଣ ନୂତନ ଢ଼ଙ୍ଗରେ ଆକର୍ଷଣୀୟ ଥିଲା । ଢ଼େଙ୍କାନାଳ ସ୍ଥିତ ‘ଚାର୍ଲିଚାପଲିନ କ୍ଳବ’ ତରଫରୁ ଆୟୋଜିତ ଦିନେଶ ଦାସଙ୍କ ନିଦେ୍ର୍ଦଶିତ ନାଟକ ‘ଅଧା ଅଧା’ରେ ସ୍ୱୟଂ ଦିନେଶ ମୁଖ୍ୟ ଚରିତ୍ର ସଂଜୟ ଓ ସଂଜନା ଭୂମିକାରେ ଅଭିନୟ କରି ଦର୍ଶକମାନଙ୍କୁ ବିମୋହିତ କରିଥିଲେ ।
ସେହିପାରି ତୃତୀୟ ସଂଧ୍ୟାରେ ରାଉରକେଲାର ସ୍ୱାନାମଧନ୍ୟ ନାଟ୍ୟ ସଂସ୍ଥା ‘ରଂଗମଂଚ’ର କଳାକାର ମାନଙ୍କ ଦ୍ୱାରା ନାଟ୍ୟକାର ରଂଣଜିତ ପଟ୍ଟନାୟକଙ୍କ ରଚିତ ଓ କୈଳାଶ ପାଣିଗ୍ରାହୀଙ୍କ ଦ୍ୱାରା ନିଦେ୍ର୍ଦଶିତ ନାଟକ ‘ଗାଁ’ ପରିବେଷିତ ହୋଇଯାଇଛି । ନାଟକଟି ସାଂପ୍ରତିକ ସମୟରେ ଗ୍ରାମ୍ୟ ପରିବେଶ କିପରି କୁସôିତ ରାଜନୀତି ଓ ମଦର ପ୍ରାବଲ୍ୟକୁ ନେଇ ପରିବର୍ତିତ ହେବା ସହ ଭାଇଚାରା ଓ ଗ୍ରାମ୍ୟ ସଂସ୍କୃତିରେ ଅଧୋଃପତନ ଘଟିଛି ତାକୁ ସାଂକେତିକ ଭାବରେ ନାଟକରେ ଦେଖିବାକୁ ମିଳିଥିଲା । କାର୍ଯ୍ୟକ୍ରମକୁ ସଂସ୍ଥାର ସାଧାରଣ ସଂପାଦକ ରାଜୀବ ପାଣି, ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ତଥା ସଂସ୍ଥାର ସଭାପତି ମହେନ୍ଦ୍ର ପଟ୍ଟନାୟକ, ଉପ ସଭାପତି ଅଭୟ ମିଶ୍ର, ମିନାକ୍ଷୀ ଧର ପ୍ରମୁଖ ପରିଚାଳନା କରିଥିବା ବେଳେ ବିଶେଷ ଦର୍ଶକ ଭାବେ ଉପ ଜିଲ୍ଲାପାଳ ହିମାଂଶୁ ବେହେରା, ଆରଏସପିର ମହାପ୍ରବନ୍ଧକ ନିରୋଦ ସାମନ୍ତରାୟ, ନାଟ୍ୟକାର ବିଧୁ ଭୂଷଣ ନନ୍ଦ, ମନୋଜ ପଟ୍ଟନାୟକ, ଶରତ ଦାସ, ବିଜୟ ପାତ୍ର ପ୍ରମୁଖ ପରିଚାଳନା କରିଥିଲେ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS