ବାଏଫ ତରଫରୁ କୃଷକ ସଚେତନ ମେଳା ଅନୁଷ୍ଠିତ
ଛେଂଡିପଦା : ଭାରତ ଏଗ୍ରୋ ଇଂଡଷ୍ଟ୍ରିଜ୍ ଫାଉଂଡେସନ୍ (ବାଏଫ) ତରଫରୁ ସାଳଖମଣ ଠାରେ କୃଷକ ସମାବେଶ ଓ ତାଲିକା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଉଦ୍ୟାନ କୃଷି ଉପ ନିର୍ଦେଶକ ଲଳିତ କୁମାର ପଂଡା, କୃଷି ଅଧିକାରୀ ପ୍ରମୋଦ କୁମାର ଦାଶ, ଚିନ୍ମୟୀ ରାୟ ପ୍ରମୁଖ ଯୋଗ ଦେଇ ନୂତନ କୃଷି ପଦ୍ଧତି ତଥା ଧାଡି ବୁଣା ପ୍ରଣାଳୀ, ବୁନ୍ଦା ଜଳସେଚନ, କଂମ୍ପୋଷ୍ଟ୍ ଖତର ବ୍ୟବହାର ସଂପର୍କରେ ଆଲୋଚନା କରିବା ସହ ୧୦ ଜଣ ଚାଷୀଙ୍କୁ ମୃତିକା ପରୀକ୍ଷଣ କାର୍ଡ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବାଏଫର ଜିଲ୍ଲା ଅଧିକାରୀ ସୁଧାଂଶୁ ରାୟଗୁରୁ ବାଏଫର ପରିଚୟ ଦେବା ସହ ମହାନଦୀ କୋଲଫିଲ୍ଡ ସହାୟତାରେ ଆଗାମୀ ଦିନରେ ଛେଂଡିପଦା ବ୍ଲକର ୧୦ଟି ଗ୍ରାମରେ ବାଏଫ ସହାୟତାରେ ନୂତନ କୃଷି ପ୍ରଣାଳୀ, ଉଦ୍ୟାନ କୃଷି, ପଶୁପାଳନ କ୍ଷେତ୍ରରେ ବାଏଫ ନେଇଥିବା ପଦକ୍ଷେପ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ସହ ଅଧିକାରୀ ଦିଲିପ ବେହେରା, ଆଶିଷ କୁମାର, ସିଆରପି ଦିଲିପ ସାହୁ, ରତ୍ନାକର ପ୍ରଧାନ, ଦିଲେଶ୍ୱର ସାହୁ ପ୍ରମୁଖ ସହଯୋଗ କରିଥିଲେ ।
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS