ଦିଲ୍ଲୀରେ ବିଜେପିର ଦୁଇ ଦିନିଆ ଜାତୀୟ କାର୍ଯ୍ୟକାରୀଣୀ ଆରମ୍ଭ
ପ୍ରସାଦ ରାଓ
ଜାନୁଆରୀ ୧୬/୨୩
ଦିଲ୍ଲୀରେ ଆଜି ବିଜେପିର ଦୁଇ ଦିନିଆ ଜାତୀୟ କାର୍ଯ୍ୟକାରୀଣୀ ବୈଠକ ଆରମ୍ଭ ହୋଇଛି । ନ୍ୟୁ ଦିଲ୍ଲୀ ମୁନସିପାଲ କାଉନସିଲ କନଭେନ୍ସନ୍ ସେଂଟର (ଏନଡିଏମସି)ରେ ଆରମ୍ଭ ହୋଇଥିବା ଏହି ବୈଠକରେ ଦଳର ରାଷ୍ଟ୍ରୀୟ ସଭାପତି ଡକ୍ଟର ଜେ.ପି.ନଡ୍ଡାଙ୍କ କାର୍ଯ୍ୟକାଳ ବୃଦ୍ଧି ନେଇ ନିଷ୍ପତ୍ତି ନିଆଯିବାକୁ ଅଛି । ଏହିଛଡା ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ଓ ଚଳିତ ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନଗୁଡିକୁ ନେଇ ରଣନୀତି ପ୍ରସ୍ତୁତି ଓ ଚୂଡାନ୍ତ କରାଯିବାକୁ ଥିବା ଜଣାପଡିଛି । ବିଜେପି ରାଷ୍ଟ୍ରୀୟ ସଭାପତି ନଡ୍ଡାଙ୍କ ତିନି ବର୍ଷିଆ କାର୍ଯ୍ୟକାଳ ଚଳିତ ମାସରେ ଶେଷ ହେବାକୁ ଯାଉଛି । ୨୦୨୪ ସାଧାରଣ ନିର୍ବାଚନ ସରିବା ଯାଏଁ ତାଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯିବାକୁ ଦୁଇ ଦିନିଆ ଜାତୀୟ କାର୍ଯ୍ୟକାରୀଣୀ ବୈଠକରେ ନିଷ୍ପତ୍ତି ନିଆଯିବାର ସୂଚନା ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପଟେଲ ଚୌକରୁ କେନ୍ଦ୍ରୀୟ ଦିଲ୍ଲୀରେ ଥିବା ଏନଡିଏମସି ମୁଖ୍ୟାଳୟ ପର୍ଯ୍ୟନ୍ତ ବିରାଟ ପଟୁଆରରେ ଆସି ଦଳର ଜାତୀୟ କାର୍ଯ୍ୟକାରୀଣୀରେ ଭାଗ ନେଇଛନ୍ତି । ରାସ୍ତା ସାରା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବିପୁଳ ସଂବର୍ଦ୍ଧନା ଦିଆଯାଇଥିବା ବେଳେ କଂଗ୍ରେସ ଏହାକୁ ‘ଇଭେଂଟ୍ ମ୍ୟାନେଜମେଂଟ’ କହିଛି । ଜାତୀୟ କାର୍ଯ୍ୟକାରୀଣୀ ଆରମ୍ଭ ହେବା ପୂର୍ବରୁ ବିଜେପି ରାଷ୍ଟ୍ରୀୟ ସଭାପତି ନଡ୍ଡା ବିଭିନ୍ନ ରାଜ୍ୟରୁ ଆସିଥିବା ଦଳର ଦାୟିତ୍ୱଧିକାରୀଙ୍କ ସହ ଆଲୋଚନା କରିଥିଲେ । ଦଳର ଜାତୀୟ କାର୍ଯ୍ୟକାରୀଣୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ୩୫ ଜଣ କେନ୍ଦ୍ର ମନ୍ତ୍ରୀ, ୧୨ ଜଣ ମୁଖ୍ୟମନ୍ତ୍ରୀ ଓ ୩୭ ଜଣ ଆଂଚଳିକ ମୁଖ୍ୟ ଯୋଗ ଦେଉଥିବା ଜଣାପଡିଛି । ୩୫୦ ଜଣ ଦଳୀୟ କର୍ମୀ ଏଥିରେ ଯୋଗ ଦେବାର ଆଶା କରାଯାଉଛି । ବିଜେପିର ଏହି ଜାତୀୟ କାର୍ଯ୍ୟକାରୀଣୀ ଅବସରରେ ଏନଡିଏମସିରେ ତିନିଟି ପ୍ରଦର୍ଶନୀର ମଧ୍ୟ ଆୟୋଜନ ହୋଇଛି । ପ୍ରଥମଟି ‘ସେବା, ସଂଗଠନ ଓ ସମର୍ପଣ’ ଭାବେ ନାମିତ ହୋିଥିବା ବେଳେ ଦ୍ୱିତୀୟଟି ‘ବିଶ୍ୱ ଗୁରୁ ଭାରତ’ ଓ ତୃତୀୟଟି (ସୁଶାସନ) ନାମରେ ନାମିତ ହୋଇଥିବା ଜଣାପଡିଛି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS