ଗଛର ନାମ ‘ମନିପ୍ଲାଂଟ୍’ କାହିଁକି?
ଭାବିବା କଥା ଯେ, ଯେଉଁ ଗଛ ମନି ବା ଟଙ୍କା ଫଳ ଫଳାଏ ନାହିଁ ତାର ନାମ ମନିପ୍ଲାଂଟ୍ କାହିଁକି? ମନିପ୍ଲାଂଟ୍ ଏପରି ଏକ ଗଛ ଯେଉଁଟି ଘରେ ଘରେ ଦେଖିବାକୁ ମିଳେ । ଲୋକେ ବିଶ୍ୱାସ କରନ୍ତି ଏହାକୁ ଘରେ ଲଗାଇଲେ ଟଙ୍କା ପଇସାର ଅଭାବ ହୁଏ ନାହିଁ । ସୁଖ, ଶାନ୍ତି ଏବଂ ସମୃଦ୍ଧି ବାସ କରେ । କିନ୍ତୁ ଆପଣ ଜାଣନ୍ତି କି ମନିପ୍ଲାଂଟକୁ ସମୃଦ୍ଧି ସହିତ କାହିଁକି ଯୋଡା ଯାଇଛି!
ତାଇବାନ୍ରେ ଏକ ଗରିବ କୃଷକ ଥିଲା । କେତେ ପରିଶ୍ରମ କଲେ ବି ତାର କୌଣସି ପ୍ରକାର ସମୃଦ୍ଧି ହେଉ ନଥିଲା । ତେଣୁ ସବୁବେଳେ ଦୁଃଖି ରହୁଥିଲା । ଦିନେ କ୍ଷେତରେ ତାକୁ ଗୋଟିଏ ଗଛ ମିଳିଲା । ଗଛଟି ଦେଖିବାକୁ ଟିକେ ଅଲଗା ପ୍ରକାରର । ତାହାକୁ ଆଣି ସେ ନିଜ ବଗିଚାରେ ଲଗାଇଦେଲା । ଦେଖିଲା ଦିନକୁ ଦିନ ଗଛଟି ବଡ ହେଉଛି ବିନା କୌଣସି ଯତ୍ନରେ । ଏହା ଦେଖି କୃଷକକୁ ଏକ ପ୍ରକାର ପ୍ରୋସôାହନ ମିଳିଲା । ତା ମନେରେ ଏକ ସକାରାତ୍ମକ ଚିନ୍ତା ଜାଗୃତ ହେଲା । ସେ ଗଛଟି ଭଳି ବିନା କୌଣସି ସହାୟକରେ ନିଜର ଲକ୍ଷ୍ୟ ସ୍ଥଳରେ ପହଂଚିବ ବୋଲି ସ୍ଥିର କଲା, ଆଉ ସଫଳ ମଧ୍ୟ ହେଲା । ଏହା ପରେ ଲୋକେ ଗଛଟିକୁ ‘ମନିପ୍ଲାଂଟ’ ବୋଲି ନାମକରଣ କଲେ । ଏହାବ୍ୟତୀତ ଫେଙ୍ଗ୍ସୁଇ ଅନୁଯାୟୀ, ମନିପ୍ଲାଂଟ୍ ଆଖପାଖ ବାତାବରଣକୁ ଶୁଦ୍ଧ କରେ । ରେଡିଏସନ୍ର ପ୍ରଭାବକୁ କମ୍ କରି ଅମ୍ଲଜାନ ନିର୍ଗତ କରେ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS