ବାପ୍ପି ଲାହେରୀଙ୍କ ସୁନା…
ଗାୟକ ତଥା ସଙ୍ଗୀତ ସଂଯୋଜକ ବାପ୍ପି ଲାହେରୀ ବଲିଉଡର ଜଣେ ଜଣାଶୁଣା ଷ୍ଟାଇଲିସ୍ ର୍ୟାପ୍ ଗାୟକ । ମହିଳାଙ୍କ ଭଳି ସୁନାରେ ଲଦି ହୋଇ ରହିବା ବାପ୍ପିଙ୍କର ଆଉ ଏକ ସଉକ । ଏମିତିକି ଅନେକଙ୍କ ଭିଡ଼ରେ ବି ତାଙ୍କୁ ବାରି ହୋଇଯିବ । ଯେକୌଣସି କନ୍ସର୍ଟ ହେଉ ବା ଫିଲ୍ମ ଆୱାର୍ଡ, ସବୁ ଜାଗାକୁ ବେକରେ ମୋଟା ସୁନା ହାର, ହାତରେ ବ୍ରେସ୍ଲେଟ୍ ଆଉ ଦୁଇ ହାତ ଆଙ୍ଗୁଳି ଭର୍ତ୍ତି ମୁଦି ପିନ୍ଧି ଆସନ୍ତି ।
ତେବେ ବାପ୍ପିଙ୍କ ପାଖରେ କେତେ ସୁନା ଅଛି, ଆଉ ତା’ର ମୂଲ୍ୟ କେତେ, କେବେ ଚିନ୍ତା କରିଛନ୍ତି କି ?
୨୦୧୪ରେ ଲୋକସଭା ନିର୍ବାଚନରେ ପ୍ରାର୍ଥୀପତ୍ର ଦାଖଲ କରିବା ସମୟରେ ବାପ୍ପି ନିଜର ସମୁଦାୟ ସଂପତ୍ତି ସୂଚନା ଦେଇଥିଲେ । ଏହି ସୂଚନା ଅନୁଯାୟୀ, ବାପ୍ପିଙ୍କ ପାଖରେ ୭୫୪ ଗ୍ରାମ୍ ସୁନା ଏବଂ ୪.୬୨କିଲୋ ରୁପା ଥିଲା । ବର୍ତ୍ତମାନର ସୁନା ଓ ରୁପା ଦର ଅନୁଯାୟୀ ୭୫୪ ଗ୍ରାମ୍ ସୁନାର ଦର ପ୍ରାୟ ୩୦ ଲକ୍ଷ ଏବଂ ୪.୬୨କିଲୋ ରୁପାର ମୂଲ୍ୟ ୨ଲକ୍ଷ ଟଙ୍କା ହେବ । ବାପ୍ପିଙ୍କ ଠାରୁ ତାଙ୍କ ପତ୍ନୀଙ୍କ ପାଖରେ ଥିବା ସଂପତ୍ତି ମୂଲ୍ୟ ଅଧିକ । ୨୦୧୪ରେ ମିଳିଥିବା ସୂଚନା ଅନୁଯାୟୀ, ତାଙ୍କ ପତ୍ନୀଙ୍କ ନିକଟରେ ୯୬୭ ଗ୍ରାମ୍ ସୁନା, ୮.୯ କିଲୋ ରୁପା ଆଉ ୪ ଲକ୍ଷ ଟଙ୍କାର ହୀରା ରହିଛି । ବାପ୍ପିଙ୍କ ପାଖରେ ସମୁଦାୟ ୨୦ କୋଟି ଟଙ୍କାର ସଂପତ୍ତି ରହିଛି ।
କେମିତି ହେଲା ବାପ୍ପିଙ୍କର ସୁନା ପିନ୍ଧା ସଉକ ?
ଗାୟକ ତଥା ସଙ୍ଗୀତ ସଂଯୋଜକ ବାପ୍ପି ଲାହେରୀ ବଲିଉଡର ଜଣେ ଜଣାଶୁଣା ଷ୍ଟାଇଲିସ୍ ର୍ୟାପ୍ ଗାୟକ । ମହିଳାଙ୍କ ଭଳି ସୁନାରେ ଲଦି ହୋଇ ରହିବା ବାପ୍ପିଙ୍କର ଆଉ ଏକ ସଉକ । ଯେକୌଣସି କନ୍ସର୍ଟ ହେଉ ବା ଫିଲ୍ମ ଆୱାର୍ଡ ସୋ’ ସବ ଜାଗାକୁ ବେକରେ ମୋଟା ସୁନା ହାର, ହାତରେ ବ୍ରେସ୍ଲେଟ୍ ଆଉ ଦୁଇ ହାତ ଆଙ୍ଗୁଳି ଭର୍ତ୍ତି ମୁଦି ପିନ୍ଧି ଆସନ୍ତି ସେ ।
ଗୋଟିଏ ସାକ୍ଷାତକାରରେ ବାପ୍ପି ନିଜ ସୁନା ପିନ୍ଧା ସଉକ ପଛରେ ଥିବା କାରଣଟି କହିଥିଲେ । ବାପ୍ପି ହଲିଉଡ୍ ଗାୟକ ଏଲବିସ୍ ପେଲଲ୍ସିଙ୍କର ବଡ଼ ପ୍ରଶଂସକ । ସେ ପେଲଲି୍ସଙ୍କର ଦୁଇଟି କଥା ପ୍ରତି ବେଶ୍ ଆକୃଷ୍ଟ ହୋଇଥିଲେ । ପ୍ରଥମତଃ ତାଙ୍କର ସଙ୍ଗୀତ, ଅନ୍ୟଟି ପେଲଲି୍ସ ବେକରେ ପିନ୍ଧୁଥିବା ସୁନା ଚେନ୍ । ପେଲଲି୍ସଙ୍କୁ ଦେଖିବା ପରେ ନିଜେ ବି ଦିନେ ସଫଳ ହେବେ ଆଉ ଏମିତି ସୁନା ପିନ୍ଧି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବେ ବୋଲି ବାପ୍ପି ସ୍ଥିର କରି ଥିଲେ ।
ବାପ୍ପିଙ୍କ ସଫଳତା ସହିତ ତାଙ୍କର ସୁନା ପିନ୍ଧା ସଉକ ଆଉ ସୁନାର ଓଜନ ଧୀରେ ଧୀରେ ଧୀରେ ବଢ଼ି ଚାଲିଲା । ସୁନା ତାଙ୍କ ପାଇଁ ବହୁତ ଶୁଭ ବୋଲି ସେ ସାକ୍ଷାତକାରରେ କହିଥିଲେ ।
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS