କେନ୍ଦ୍ର ଟଙ୍କା ଦେଲେ ଖର୍ଚ୍ଚ ହେବ
ଭୁନନେଶ୍ୱର, ମେ’୧୭
କରୋନା ମହାମାରୀ ଯୋଗୁ କେନ୍ଦ୍ରୀୟ ଯୋଜନା ଓ କେନ୍ଦ୍ର ପ୍ରବର୍ତିର୍ତ ଯୋଜନା ବାବଦରେ ଟଙ୍କା ମିଳିବା ନେଇ ଅନିଶ୍ଚିତତା ଲାଗି ରହିଛି । ରାଜ୍ୟ ରାଜକୋଷରେ ଟଙ୍କା ନାହିଁ । ତେଣୁ କେନ୍ଦ୍ରୀୟ ଅଂଶ ନ ମିଳିବା ଯାଏଁ ରାଜ୍ୟ ଅଂଶ ଖର୍ଚ୍ଚ ହେବ ନାହିଁ ବୋଲି ୧୫ ତାରିଖି ରାଜ୍ୟ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା ସମସ୍ତ ଅତିରିକ୍ତ ଶାସନ ସଚିବ, କମିସନର, ଶାସନ ସଚିବ ଓ ବିଭାଗୀୟ ମୁଖ୍ୟମାନଙ୍କୁ ଚିଠି ଲେଖି ଜଣାଇ ଦେଇଛନ୍ତି । କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରାଥମିକତା ଭିତ୍ତିରେ ପ୍ରଚୁର ଅର୍ଥ ଖର୍ଚ୍ଚ କରୁଛନ୍ତି । କେବଳ ସ୍ୱାସ୍ଥ୍ୟ ଓ ରାଜସ୍ୱ ବିଭାଗକୁ ଛାଡିଲେ ଅନ୍ୟ ସମସ୍ତ ବିଭାଗର ଖର୍ଚ୍ଚକୁ ସଂକୁଚିତ କରାଯାଇଛି । ଆର୍ଥିକ ପରିଚାଳନା ଅନ୍ତର୍ଗତ ବଜେଟରେ ଅଧିକ ଅର୍ଥ ଖର୍ଚ୍ଚ କରୁଥିବା ସରକାରଙ୍କ ୨୦ଟି ବିଭାଗ ପ୍ରଶାସନିକ ଓ କାର୍ଯ୍ୟକ୍ରମ ବ୍ୟୟବରାଦ ଅର୍ଥ ସୀମିତ ପରିମାଣରେ ଖର୍ଚ୍ଚ କରି ପାରିବେ । କିନ୍ତୁ, କେନ୍ଦ୍ରୀୟ ଯୋଜନାରେ ନିୟୋଜିତ କର୍ମଚାରୀଙ୍କ ଦରମା ବାବଦ ଅର୍ଥ ପ୍ରଦାନ କରାଯିବ । ପୂର୍ବରୁ କେନ୍ଦ୍ରୀୟ ଯୋଜନା ଓ କେନ୍ଦ୍ର ପ୍ରବର୍ତିତ ଯୋଜନାରେ କେନ୍ଦ୍ରୀୟ ଅଂଶ ନ ଆସିଥିଲେ ବି ରାଜ୍ୟ ସରକାର ନିଜ ଅଂଶ ଖର୍ଚ୍ଚ କରୁଥିଲେ । କିନ୍ତୁ ଚଳିତ ବର୍ଷ ସେଭଳି ଅବସ୍ଥା ନାହିଁ । ଯଦି ଅତି ଜରୁରୀ ପରିସ୍ଥିତିରେ କୌଣସି ବିଭାଗ ଚାଲୁ ରହିଥିବା ଯୋଜନା ବାବଦରେ ଖର୍ଚ୍ଚ କରିବ ତେବେ ସେଥିପାଇଁ ଅର୍ଥ ବିଭାଗର ଅନୁମତି ନେବାକୁ ପଡିବ ବୋଲି ମୀନା ଜଣାଇଛନ୍ତି । ସେହିପରି, ବଜେଟ ଆର୍ଥିକ ପରିଚାଳନା ବ୍ୟବସ୍ଥା ଅନୁଯାୟୀ ଉଭୟ କେନ୍ଦ୍ରୀୟ ଯୋଜନା ବାବଦରେ ଅଧିକ ଖର୍ଚ୍ଚ କରୁଥିବା ବିଭାଗଗୁଡିକର ପ୍ରଶାସନିକ ଓ କାର୍ଯ୍ୟକ୍ରମ ବ୍ୟୟକୁ ୧୫ କୋଟି ଓ ୩୦ କୋଟିରେ ସୀମିତ ରଖା ଯାଇଛି । ଏଥିରେ ପୂର୍ତର୍, ଖାଦ୍ୟ, ଯୋଗାଣ ଓ ଖାଉଟୀ କଲ୍ୟାଣ, ଗଣଶିକ୍ଷା, ଏସସି-ଏସଟି, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ. ଗୃହ ଓ ନଗର ଉନ୍ନୟନ, ପଂଚାୟତରାଜ ଓ ପାନୀୟ ଜଳ, ଶିଳ୍ପ, ଜଳ ସଂପଦ, ଜଂଗଲ ଓ ପରିବେଶ, କୃଷି, ଗ୍ରାମ୍ୟ ଉନ୍ନୟନ, ଶକ୍ତି, ହସ୍ତତନ୍ତ ଓ ବୟନ, ମତ୍ସ୍ୟ ଓ ପ୍ରାଣୀ ସଂପଦ, ମହିଳା ଓ ଶିଶୁ ବିକାଶ, ଉଚ୍ଚଶିକ୍ଷା, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ଏମଏସଏମଇ ଏବଂ ସାମାଜିକ ସୁରକ୍ଷା ଓ ସଶକ୍ତିକରଣ ବିଭାଗ ସାମିଲ ରହିଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS