‘ଆପ୍’ର ଜାତୀୟ ଦଳ ମାନ୍ୟତା ସମୀକ୍ଷାରେ, ମେ’ ୧୦ରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ


ପ୍ରସାଦ ରାଓ
ମାର୍ଚ୍ଚ ୨୯
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲଙ୍କ ‘ଆମ୍ ଆଦମୀ ପାର୍ଟି’ (ଆପ୍)ର ଜାତୀୟ ଦଳ ମାନ୍ୟତା ପ୍ରସଙ୍ଗ ସମୀକ୍ଷାରେ ରହିଛି ବୋଲି ଭାରତୀୟ ନିର୍ବାଚନ ଆୟୁକ୍ତର ସିଇସି ରାଜୀବ କୁମାର ଆଜି କହିଛନ୍ତି । କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ଅବସରରେ ସେ ଏହି ସୂଚନା ଦେଇଛନ୍ତି । ୨୦୨୩ କର୍ଣ୍ଣାଟକ ବିଧାନସଭା ନିର୍ବାଚନର ଭୋଟ ମେ’ ୧୦ ତାରିଖରେ ଏବଂ ଭୋଟ ଗଣତି ଓ ଫଳାଫଳ ଘୋଷଣା ୧୩ ତାରିଖରେ ହେବ ବୋଲି ସିଇସି କହିଛନ୍ତି । ସିଇସି ରାଜୀବ କୁମାର କର୍ଣ୍ଣାଟକ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ଅବସରରେ ‘ଆପ୍’ର ଜାତୀୟ ଦଳ ମାନ୍ୟତାକୁ ନେଇ ଏହି ସୂଚନା ଦେଇଥିଲେ । ‘ଆପ୍’ ଗତ ବର୍ଷ ହୋଇଥିବା ଗୁଜରାଟ ବିଧାନସଭା ନିର୍ବାଚନରେ ମାତ୍ର ୫ଟି ଆସନରେ ବିଜୟୀ ହୋଇଥିଲେ ମଧ୍ୟ ପାଖାପାଖି ୧୩ ପ୍ରତିଶତ ଭୋଟ ପାଇ ଜାତୀୟ ଦଳ ମାନ୍ୟତା ପାଇବାକୁ ହକଦାର ହୋଇଥିଲା । ପଂଜାବ-ହରିୟାଣା ହାଇକୋର୍ଟର ଜଣେ ଆଇନଜୀବୀ ଭାରତୀୟ ନିର୍ବାଚନ ଆୟୁକ୍ତ ‘ଆପ୍’କୁ ଜାତୀୟ ଦଳ ମାନ୍ୟତା ଦେଉ ବୋଲି ଯୁକ୍ତି ଉପସ୍ଥାପନ କରିବାର ଦିନକ ପରେ ସିଇସି ଏହା ସମୀକ୍ଷାସ୍ତରରେ ରହିଛି ବୋଲି କହିଛନ୍ତି । ୧୦ ବର୍ଷ ତଳେ କେଜରୀୱାଲ ‘ଆପ୍’ର ପ୍ରତିଷ୍ଠା କରିବା ପରେ ଦିଲ୍ଲୀରେ କ୍ଷମତାରେ ଦଳର ସରକାର ରହିଛି । ଗତ ବର୍ଷ ହୋଇଥିବା ପଂଜାବ ବିଧାନସଭା ନିର୍ବାଚନରେ ମଧ୍ୟ ‘ଆପ୍’ ସଂଖ୍ୟାଗରିଷ୍ଠ ଆସନରେ ବିଜୟୀ ହୋଇ ଏହି ପଶ୍ଚିମାଂଚଳ ରାଜ୍ୟରେ କ୍ଷମତା ହାତେଇଛି । ଗତ ବର୍ଷ ନଭେମ୍ବରରେ ହୋଇଥିବା ନୂଆଦିଲ୍ଲୀ ପୌର ନିଗମ ନିର୍ବାଚନରେ ମଧ୍ୟ ‘ଆପ୍’ ୧୫ ବର୍ଷ ଧରି କ୍ଷମତାରେ ଥିବା ବିଜେପିକୁ କ୍ଷମତାଚ୍ୟୁତ କରି ଏମସିଡି ଦଖଲ କରିଛି । ଦେଶର ମୋଟ ୮ଟି ରାଜନୈତିକ ଦଳ ଜାତୀୟ ଦଳ ମାନ୍ୟତା ପାଇଥିବା ବେଳେ ‘ଆପ୍’ ସେଥିରେ ଅନ୍ତର୍ଭୁକ୍ତ ଥିବା ଗୌରବର ବିଷୟ ଭାବେ ବିବେଚନା କରାଯାଉଛି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS