ବିହାରରେ ଏଥର ତେଜସ୍ଵୀ ସରକାର !
ବିହାରରେ ଏଥର ତେଜସ୍ଵୀ ସରକାର !
ନଭେମ୍ୱର ୦୭
ବିହାର ବିଧାନସଭା ନିର୍ବାଚନ ଆଜି ସରିଛି । ୨୮ ଅକ୍ଟୋବର, ନଭେମ୍ବର ୦୩ ଓ ଆଜି – ତିନି ପର୍ଯ୍ୟାୟରେ ଭୋଟ ସରିଛି । ଆଜି ସନ୍ଧ୍ୟା ୬ଟାରେ ଶେଷ ପର୍ଯ୍ୟାୟ ଭୋଟ ସରିବା ପରେ exit ପୋଲ୍ ଆସି ଗଲାଣି । ଏଥର ବିହାରରେ ତେଜସ୍ଵୀ ଯାଦବ ସରକାର, ଏଭଳି କିଛି ସୂଚନା ମିଳୁଛି । ବିହାରର ୨୪୩ ବିଧାନସଭା ଆସନରୁ ତେଜସ୍ଵୀ ଯାଦବଙ୍କ ଆରଜେଡି ମହାମେଣ୍ଟ ୧୨୦ ଆସନ ପାଇବ ବୋଲି ଟାଇମ୍ସ ନାଓ- ସି-ଭୋଟର୍ସର ଆକଳନ କହୁଥିବା ବେଳେ ଏବିପିନ୍ୟୁଜ୍ ସି ଭୋଟର୍ସ ଆରଜେଡ଼ିକୁ ୧୦୮ରୁ ୧୩୧ ଆସନ ମିଳିବ ବୋଲି ଆକଳନ କରିଛି | ନ୍ୟୁଜ୍ଏକ୍ସ ଆରଜେଡ଼ି ମହାମେଂଟକୁ ୧୦୮ରୁ ୧୨୩ ମଧ୍ୟରେ ସଂଖ୍ୟା ଦେଇଛି । ସିଏନଏନ ନ୍ୟୁଜ୍ 18 ଆରଜେଡ଼ି ମହାଗଠବନ୍ଧନକୁ ୧୮୦ ପର୍ଯ୍ୟନ୍ତ ଆସନ ମିଳିବ ବୋଲି କହିଛି | ଅପରପକ୍ଷରେ, ଟାଇମ୍ସ ନାଓ ଏନଡ଼ିଏକୁ ୧୧୬ ଆସନ ମିଳିବ ବୋଲି ଆକଳନ କରିଥିବା ବେଳେ ଏବିପିନ୍ୟୁଜ ସି ଭୋଟର୍ସ ଏନଡ଼ିଏକୁ ୧୦୪ରୁ ୧୨୮, ନ୍ୟୁଜ୍ ଏକ୍ସ୍ ଏନଡ଼ିଏକୁ ୧୨୦ରୁ ୧୧୭ ଏବଂ ସିଏନଏନ ନ୍ୟୁଜ୍ 18 ବିଜେପି +କୁ 55 ଆସନ ମିଳିବ ବୋଲି ଆକଳନ କରିଛି | ଚିରାଗ ପାଶ୍ବାନଂକ ଏଲଜେପି ଏକ ଅଂକରେ ସୀମିତ ରହିଯିବ ବୋଲି ସମସ୍ତେ ଆକଳନ କରିଛନ୍ତି | ସମସ୍ତ ଏକଜିଟ୍ ପୋଲ୍ ବିହାରରେ ଆରଜେଡ଼ି ନେତୃତ୍ବାଧୀନ ସରକାର ପ୍ରତିଷ୍ଠା ଆଡକୁ ଇଂଗିତ କରୁଥିବାରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବଂକ ପୁଅ ତେଜସ୍ୱୀ ଏଥର ମୁଖ୍ୟମନ୍ତ୍ରୀ ହେବା ଏକପ୍ରକାର ନିଶ୍ଚିତ ମନେ ହେଉଛି | ତେବେ, ନଭେମ୍ବର ୧୦ରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇଲେ ଫଳାଫଳ ଅଧିକ ସ୍ପଷ୍ଟ ହେବ । ଏକ୍ଜିଟ୍ ପୋଲ୍ ଆକଳନ କେତେ ବାସ୍ତବ ହେଲା ତାହା ମଧ୍ୟ ସ୍ପଷ୍ଟ ହୋଇଯିବ | ୨୦୨୦ ବିହାର ବିଧାନସଭା ନିର୍ବାଚନ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ୧୫ ବର୍ଷ ଶାସନରେ ଅତିଷ୍ଠ ଜନତାର ମତ ହେବ ଏବଂ ଜେଡ଼ିୟୁ -ବିଜେପି ମେଂଟ ବିରୋଧରେ ଯିବ ବୋଲି ପୂର୍ବରୁ ଅନୁମାନ କରାଯାଉଥିଲା । ଏହି ନିର୍ବାଚନରେ ପୂର୍ବ ପରି ସାମାଜିକ ନ୍ୟାୟ ମୁଖ୍ୟ ପ୍ରସଙ୍ଗ ନଥିଲା । ବେକାର ଯୁବକ, ଯୁବତୀଂକୁ ୧୦ ଲକ୍ଷ୍ୟ ସରକାରୀ ନିଯୁକ୍ତି ଓ ଅର୍ଥନୈତିକ ନ୍ୟାୟ ମୁଖ୍ୟ ପ୍ରସଙ୍ଗ ଥିଲା । ତେଜସ୍ଵୀ ଯାଦବ ଏହି ପ୍ରତିଶ୍ରୁତି ଦେଇ ୫ ଥରର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଚିତ୍ କରିଥିବା ବେଳେ ବିଜେପିକୁ ଛେପ ଢୋକିବାକୁ ବାଧ୍ୟ କରିଛନ୍ତି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS