ବଜ୍ରାଘାତରେ ୨ ମୃତ, ୨ ଗୁରୁତର
ବେଲଗୁଣ୍ଠା: ଠେଙ୍ଗାଧରା ଗ୍ରାମ ଠାରୁ ମନ୍ଦାର ରାସ୍ତାରେ ଥିବା ନାଳ ନିକଟରେ ବଜ୍ରାଘାତରେ ୨ ଜଣଙ୍କ ଆକସ୍ମିକ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଗୁରୁତରମାନେ ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିସôିତ ହେଉଛନ୍ତି । ଖବରରୁ ଜଣାପଡିଛି, ସୁତୁମୁସର ଗ୍ରାର ଧନୁଶର ଦଳେଇଙ୍କ ପୁତ୍ର ଦୀପକ ଦଳେଇ (୨୦), ଡାକ ବରାଡଙ୍କ ପୁତ୍ର ଲିପୁନ୍ ବରାଡ(୧୮) ଓ ପୋଲସରା ଥାନା ବଡପଙ୍କଳବାଡି ଗ୍ରାମର ପଦ୍ମଚରଣ ସାହୁଙ୍କ ପୁତ୍ର ଦୂତିକୃଷ୍ଣ ସାହୁ ତିନି ଜଣ ଏକାଠି ହୋଇ ନିଜ ଆପାଚି ବାଇକ୍,ନଂ- ଓ.ଡି. ୩୨ଏ-୧୯୫୪ ଯୋଗେ କୌଣସି କାମରେ ଗାଙ୍ଗପୁର ନିକଟ ସାଦରା ଯାଇ ନିଜ ଗ୍ରାମ ସୁତୁମୁସର ଫେରୁଥିବା ବେଳେ ଠେଙ୍ଗାଧରା ବଡନଦୀ ନାଳ ନିକଟରେ ହଠାତ୍ ବର୍ଷା ସାଙ୍ଗକୁ ଘଡଘଡି ମାରିବାରୁ ବାଇକରେ ବସିଥିବା ଦୀପକ, ଦୂତିକୃଷ୍ଣ ଓ ଲିପୁନ୍ ଛିଟିକ୍ ପଡିଥିଲେ । ଘଟଣାସ୍ଥଳରେ ଦୀପକ ଓ ଦୂତିକୃଷ୍ଣଙ୍କ ମୃତ୍ୟୁ ହୋଇଥିବା ବେଳେ ବାଇକ୍ ଚଳାଉଥିବା ଲିପୁନ୍ ଗୁରୁତର ଆହତ ହୋଇଥିଲା । ଏହି ସମୟରେ ସେହି ରାସ୍ତା ଦେଇ ତନରଡା ଆଇ. ଆର୍.ବି ବାଟାଲିୟନ୍ରେ କାର୍ଯ୍ୟରତ ନାଟେଙ୍ଗା ଗ୍ରାମର ଯବାନ୍ ଈଶ୍ୱର ଲେଙ୍କା(୪୦)ନିଜ ଗ୍ରାମକୁ ଯାଉଥିବା ବେଳେ ସେହି ସମାନ ଜାଗାରେ ବଜ୍ରାଘାତ ଯୋଗୁଁ ଆହତ ହୋଇଥିଲେ । ଆହତ ଲିପୁନ୍ ଏବଂ ଈଶ୍ୱରଙ୍କୁ ସ୍ଥାନୀୟ ଗ୍ରାମବାସୀ ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ବେଲଗୁଣ୍ଠା ଅଗ୍ନିଶମ କର୍ମଚାରୀ ଓ ଫାଣ୍ଡି ପୋଲିସ୍ ଦୁର୍ଘଟଣା ସ୍ଥାନରେ ପଂହଚି ମୃତ୍ୟୁବରଣ କରିଥିବା ଦୀପକ ଓ ଦୃତିକୃଷ୍ଣଙ୍କ ଶବକୁ ଜବତ କରିବା ସହିତ ବ୍ୟବଚ୍ଛେଦ ନିମନ୍ତେ ଭଂଜନଗର ଉପଖଣ୍ଡ ଚିକିସôାଳୟକୁ ପଠାଇଥିବା ଫାଣ୍ଡି ଅଧିକାରୀ ପ୍ରକାଶ କୁମାର ସାହୁ ପ୍ରକାଶ କରିଛନ୍ତି । ପ୍ରକାଶ ଥାଉ କି ମୃତ ଦୂତିକୃଷ୍ଣ ବେଲଗୁଣ୍ଠା ସାଇ ଆଇ.ଟି.ଆଇ ହଷ୍ଟେଲରେ ରହି ଅଧ୍ୟୟନ କରୁଥିଲେ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS