ଓଡ଼ିଶାରେ କେବେ ?
ପଶ୍ଚିମ ବଙ୍ଗ ସମେତ କିଛି ରାଜ୍ୟରେ ଚଳିତ ନଭେମ୍ବର ୭ ତାରିଖରୁ ‘ଗୁଟଖା’ ବିକ୍ରି ଏବଂ ଉତ୍ପାଦନକୁ କଡ଼ାକଡ଼ା ଭାବେ ବନ୍ଦ କରାଯାଇଛି । ଆସନ୍ତା ଏକ ବର୍ଷପର୍ଯ୍ୟନ୍ତ ପଶ୍ଚିମ ବଙ୍ଗରେ ଗୁଟୁଖା, ତମାଖୁ ତଥା ନିକୋଟିନ୍ୟୁକ୍ତ ହାନିକାରକ ପାନ ମସଲାର ଉତ୍ପାଦନ ଏବଂ ବିକ୍ରି ନିଷିଦ୍ଧ ରହିବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ଜାରି ଅଧୀସୂଚନାରୁ ଜଣାପଡିଛି । ଏଥିରେ କୁହାଯାଇଛି, ରାଜ୍ୟରେ ଖାଦ୍ୟ ସୁରକ୍ଷା ନିୟମ ଅନୁଯାୟୀ ଏହି କଟକଣା ଲାଗୁ କରାଯାଇଛି । ଉତ୍ତରାଖଣ୍ଡ, ବିହାର ଏବଂ ରାଜସ୍ଥାନ ସମତେ ଅନ୍ୟ କିଛି ରାଜ୍ୟରେ ମଧ୍ୟ ‘ଗୁଟଖା’ ବିକ୍ରି ଏବଂ ଉତ୍ପାଦନ ଉପରେ ନିଷେଧାଦେଶ ଲାଗି ଥିବା ବେଳେ ଓଡ଼ିଶାରେ କେବେ (?) ବୋଲି ପ୍ରଶ୍ନ ହେଉଛି । ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନଭେମ୍ବର ୭ ତାରିଖରୁ କଡ଼ାକଡ଼ି ଭାବେ ଏହାକୁ କାର୍ଯ୍ୟକାରୀ କରିଥିବା ବେଳେ ଓଡ଼ିଶାରେ ବହୁ ଆଗରୁ ଏହି କଟକଣା ଲାଗୁ ହୋଇ ମଧ୍ୟ ଫଳପ୍ରଦ ଭାବେ କାର୍ଯ୍ୟକାରୀ ହେଉ ନାହିଁ । ପୁଲିସ ଓ ପ୍ରଶାସନ କାଁ ଭାଁ ଗୁଟଖା ଉତ୍ପାଦନ କରାଯାଉଥିବା ବେଆଇନ କାରଖାନା ଉପରେ ଚଢ଼ାଉ କରି କୋଟି କୋଟି ଟଙ୍କାର ଗୁଟଖା ଜବତ କରିବା ପରେ ନିରବ ହୋଇଯାଉଛନ୍ତି । ଦୋକାନ ବଜାରରେ ‘ଗୁଟଖା’ ଲୁଚାଛପାରେ ବିକ୍ରି ଚାଲିଛି । ଚଢ଼ାଉର ନାମଗନ୍ଧ ନାହିଁ । ତେଣୁ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ଗୁଟଖା, ତମାଖୁ ବିକ୍ରି ଏବଂ ଉତ୍ପାଦନକୁ କେବେ ବନ୍ଦ କରିବେ ଏବଂ ୫-ଟିରେ ଏହା ମଧ୍ୟ ସାମିଲ ହେବ ବୋଲି ପ୍ରଶ୍ନ ହେଉଛି ।
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS