ରାଉରକେଲା ଏନଆଇଟି ଓ ସିଡବ୍ଲ୍ୟୁଏସ୍ ର ମିଳିତ ଆନୁକୁଲ୍ୟରେ ପଥପ୍ରାନ୍ତ ନାଟକ ‘ଜାଗରଣ’


ରାଉରକେଲା, (ରିପୋର୍ଟ: ଶିବ ପ୍ରସାଦ ଦାସ): ରାଉରକେଲା ସ୍ଥିତ ରାଷ୍ଟ୍ରିୟ ପ୍ରତିଷ୍ଠାନ ଏନ୍ଆଇଟି ଛାତ୍ରମାନଙ୍କ ଦ୍ୱାରା ପରିଚାଳିତ ସାମାଜିକ କେନ୍ଦ୍ର ‘ଆଶ୍ରା’ର କଳାକାର ଏବଂ ସେଛ୍ୱାସେବୀ ଅନୁଷ୍ଠାନ ‘କମ୍ୟୁନିଟି ୱେଲଫେୟାର ସୋସାଇଟି’ର ମିଳିତ ପ୍ରୟାସରେ ନିକଟରେ ସେକ୍ଟର-୨ ସାନ୍ତାଳୀ ବସ୍ତି, ଗୋପବନ୍ଧୁପାଲି ନିକଟ ଇନ୍ଦିରାନଗର ବସ୍ତି ଓ ମଧୁସୂଦନ ପାଲି ସ୍ଥିତ କାଳୀ ମନ୍ଦିର ପରିସରରେ କ୍ରମାଗତ ଭାବେ ତିନି ଦିନ ଧରି ଜନ ସଚେତନତା ମୂଳକ ନାଟକ ‘ଜାଗରଣ’ ପରିବେଷିତ ହୋଇଯାଇଛି । ଏନଆଇଟି ଛାତ୍ରଛାତ୍ରୀ ପଥପ୍ରାନ୍ତ ନାଟକରେ ଭାଗ ନେଇଥିବା ବେଳେ ସିଡବ୍ଲ୍ୟୁଏସର ସେଛ୍ୱାସେବୀମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସିଡବ୍ଲ୍ୟୁଏସର ଚେୟାରପରସନ ଫାଦର ବେନିଚେନ କେ ପିଟର ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ପଥପ୍ରାନ୍ତ ନାଟକ ମାଧ୍ୟମରେ ବାଲ୍ୟ ବିବାହ ଓ କମ୍ ବୟସରେ ହେଉଥିବା ବିବାହକୁ ସବୁ ବର୍ଗରୁ ବିରୋଧ ହେବା ଆବଶ୍ୟକ ବୋଲି ସେ ଏହି ଅବସରରେ ମତବ୍ୟକ୍ତ କରିଥିଲେ ।
ଏନଆଇଟି ଛାତ୍ରୀ ସ୍ମୃତିପ୍ରିୟାଙ୍କ ରଚିତ ଓ ଦିନେଶ ପାଟିଦାରଙ୍କ ନିର୍ଦେଶିତ ସଚେତନତାଧର୍ମୀ ହିନ୍ଦୀ ନାଟକ ‘ଜାଗରଣ’ରେ ଏନଆଇଟି ଛାତ୍ରୀ ରିଚା ଶ୍ରୀବାସ୍ତବ, ରାହୁଲ ସୁତାର, ଆଦିତ୍ୟ ସିଂହଦେଓ, ସଂଜୟ ମଲ୍ଲିକ, ରୋଜାରମଣି ଗରଭ, ମୋହିତ ଗୋଏଲ, ଦିପକ କୁମାର ସିଅଲ, କୁମାର ଆଦର୍ଶ ବର୍ମା, ସୌମ୍ୟଜିତ ମହାନ୍ତି, ସତ୍ୟ ସୌରଭ ନନ୍ଦ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ସିଡବ୍ଲ୍ୟୁଏସର ସେଂଟର କୋର୍ଡିନେଟର ସିଷ୍ଟର ପ୍ରମିଳା, ସିଷ୍ଟର କୁସୁମ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ସିଷ୍ଟର କୁମୁଦିନି, ବ୍ରଦର ରାଜେଶ, ଆନିମେଟର ରୀନା ମହାନ୍ତି, ମଧୁସ୍ମିତା ବୈଠା, ବନିତା ଜେନା, ସବିତା ପାତ୍ର, ଉର୍ସିଲା ତାଂଡି, ଉମା ଜେନା, ସୁନିତା ଭଗତ, ଜେବା ଖାତୁନ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ନାଟକଟି ବାଲ୍ୟ ବିବାହର ଭୟାବହତା ଉପରେ ଆଧାରିତ ଥିଲା ।

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS