ପୋକ-ଜୋକ ଖାଆନ୍ତି ମହିଳା
ବୁଲ୍ଗେରିଆର ବାସ କରୁଥିବା କ୍ରିମିନା ନାମକ ମହିଳାଙ୍କୁ ପୋକ-ଜୋକ ଖାଇବାର ବଦଭ୍ୟାସ ରହିଛି । ବିଗତ ଦୁଇ ବର୍ଷ ହେଲା ସେ ପୋକ-ଜୋକ ଖାଉଛନ୍ତି । ସାରା ବିଶ୍ୱରେ ସମସ୍ତ ପ୍ରକାର କୀଟ ଓ ପୋକ- ଜୋକ ତିଆରି ବ୍ୟଞ୍ଜନର ଖୋଜ୍ କରୁଛନ୍ତି ସେ । ତାଙ୍କ ମତରେ କୀଟ ଏବଂ ପୋକ-ଜୋକ ହେଲେ ପ୍ରୋଟିନ୍ର ସର୍ବୋକ୍ତୃଷ୍ଟ ସ୍ରୋତ । ସେ ଏପରି ଏକ ପ୍ରୋଟିନ୍ର ସ୍ରୋତକୁ ଖୋଜୁଛନ୍ତି, ଯେଉଁଥିରେ ହାରମୋନ୍, ପେଷ୍ଟିସାଇଡ୍, ଆଂଟିବାୟୋଟିକ୍ ଆଦି ନ ଥିବ ଏବଂ ଦରକାରୀ ଆମିନୋ ଏସିଡ୍ ମଧ୍ୟ ସହଜରେ ମିଳିଯିବ । କ୍ରିମିନାଙ୍କୁ ଗ୍ରାସ୍ହୋପର୍(ଝିଂଟିକା) ବହୁତ ପସନ୍ଦ । ବ୍ୟଞ୍ଜନ ପ୍ରସ୍ତୁତ କରିବା ପାଇଁ ସେ ୟୁରୋପ କିମ୍ବା ଥାଇଲ୍ୟାଣ୍ଡ୍ରୁ ପୋକ ବା କୀଟ ମଗାନ୍ତି । ଦିନ ଥିଲା କ୍ରିମିନା ନିଜ ଘରେ ପୋକ ପାଳନ କରୁଥିଲେ । କିନ୍ତୁ ଗୋଟିଏ ଜାଗାରୁ ଆଉ ଗୋଟିଏ ଜାଗା ଯାତ୍ରା କରିବା ଯୋଗଁ ବର୍ତମାନ ଏହା ତାଙ୍କ ପାଇଁ ସମ୍ଭବ ହେଉନାହିଁ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS