ଆମେରିକାରେ ଫେରିଛି ଡେମୋକ୍ରାଟଙ୍କ ଶାସନ
ଆମେରିକାରେ ଫେରିଛି ଡେମୋକ୍ରାଟଙ୍କ ଶାସନ । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏପର୍ଯ୍ୟନ୍ତ ନିଜ ପରାଜୟ ମାନି ନ ଥିଲେ ମଧ୍ୟ ରିପବ୍ଲିକାନ ପାର୍ଟି ହ୍ବାଇଟ୍ ହାଉସରୁ ହଟିବା ନିଶ୍ଚିତ ହୋଇଯାଇଛି । ଆମେରିକା ରାଷ୍ଟ୍ରପତି ହେବା ପାଇଁ ମେଜିକ୍ ନମ୍ବର ୨୭୦ ଥିବା ସମୟରେ ଡେମୋକ୍ରାଟିକ୍ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବାଇଡ଼ନ୍ ପେନସିଲଭାନିଆ ବିଜୟ ପରେ ୨୭୩ ରେ ପହଂଚିଛନ୍ତି | ରିପବ୍ଲିକାନ୍ ଦଳର ପ୍ରାର୍ଥୀ ଥିବା ରାଷ୍ଟ୍ରପତି ଟ୍ରମ୍ପ ୨୧୪ ଇଲୋକ୍ଟ୍ରୋରାଲ୍ ଭୋଟ ସହିତ ବହୁ ପଛରେ ଅଛନ୍ତି | ଆମେରିକାର ପ୍ରମୁଖ ରାଜ୍ୟଗୁଡ଼ିକରେ ଟ୍ରମ୍ପ ଓ ବାଇଡ଼ନ୍ଂକ ମଧ୍ୟରେ କଡା ମୁକାବିଲା ହୋଇଛି | ଭୋଟ ଗ୍ରହଣ ସରିବାର ପଂଚମ ଦିନରେ ମଧ୍ୟ କିଛି ଗୁରୁତ୍ବପୂର୍ଣ ରାଜ୍ୟରେ ଭୋଟ ଗଣତି ଜାରି ରହିଛି | ଆନୁଷ୍ଠାନିକ ଭାବେ ଫଳାଫଳ ଘୋଷଣା ବେଳକୁ ବାଇଡ଼ନ୍ଂକ ଇଲୋକ୍ଟ୍ରୋରାଲ୍ ଭୋଟ ସଂଖ୍ୟା ୩୦୦ ଟପି ଯିବା ଆଶା କରାଯାଉଛି | ୭୭ ବର୍ଷ ବୟସ୍କ ବାଇଡ଼ନ୍ ଦେଶର ୫ଟି ଗୁରୁତ୍ବପୂର୍ଣ ରାଜ୍ୟରୁ ୩ଟିରେ ଅଗ୍ରଣୀ ଅଛନ୍ତି | ପେନସିଲଭିନିଆରୁ ବିଜୟୀ ଘୋଷିତ ହୋଇସାରିଛନ୍ତି | ସୁରୁଖୁରରେ ଯେମିତି କ୍ଷମତା ହସ୍ତାନ୍ତର ହେବ ସେ ଦିଗରେ ବାଇଡ଼ନ୍ ରଣନୀତି ପ୍ରସ୍ତୁତ କରୁଛନ୍ତି | ବାଇଡ଼ନ୍ ଆମେରିକାର ୪୬ତମ ରାଷ୍ଟ୍ରପତି ହେବାକୁ ଯାଉଥିବା ବେଳେ ଭାରତୀୟ ବଂଶୋଦ୍ଭବ ତଥା ଆଫ୍ରିକୀୟ କମଲା ହାରିଶ ଆମେରିକାର ପ୍ରଥମ ମହିଳା ଉପ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି | କମଲାଂକ ଜନ୍ମ ଚେନ୍ନାଇରେ | ତାଙ୍କ ବିଜୟ ଭାରତରେ ମଧ୍ୟ ଆନନ୍ଦର ଲହରୀ ଖେଳାଇ ଦେଇଛି । ବାଇଡ଼ନ୍ଂକ ପୂର୍ବରୁ ବାରାକ୍ ଓବାମା ଦୁଇଟି ଟର୍ମ ଡେମୋକ୍ରାଟିକ ଦଳ ପକ୍ଷରୁ ଆମେରିକା ରାଷ୍ଟ୍ରପତି ଭାବେ ଦାୟିତ୍ଵ ତୁଲାଇ ସାରିଛନ୍ତି | ବାରାକ୍ ଆଜି ମଧ୍ୟ ବିଶ୍ବରେ ଲୋକପ୍ରିୟତାରେ ଆଗୁଆ |
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS