ଶେମରକ୍ ଚେରିସ୍ ପ୍ଲେସ୍କୁଲର ୩ୟ ବାର୍ଷିକ ଉତ୍ସବ
ଭୁବନେଶ୍ୱର; ୧୭.୦୩ : ପଟିଆସ୍ଥିତ ହୋଟେଲ ସୁରଜ୍ ପେଲେସ୍ ଠାରେ ରବିବାର ଦିନ ଶେମରକ୍ ଚେରିସ୍ ପ୍ଲେସ୍କୁଲ୍ର ୩ୟ ବାର୍ଷିକ- ୨୦୧୯ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ବିଶିଷ୍ଟ ମନସ୍ତତ୍ୱବିତ୍ ଡ. ନମିତା ମହାନ୍ତି । ସମ୍ମାନିତ ଅତିଥି ଥିଲେ ‘ସମ୍ବାଦ’ର ଚିଫ୍ ଜେନେରାଲ୍ ମ୍ୟାନେଜର୍ (ବାର୍ତା) ଅରବିନ୍ଦ ଦାସ । ବିଦ୍ୟାଳୟ ଟ୍ରଷ୍ଟ୍ ର ଉପଦେଷ୍ଟା ସଂଜିବ କୁମାର ମହାନ୍ତିଙ୍କ ପୌରହିତ୍ୟରେ ଏହି ଉତ୍ସବ ଅନୁଷ୍ଠିତ ହୋଇଥିଲା । ଆର୍.ଜେ ରେଣୁକା ଏହାର ସଂଯୋଜନା କରିଥିଲେ । ସୁଶ୍ରୀ ଦେବଜାନୀ ମହାନ୍ତି ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲା ବେଳେ ଶ୍ରେଷ୍ଠା ଭଟ୍ଟାଚାର୍ଯ୍ୟ ବାର୍ଷିକ ବିବରଣୀ ପାଠ କରିଥିଲେ ।ସ୍କୁଲର ଛୋଟ ଛୋଟ ପିଲା, ସେମାନଙ୍କ ଅଭିଭାବକ ଓ ସ୍କୁଲ ଶିକ୍ଷୟତ୍ରୀମାନଙ୍କ ଦ୍ୱାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଶେଷରେ ଉପଦେଷ୍ଟା ଶ୍ରୀଯୁକ୍ତ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS