ରାଜ୍ୟରେ ଚାଷି ଆତ୍ମହତ୍ୟା ରାଜନୀତି ଫମ୍ପା ପ୍ରତିଶୃତି ଯୋଗୁଁ ନବୀନ କାଠଗଡାରେ
ରାଜ୍ୟରେ ଚାଷି ଆତ୍ମହତ୍ୟା ରାଜନୀତି
ଫମ୍ପା ପ୍ରତିଶୃତି ଯୋଗୁଁ ନବୀନ କାଠଗଡାରେ
ା । ପ୍ରସାଦ ରାଓ ।
ଭୁବନେଶ୍ୱର: ରାଜ୍ୟର ବିଭିନ୍ନ୍ ଅଞ୍ଚଳରେ ଚାଷି ଆତ୍ମହତ୍ୟା ଘଟଣା ଓଡିଶା ରାଜନୀତିକୁ ସରଗରମ ରଖିଛି । ଅକ୍ଟୋବର ମାସ ଶେଷ ସୁଦ୍ଧା ରାଜ୍ୟରେ ୪୧ ଜଣ ଚାଷି ବିଭିନ୍ନ କାରଣରୁ ଆତ୍ମହତ୍ୟା କରିଥିବା ରାଜ୍ୟ ସରକାର ସ୍ୱୀକାର କରି ଥିଲେ ମଧ୍ୟ ଫସଲହାନୀ ଜନିତ ଋଣ ବୋଝ ସରକାରଙ୍କ ମତିଗତିକୁ ଅଧିକ ବିବାଦମାନ କରିଛି । ଋଣବୋଝରେ ଛନ୍ଦି ହୋଇ ସବୁ ଚାଷି ଆତ୍ମହତ୍ୟା କରିଥିବା ଠିକ୍ ନୁହେଁ, ଅନ୍ୟାନ୍ୟ କାରଣ ମଧ୍ୟ ରହିଛି ବୋଲି ଗୁରୁତର ମରୁଡି ପରିସ୍ଥିତିର ସମ୍ମୁଖୀନ ହୋଇଥିବା ଜିଲ୍ଲାର ଜିଲ୍ଲାପାଳମାନେ ସେମାନଙ୍କ ରିପୋର୍ଟରେ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହନ୍ତି । ସେମାନେ ନିଜ ଦଳୀୟ କର୍ମୀଙ୍କ ରିପୋର୍ଟ ଭିତ୍ତିରେ ଚାଷି ଆତ୍ମହତ୍ୟାର କମାରଣ ବ୍ୟାପକ ଫସଲହାନୀ, ଶୁଝି ନ ହେଲା ଭଳି ଋଣ ବୋଝ ଏବଂ ରାଜ୍ୟ ସରକାରଙ୍କ ନିଷ୍କ୍ରିୟତାକୁ ଦାୟି କରି ସରକାରଙ୍କୁ ଘେରିବା ପ୍ରୟାସ ଅଛନ୍ତି । ମୋଟାମୋଟି କହିବାକୁ ଗଲେ ରାଜ୍ୟର ଚାଷି ଆତ୍ମହତ୍ୟା ଘଟଣା ଅତ୍ୟନ୍ତ ସ୍ପଶକତାର ହୋଇଥିଲେ ମଧ୍ୟ ତାହାର ରାଜନୀତିକରଣ ଯୋଗୁଁ ସମସ୍ୟାର ଗୁରୁତ୍ୱ କମିଯାଉଛି । ଏଭଳି ଏକ ତିରୋଟ ସମୟରେ ଶାସକ ଓ ବିରୋଧୀ ମିଳିତ ଭାବେ ଗୁରୁତର ମରୁଡି ପ୍ରପିଡିତ ଜିଲ୍ଲାମାନଙ୍କରେ କିଭଳି ଦୀର୍ଘକାଳୀନ କାର୍ଯ୍ୟକ୍ରମମାନେ ହାତକୁ ନେଇ ହେବ, ସେ ଦିଗରେ ଗଠନମୂଳକ ବିଚାର ଉପସ୍ଥାପନ କରିବା ଅଧିକ ଗ୍ରହଣୀୟ ହୁଅନ୍ତା ବୋଲି ତଥ୍ୟାଭିଜ୍ଞ ମହଲରେ ମତ ପ୍ରକାଶ ପାଉଛି ।
ଓଡିଶାରେ ମରୁଡି ଓ ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ କିଛି ନୂଆ କଥା ନୁହେଁ । ରାଜ୍ୟରେ ବୃଷ୍ଟିଛାୟା ଅଞ୍ଚଳ ରହିଛି, ଯେଉଁଠାରେ କି ଅନିୟମିତ ବର୍ଷା ଲଗାତାର ମରୁଡିର କାରଣ ହେଉଛି । ଏହାଛଡା ଅନ୍ୟାନ୍ୟ ଅଞ୍ଚଳରେ ନିୟମିତ ବର୍ଷ ଏବଂ ଏହାର ଅନୁପାତ ଏବଂ ସଂରକ୍ଷଣ କ୍ଷମତା ଉପରେ ମରୁଡି ଓ ବନ୍ୟା ପରିସ୍ଥିତି ନିର୍ଭର କରୁଛନ୍ତି । ଚଳିତ ବର୍ଷ ଅନିୟମିତ ବର୍ଷା ରାଜ୍ୟର ୨୧ଟି ଜିଲ୍ଲାର ୧୩୯ ବ୍ଲକ୍ରେ ଗୁରୁତର ମରୁଡି ପରିସ୍ଥିତି ସଷ୍ଟି କରିଥିବା ରାଜ୍ୟ ରିଲିଫ୍ କମିସନର୍ ଗତ ୨୯ ତାରିଖରେ ସୂଚନା ଦେଇଛନ୍ତି । ପୂର୍ବରୁ ରାଜ୍ୟ ସରକାର ଚାଷି ଆତ୍ମହତ୍ୟ ଅପବାଦରୁ ମୁକୁଳିବା ପାଇଁ ମରୁଡି କ୍ଷତିଗ୍ରସ୍ତ ଅଞ୍ଚଳର ଚାଷୀମାନଙ୍କ ପାଇଁ ୧୦୦୦ କୋଟି ଟଙ୍କାର ସହାୟତା ଘୋଷଣା କରିଥିଲେ । ଏବେ, ସେସବୁ ଅଞ୍ଚଳରେ ବ୍ୟାଙ୍କ ଓ ସମବାୟ ସଂସ୍ଥାମାନେ ଚାଷିଙ୍କ ଠାରୁ ଋଣ ବାବଦ ଟଙ୍କା ଆଦାୟ ବନ୍ଦ ରଖିବାକୁ ନିଦେ୍ର୍ଦଶ ଦିଆଯାଇଛି । ବେଆଇନ ଭାବେ ସୁଦ୍ଧ କାରବାର କରୁଥିବା ମହାଜନମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ ସରକାର ଘୋଷଣା କରିଛନ୍ତି । ଫସଲହାନୀ ଯୋଗୁଁ ନିଜ ପରିବର ପ୍ରତିପୋଷଣ ନେଇ ଚିନ୍ତାରେ ଥିବା ମରୁଡିଗ୍ରସ୍ତ ଜିଲ୍ଲାର ଚାଷିମାନେ ସରକାରଙ୍କ ଏହି ଘୋଷଣାରେ କେତେ ଦୂର ଆଶ୍ୱସ୍ତ ହୋବେ ଏବଂ ବିଷ ଓ ପୋକମରା ଔଷଧ ଖାଇବାରୁ ନିଜକୁ ବିରତ ରଖିବେ, ତାହା ସମୟ ହିଁ କହିବ । ତେବେ ବିରୋଧୀ, ଯେ କିଛି ସମୟ ପାଇଁ ନିରସ୍ତ୍ର ହେବେ, ଏଥିରେ କୌଣସି ସନେ୍ଦହ ନାହିଁ । ମିଳିଥିବା ସୂଚନା ଅନୁସାରେ ଫସଲହାନୀ ଓ ଋଣବୋଝ ଯୋଗୁଁ ୨୦୧୦ରେ ରାଜ୍ୟର ଅନ୍ୟୁନ୍ୟ ୫୦ ଜଣ ଚାଷି ଆତ୍ମହତ୍ୟା କରିଥିଲେ । ମୁଖ୍ୟତଃ, ପଶ୍ଚିମ ଓଡିଶା ଏହାର କେନ୍ଦ୍ରବିନ୍ଦୁ ଥିଲା । ୨୦୧୫ରେ ମଧ୍ୟ ପଶ୍ଚିମ ଓଡିଶା କେନ୍ଦ୍ରବିନ୍ଦୁ ଥିବା ବେଳେ ଉପକୂଳ ଓଡିଶା ବାଦ୍ ପଡିନାହିଁ । ଗଞ୍ଜାମ, ଖୋର୍ଦ୍ଧା, ପୁରୀ, କଟକ ଜିଲ୍ଲାରୁ ମଧ୍ୟ ଚାଷି ଆତ୍ମହତ୍ୟାର ଖବର ମିଳୁଛି । ବର୍ତ୍ତମାନ ପ୍ରଶ୍ନ ଉଠୁଛି ରାଜ୍ୟ ସରକାର ଏଭଳି ଅଘଟଣକୁ ରୋକିବାକୁ ଗଲା ପାଞ୍ଚ ବର୍ଷ ଭିତରେ କି ପଦକ୍ଷେପ ନେଇଥିଲେ?
ରାଜ୍ୟରେ ଯଥେଷ୍ଟ ପରିମାଣରେ ବର୍ଷା ଉଦବୃତ୍ତ ଜଳ ସଂରକ୍ଷଣ ରଖିବା ବ୍ୟବସ୍ଥା ହୋଇ ନ ଥିବାରୁ ସେହି ଜଳ ବନ୍ୟା ବିଭୀଷିକା ସୃଷ୍ଟି କରିବା ସହ ସମୁଦ୍ରକୁ ବୋହି ଯାଉଛି । କମ୍ ବର୍ଷା ହେଲେ ବା ବର୍ଷା ନ ହେଲେ ଜଳ ଭଣ୍ଡାର ଶୁଖିଲା ପଡୁଛି । ରାଜ୍ୟର ମାତ୍ର ୨୩ ଭାଗ ଜମିକୁ ସେଚ ସୁବିଧା ମିଳୁଥିବା ବେଳେ ବଳକା ଜମି ଖରିଫ ଚାଷ ପାଇଁ ବର୍ଷା ଉପରେ ନିର୍ଭର କରୁଛି । ଅନ୍ତତଃ ୩୫ ଭାଗ ଜମିକୁ ଜଳସେଚନ ସୁବିଧା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ତାଙ୍କ ଅଧୀନରେ ଥିବା ଜଳସେଚନ ବିଭାଗ ବିଭିନ୍ନ ସମୟରେ ପ୍ରତିଶୃତି ଦେଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହେଉନାହିଁ । ଜଳସେଚନର ୨୦୧୩- ୧୪ ବାର୍ଷିକ ରିପୋର୍ଟ ଅନୁସାରେ, ରାଜ୍ୟରେ ୭ଟି ବୃହତ, ୩୮ଟି ମଧ୍ୟମ ଓ ୨୩୪୦ଟି କ୍ଷୁଦ୍ର ସେଚ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇ ୧୭.୦୧ ବିଲିଅନ୍ କ୍ୟୁବିକ୍ ମିଟର ଜଳ ସଂରକ୍ଷଣ ହୋଇଥିବା ବେଳେ ୪ଟି ବୃହତ ଓ ୯ଟି ମଧ୍ୟମ ସେଚ ପ୍ରକଳ୍ପ ନିର୍ମାଣାଧୀନ ରହିଛି । ଏହି ପ୍ରକଳ୍ପଗୁଡିକର ଜଳ ଧାରଣ କ୍ଷମତା ୧.୭୭ ବିସିଏମ୍ ହେବ । ରାଜ୍ୟରେ ଭୂତଳ ଜଳସଂପଦ ପରିମାଣ ୧୯.୬୯ ଲକ୍ଷ ହେକ୍ଟା ମିଟର୍ ଥିବା ବେଳେ ସେଥିରୁ ୪.୭୩ ହେକ୍ଟା ମିଟର୍ ହିଁ ବିନିଯୋଗ ହୋଇପାରିଛି । ଗୁରୁତର ମରୁଡି ପରିସ୍ଥିତି ବେଳେ ଚାଷିଙ୍କୁ ଆର୍ଥିକ ସହାୟତା ଘୋଷଣା କରି ରାଜ୍ୟ ସରକାର ନିଜ ଦାୟିତ୍ୱ ସାରିଦେବା ବଦଳରେ ସେଚ ସୁବିଧା ବୃଦ୍ଧି, ବ୍ୟବସାୟିକ ବ୍ୟାଙ୍କ୍ ଓ ସମବାୟ ସଂସ୍ଥା ମାଧ୍ୟମରେ ସରଳ ଉପାୟ ମାଧ୍ୟମରେ ଚାଷିଙ୍କୁ ଫସଲ ଋଣ ଯୋଗାଣ ଏବଂ ତିରୋଟ ସମୟରେ ଆବଶ୍ୟକ କୃଷି ବୈଷୟିକ ଜ୍ଞାନ ବିତରଣ ଭଳି ଦୀର୍ଘକାଳୀନ କାର୍ଯ୍ୟକ୍ରମ ହାତକୁ ନେବା କଥା । କିନ୍ତୁ, ସେଭଳି କିଛି ଦେଖିବାକୁ ମିଳୁନାହିଁ । କୁହାଯାଉଛି, ରାଜ୍ୟର ପ୍ରତ୍ୟେକ ବ୍ଲକ୍ରେ ୫୩ ଭାଗ ଚାଷ ଜମିକୁ ସେଚ ସୁବିଧା ଯୋଗାଇ ଦେବା ଯୋଜନା ଚାଲିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୦୦ ମସିହାରେ- ସବ୍କୋ ପିନେ କେ ଲିଏ ପାନି, କ୍ଷେତ୍କେ ଲିଏ ପାନି(ସମସ୍ତଙ୍କୁ ପିଇବା ପାଣି, ଚାଷ ଜମି ପାଇଁ ପାଣି) ସ୍ଲୋଗାନ ଦେଇ ରାଜ୍ୟର ମଙ୍ଗ ଧରିଥିଲେ । ୨୦୦୨ରେ ପାରି ପଞ୍ଚାୟତ ଗଠନ ଓ ୨୦୦୩ରେ ତାର ପରିଚାଳନା ଭାର ଚାଷି ସଂଗଠନଙ୍କ ହାତରେ ଟେକି ଦେଇ ଚାଷି ମହଲରେ ଆଶାର ସଂଚାର କରିଥିଲେ । ୨୦୦୪ ବିଧାନସଭା ନିର୍ବାଚନ ସମୟରେ ବି ଚାଷୀଙ୍କ ଜମିକୁ ପାଣି ଦେବାର ପ୍ରତିଶୃତି ଦୋହରାଇ ଦ୍ୱିତୀୟ ଥର କ୍ଷମତାକୁ ଆସିଥିଲେ । ଲଗାତାର ୧୬ବର୍ଷ ହେଲା ପ୍ରତିଶୃତିର ବର୍ଷା ଚାଲିଛି, କିନ୍ତୁ ପିଇବା ପାଣି ଦୂରେ ଥାଉ, ସରକାର ଚାଷିଙ୍କ କ୍ଷେତକୁ ପାଣି ଟିକିଏ ଯୋଗାଇ ନ ପାରିବାରୁ ଆଜି ଚାଷୀ ଆତ୍ମହତ୍ୟା ସଂକ୍ରମିତ ହେବାରେ ଲାଗିଛି । ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ବିଜେଡି ସରକାର ଚାଷି ଆତ୍ମହତ୍ୟାର କଳଙ୍କ ମୁଣ୍ଡାଇବାକୁ ବାଧ୍ୟ ହୋଇଛନ୍ତି ।
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS