କ୍ରୋଧ ଶାନ୍ତ କରିବା କାଫେ
ଇନେ୍ଦାର ଚନ୍ଦ୍ରନଗର ଠାରେ ଖୋଲିଛି ଏକ ନିଆରା କାଫେ, ଯାହାର ନାମ ହେଲା ‘ଭଡାସ କାଫେ’ । କ୍ରୋଧରେ ଥିବା ବ୍ୟକ୍ତି ଏଠାକୁ ଆସି ଜିନିଷ ପତ୍ର ଭାଙ୍ଗି ନିଜର କ୍ରୋଧ ଶାନ୍ତ କରିପାରିବେ । କ୍ରୋଧକୁ ବାହାରେ ପ୍ରକାଶ କରିବା ସବୁବେଳେ ସମ୍ଭବ ନୁହିଁ । ତେଣୁ ଅନେକ ଏହାକୁ ମନ ଭିତରେ ହିଁ ଚାପି ରଖନ୍ତି । ଆଉ କେହି ଏହାକୁ ଜିନିଷ ପତ୍ର ଭାଙ୍ଗି ପରିପ୍ରକାଶ କରିଥାଆନ୍ତି । ଏହି କାଫେରେ ଚେୟାର୍, ଟେବୁଲ, କପ୍, ଗ୍ଲାସ, କମ୍ପ୍ୟୁଟର, ଘଂଟା ଆଦି ସମସ୍ତ ଜିନିଷ ରହିଛି ଭାଙ୍ଗିବା ପାଇଁ । ପ୍ରତ୍ୟେକ ଜିନିଷର ଗୋଟିଏ ଦାମ୍ ସ୍ଥିର କରାଯାଇଛି । ଯେତେ ଟଙ୍କା ଦେବେ ସେତେ ଟଙ୍କାରେ ଉପଲବ୍ଧ ଥିବା ଜିନିଷ ଭାଙ୍ଗିପାରିବେ । ଯେମିତିକି ୨-୫ଟଙ୍କା ଦେଲେ ଗ୍ଲାସ୍ ଭାଙ୍ଗିପାରିବେ, ୫୦ ଟଙ୍କାରେ ଘଂଟା, ସେମିତି ଯେତେ ଅଧିକା ଟଙ୍କା ଦେବେ ସେତେ ଦାମିକା ଜିନିଷ ଭାଙ୍ଗିପାରିବେ । କେବଳ ସେତିକି ନୁହେଁ ଏଠାରେ ମନକୁ ଶାନ୍ତ କରିବା ପାଇଁ ସୁମଧୁର ସଙ୍ଗୀତ ଶୁଣି ଧ୍ୟାନ କରିପାରିବେ । ଆବଶ୍ୟକ ମତେ ମନସ୍ତତ୍ୱବିତ୍୍ଙ୍କ ପରାମର୍ଶ ମଧ୍ୟ ଦିଆଯାଇଥାଏ ଏଠାରେ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS