ନାସାର କ୍ଷୁଦ୍ରତମ ଉପଗ୍ରହ
ନିକଟରେ ନାସାର ଉପଗ୍ରହ ତାଲିକାରେ ଉଲ୍ଲେଖ ହେଲା ବିଶ୍ୱର ସବୁଠାରୁ କ୍ଷୁଦ୍ରତମ ଉପଗ୍ରହ ବା ସାଟେଲାଇଟ୍ । ଏହି ଉପଗ୍ରହର ଓଜନ ହେଲା ମାତ୍ର ୬୪ ଗ୍ରାମ୍ । ଏହାର ନାମ ହେଲା ‘କଲାମସେଟ୍’ । ଭାରତର ପୂର୍ବତନ ରାଷ୍ଟ୍ରପତି ତଥା ବୈଜ୍ଞାନିକ ସ୍ୱର୍ଗତଃ ଏ.ପି.ଜେ.ଅବ୍ଦୁଲ୍ କଲାମଙ୍କ ନାମରେ ଉକ୍ତ ଉପଗ୍ରହର ନାମକରଣ କରାଯାଇଛି । ତାମିଲନାଡୁର ପଲାପତିରେ ବାସ କରୁଥିବା ୧୮ ବର୍ଷ ଯୁବକ ରିଫତ୍ ସରୁକ ଏହି ଉପଗ୍ରହର ଖୋଜ କରିଛନ୍ତି । ଏହା ରେନ୍ଫୋର୍ସ କାର୍ବନ୍ ଫାଇବର୍ ପଲିମର୍ରେ ତିଆରି । ଏହି କ୍ଷୁଦ୍ରତମ ସାଟେଲାଇଟ୍ ମିସନ୍ର ସମୟ ଅବଧି ୨୪୦ ମିନିଟ୍ ଏବଂ ଅନ୍ତରୀକ୍ଷର ସୁକ୍ଷ୍ମ ଗୁରୁତ୍ୱାକର୍ଷଣରେ ୧୨ ମିନିଟ୍ ଚାଲିବ ବୋଲି ରିଫତ୍ କହିଛନ୍ତି । ‘କ୍ୟୁବ୍ ଇନ୍ ସ୍ପେସ୍’ ନାମକ ଏକ ପ୍ରତିଯୋଗିତାରେ ଏହି ଉପଗ୍ରହଟିକୁ ନାସା ଦ୍ୱାରା ବଛାଯାଇଛି । ନାସା ଓ ଆଇ ଡୁଡୁଲ୍ ଲର୍ନିଙ୍ଗ ନାମକ ଏକ ସଂସ୍ଥାର ମିଳିତ ପ୍ରୟାସରେ ଏହି ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ଭାରତୀୟ ଛାତ୍ର ଦ୍ୱାରା ଆବିଷ୍କାର କରାଯାଇଥିବା ଏହା ପ୍ରଥମ ପ୍ରୟୋଗିକ ସାଟେଲାଇଟ୍, ଯାହାକୁ ନାସା ସାଉଡିଙ୍ଗ୍ ରକେଟ୍ ଦ୍ୱାରା ଅନ୍ତରୀକ୍ଷକୁ ପଠାଇବ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS