ସ୍ୱସ୍ତି ଝଙ୍କାରର ରାଜ୍ୟସ୍ତରୀୟ ନାଟକ ମହୋତ୍ସବ: ଚତୁର୍ଥ ସଂଧ୍ୟାରେ ସମ୍ବଲପୁରୀ ନାଟକ ‘ସିମନା କାଁଥି’ ଦର୍ଶକଙ୍କ ମନ ମୋହିଛି
ରାଉରକେଲା (ମୋ ଅନୁଭବ): ସ୍ଥାନୀୟ ସିଭିକ ସେଂଟର ପରିସରରେ ଚାଲି ଥିବା ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ଚତୁର୍ଥ ସଂଧ୍ୟାରେ ସମ୍ବଲପୁରର ନାଟ୍ୟ ସଂସ୍ଥା ‘ଶ୍ରୀ କଲୁଚୁରାଲ ଆସୋସିଏସନ’ର ସମ୍ବଲପୁରୀ ନାଟକ ‘ସିମନା କାଁଥି’ପରିବେଶିତ ହୋଇଯାଇଛି । ନାଟ୍ୟକାର ଆଶିଷ କୁମାର ସୋନାର୍ ଙ୍କ ରଚିତ ଓ ସତ୍ୟରଂଜନ ବେହେରାଙ୍କ ନିର୍ଦେଶିତ ଏହି ନାଟକଟି ଧର୍ମାନ୍ତରୀକରଣ ଓ ଧାର୍ମିକ ଅସହିଷ୍ଣୁତା ଉପରେ ପର୍ଯ୍ୟବେଶିତ । ନାଟକର ନିର୍ଦେଶକ ସତ୍ୟ ରଂଜନ ବେହେରା ବୁଢ଼ା (ମୁଖ୍ୟ ଭୂମିକା) ଭୂମିକାରେ ଅଭିନୟ କରିଥିôବା ବେଳେ କନକ ଡନସେନା ବୁଢ଼ୀ ଭୂମିକାରେ ଅଭିନୟ କରି ଦର୍ଶକଙ୍କୁ ଆକର୍ଷିତ କରିଛି । ଦାରିଦ୍ରର କଷାଘାତ ଭିତରେ ମୁଖ୍ୟ ଚରିତ୍ର ନିଜ ପୁଅକୁ ମିଶନାରୀ ସ୍କୁଲକୁ ଅଧ୍ୟୟନ ପାଇଁ ପଠାଇ ୧୪ ବର୍ଷ ପରେ ତା’ର ଫେରିବା ବାଟକୁ ଚାହିଁ ବସିଛି । ଏହି ସମୟରେ ଗାଁରେ ଧର୍ମାନ୍ତର ଚାଲିବାକୁ ନେଇ ହିଂସାର ବାତାବରଣ ସୃଷ୍ଟି ହୋଇଛି । ଉଭୟ ବୁଢ଼ା, ବୁଢ଼ୀ ଧାର୍ମିକ ହିଂସା ଯୋଗୁଁ ତାଙ୍କ ପୁଅ ଫେରିବା ବିଳମ୍ବ ହେଉଥିବା ଦେଖି ଚିନ୍ତାରେ ପଡିଛନ୍ତି । ଏଭଳି ସମୟରେ ତାଙ୍କ ଘର ସାମନାରେ ଜଣେ ପାଦ୍ରୀଙ୍କୁ କିଛି ଆତତାୟୀ ଆକ୍ରମଣ କରି ଛାଡି ଚାଲି ଯିବା ପରେ ସେମାନେ ଉକ୍ତ ପାଦ୍ରୀଙ୍କୁୁ ରକ୍ଷା କରିବା ପାଇଁ ନିଜ ଘରକୁ ଆଣିଛନ୍ତି । କିନ୍ତୁ, ପାଦ୍ରୀ ଜଣକ ସେଠାରେ ମୃତ୍ୟବରଣ କରିଛନ୍ତି । ଶେଷରେ, ବୁଢ଼ା ଓ ବୁଢ଼ୀ ପୁଅର ହାତରେ ଥିବା ଚିହ୍ନକୁ ଦେଖି ଜାଣି ପାରିଛନ୍ତି ଯେ ପାଦ୍ରୀ ଜଣକ ଆଉ କେହି ନୁହଁ, ତାଙ୍କରି ପୁଅ, ଯାହାର ଫେରିବା ବାଟକୁ ସେମାନେ ଦୀର୍ଘ ଦିନ ହେଲା ଚାହିଁ ରହି ଥିଲେ । ପୁଅ ଧର୍ମାନ୍ତରିତ ହେବା ଘଟଣା ବାପା, ମା’ଙ୍କୁ ବାଧିଛି ସତ, କିନ୍ତୁ ଧର୍ମକୁ ନେଇ ଅସହିଷ୍ଣୁତା ଓ ହିଂସା ଯୋଗୁ ସମାଜ କିପରି ଭାଗ ଭାଗ ହୋଇ ଅଶାନ୍ତିର ବାତାବରଣ ସୃଷ୍ଟି ହେଉଛ. ତାହା ସେମାନଙ୍କୁ ଅଧିକ ମାନସିକ କଷ୍ଟ ଦେଇଛି ।
ସମାଜଧର୍ମୀ ନାଟକ ‘ସିମନା କାଁଥି’ରେ ରୂପ ସଜ୍ଜା ଓ ଆଲୋକ ସଜ୍ଜା ଅତ୍ୟନ୍ତ ଆକର୍ଷଣୀୟ ହୋଇଥିବା ବେଳେ ନାଟକରେ ଅଭିନୟ କରିଥିବା ବୁଢ଼ା, ବୁଢ଼ୀ ଚରିତ୍ର ସାଙ୍ଗକୁ ସମ୍ବଲପୁରୀ ଭାଷାର ମାଧୁର୍ଯ୍ୟ ନାଟକକୁ ଅଧିକ ଆକର୍ଷଣୀୟ କରିଥିଲା । ଏହି ଚତୁର୍ଥ ସଂଧ୍ୟାରେ ରାଉରକେଲା ଡିଏଫଓ ସଂଜୟ କୁମାର ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିôବା ବେଳେ ଭଗବାନ ପତି, ଡ.ବିଭୂତି ପଂଡା ପ୍ରମୁଖ ସମ୍ମାନିତ ଅତିଥି ଓ ଶ୍ରେଷ୍ଠ ଦର୍ଶକ ଭାବେ ଯୋଗ ଦେଇ ନାଟକର ସମୀକ୍ଷା କରିଥିଲେ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS