Rural Development in India, especially in Odisha


ଓଡ଼ିଶାରେ ଦାରିଦ୍ର୍ୟ ସୀମା ତଳେ ଥିବା ଲୋକଂକ ସଂଖ୍ୟା କମିଛି | 1999ରେ 67 ପ୍ରତିଶତ ଥିଲା | ଏବେ ତାହା 37 ପ୍ରତିଶତକୁ ଖସିଛି | 2004 ପରଠାରୁ ତାହା ଦୃତ ଗତିରେ ହ୍ରାସ ପାଉଥିବା ରାଜ୍ୟର ପୂର୍ବତନ ଶଲାସନ ସଚିବ ତଥା କେନ୍ଦ୍ର ସରକାରଂକ ପୂର୍ବତନ ଗ୍ରାମ୍ୟ ଉନ୍ନୟନ ବିଭାଗ ସଚିବ ଯୁଗଳ କିଶୋର ମହାପାତ୍ର କହଛନ୍ତି | ରାଜ୍ୟ ସରକାର ଗ୍ରାମାଂଚଳର ବିକାଶ ଦିିଗରେ ବଭିନ୍ନ ଯୋଜନା କାର୍ଯ୍ୟକାରୀ କରି ଥିବାରୁ ଗ୍ରାମାଂଚଳ ଅର୍ଥନୀତିରେ ଅଭିବୃଦ୍ଧି ଘଟିଛି | ତେବେ, ଶିଖ୍ୟା, ସ୍ବାସ୍ଥ୍ୟ ଭଳି ବିଷୟ ଉପରେ ଅଧିକ ଧ୍ୟାନ ଦିଆଯିବାର ଆବଶ୍ୟକତା ରହିଛି | ରାଜ୍ୟ ସରକାରଂକ ‘କାଳିଆ’ ଯୋଜନା କୃଷକଂକ ଅର୍ଥନୈତିକ ବିକାଶରେ କେତେଦୂର ସହାୟକ ହୋଇ ପାରିବ ବୋଲି ପ୍ରଶ୍ନର ଉତ୍ତରରେ ମହାପାତ୍ର କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଂକ ଏହି ଯୋଜନା ଗୋଟିଏ ଭଲ ଯୋଜନା | ତେବେ ଏହାର କାର୍ଯ୍ୟକାରିତା ନେଇ ସ୍ବଚ୍ଛତାର ଅଭାବ ରହିଛି | ରାଜ୍ୟ ସରକାର ଖ୍ୟୁଦ୍ର, ନାମମାତ୍ର ଚାଷୀ ଓ ଭୂମିହୀନ କୃଷି ଶ୍ରମିକଂକ ଆର୍ଥିକ ଅଭିବୃଦ୍ଧି ପାଇଁ ‘କାଳିଆ’ ଯୋଜନା କରି ଥିବା ବେଳେ ପ୍ରକୃତ ହିତାଧିକାରୀ ଚିହ୍ନଟ ପାଇଁ data base କାହିଁ ବୋଲି ମହାପାତ୍ର ପ୍ରଶ୍ନ କରିଛନ୍ତି | ପଂଚାୟତସ୍ତରରେ ହିତାଧିକାରୀ ଚିହ୍ନଟ କରାଯାଉଛି ବୋଲି ସରକାର କହୁଛନ୍ତି | ସେଠାରେ ମଧ୍ୟ Land Record Data base ଅଛି କି ବୋଲି ସେ ପ୍ରଶ୍ନ କରିଛନ୍ତି | ଶେଷରେ, ଦଳୀୟ ଭିତ୍ତିରେ ହିତାଧିକାରୀ ଚିହ୍ନଟ ହୋଇ ଟଂକା ବଂଟା ହୋଇଯିବ ବୋଲି ସେ ଆଶଂକା ବ୍ୟକ୍ତ କରିଛନ୍ତି | କେନ୍ଦ୍ର ସରକାର ଏବେ ଘୋଷଣା କରି ଥିବା ପ୍ରଧାନମନ୍ତ୍ରୀ କୃଷକ ସହାୟତା ଯୋଜନା ଓ ମୁଖ୍ୟମନ୍ତ୍ରୀଂକ ‘କାଳିଆ’ ଯୋଜନା ମଧ୍ୟରୁ କେଉଁଟା ଭଲ ଯୋଜନା (?) ବୋଲି ପ୍ରଶ୍ନ ହେବାରୁ ମହାପାତ୍ର ‘କାଳିଆ’ ଯୋଜନାକୁ ସମର୍ଥନ ଦେଇଥିଲେ | ପ୍ରଧାନମନ୍ତ୍ରୀ କୃଷକ ସହାୟତା ଯୋଜନାରେ କେବଳ small and marginal farmer nka ପାଇଁ ସହାୟତା ବ୍ୟବସ୍ଥା ଥିବା ବେଳେ ମୁଖ୍ୟମନ୍ତ୍ରୀଂକ ଯୋଜନାରେ ଭୂମିହୀନ କୃଷି ଶ୍ରମିକଂକୁ ଅନ୍ତର୍ଭୁକ୍ତ କରାଯିବା ଦରଦୃଷ୍ଟି ସଂପନ୍ନ ହୋଇଛି ବୋଲି ସେ କହିଥିଲେ | ତେବେ, ଚାଷୀଂକ ମାସିକ ରୋଜଗାର 6 ହଜାର ଟଂକା ଥିବା ବେଳେ ରାଜ୍ୟ ସରକାର ମାତ୍ର 500 ଟଂକା ସହାୟତା ଘୋଷଣା କରିଥିବା ଅର୍ଥହୀନ ବୋଲି ମହାପାତ୍ର କହିଛନ୍ତି | 14 ତାରିଖ ଅପରାହ୍ନରେ “ମୋଅନୁଭବ.କମ୍” ମୁଖ୍ୟ ସଂପାଦକଂକ ସହ ଏକ ଅନୌପରିକ କଥାବାର୍ତା ସମୟରେ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ଅର୍ଥନୀତି ବିଶାରଦ ତଥା ପୂର୍ବତନ ପ୍ରଶାସକ ମହାପାତ୍ର ଏହି ମତବ୍ୟକ୍ତ କରିଛନ୍ତି |

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS