ପାଟକୁରା ଉପ ନିର୍ବାଚନ ଫଳାଫଳ ଆଜି
କେନ୍ଦ୍ରାପଡା ଜିଲ୍ଲା ପାଟକୁରା ବିଧାନସଭା ଆସନ ପାଇଁ ଜୁଲାଇ ୨୦ ତାରିଖରେ ହୋଇଥିବା ଉପ ନିର୍ବାଚନ ଫଳାଫଳ ବୁଧବାର (୨୪ ତାରିଖ) ପ୍ରକାଶ ପାଇବ । ଏହି ନିର୍ବାଚନରେ ବିଜେଡ଼ି ପକ୍ଷରୁ ସାବିତ୍ରୀ ଅଗ୍ରୱାଲ ପ୍ରାର୍ଥୀ ଥିବା ବେଳେ ବିଜେପିରୁ ବରିଷ୍ଠ ନେତା ବିଜୟ ମହାପାତ୍ର ପ୍ରାର୍ଥୀ ଅଛନ୍ତି । କଂଗ୍ରେସ ମଧ୍ୟ ଏଠାରୁ ପ୍ରାର୍ଥୀ ଦେଇଛି । ମୋଟ ୧୦ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଥିବା ବେଳେ ଭୋଟ ଲଢେଇ ମୁଖ୍ୟତଃ ବିଜେଡ଼ି- ବିଜେପି ମଧ୍ୟରେ ହେଉଛି । ଉଭୟ ଦଳ ବିଜୟ ନେଇ ଆଶାବାଦୀ । ମୁଖ୍ୟମନ୍ତ୍ରୀ ଗତ ୧୭ ତାରିଖ ବିଜେଡ଼ି ପ୍ରାର୍ଥୀ ଶ୍ରୀମତୀ ଅଗ୍ରୱାଲଙ୍କ ପାଇଁ ପ୍ରଚାର ଅଭିଯାନରେ ଯାଇ ସାବିତ୍ରୀଙ୍କ ଭୋଟ ଦେବାକୁ ଭୋଟରଙ୍କୁ ନିବେଦନ କରିଥିଲେ। ଭୋଟ ପରେ ସେ ନିଜେ ଏହି ନିର୍ବାଚନମଣ୍ଡଳୀ କଥା ବୁଝିବେ ବୋଲି ମଧ୍ୟ ସେ କହିଥିଲେ । ରାଜ୍ୟର ବହୁ ମନ୍ତ୍ରୀ, ବିଧାୟକ ଓ ଯୁବ ନେତା ମାସେରୁ ଉଦ୍ଧ୍ୱର୍ ହେଲା ପାଟକୁରାରେ ଡ଼େରା ପକାଇ ଥିଲେ । ସେହିଭଳି, ବିଜେପି ପ୍ରାର୍ଥୀ ମହାପାତ୍ରଙ୍କ ପାଇଁ ଦୁଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡଙ୍ଗୀ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ସମେତ ବହୁ ନେତା ପ୍ରଚାରରେ ଭାଗ ନେଇଥିଲେ । ୨୦୧୯ ସାଧାରଣ ନିର୍ବାଚନରେ ଏହି ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହୋଇଥିଲେ ପୂର୍ବତନ ମନ୍ତ୍ରୀ ବେଦ ପ୍ରକାଶ ଅଗ୍ରୱାଲ । ତେବେ, ତାଙ୍କ ଅକାଳ ବିୟୋଗ ଯୋଗୁ ପାଟକୁରାରେ ଭୋଟ ସ୍ଥଗିତ ହୋଇଥିଲା । ପରେ, ‘ଫନି’ ପାଇଁ ଉପ ନିର୍ବାଚନ ତାରିଖ ମଧ୍ୟ ଗଡି ଥିଲା । ଜୁଲାଇ ୨୦ରେ ଏହି ଉପ ନିର୍ବାଚନ ହେଲା । ବିଜେଡ଼ି ପ୍ରାର୍ଥୀ ଥିବା ସାବିତ୍ରୀ ହେଉଛନ୍ତି ଦିଗଙ୍ଗତ ନେତା ବେଦ ପ୍ରକାଶ ଅଗ୍ରୱାଲଙ୍କ ପତ୍ନୀ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS