ସୁନାର ନଦୀ
ବିହାରସ୍ଥିତ ପଶ୍ଚିମ ଚମ୍ପାରଣ ଜିଲ୍ଲାରେଥିବା ରାମନଗର ଗାଁର ପ୍ରତ୍ୟେକ ମୌସୁମୀ ଆଣେ ଗ୍ରାମବାସୀଙ୍କ ପାଇଁ ଖୁସିର ଲହରୀ । ଭାବୁଛନ୍ତି କାହିଁକି? କାରଣ ଏହି ସମୟରେ ଲୋକେ ସୁନା ପାଆନ୍ତି । ଏହା କେହି ବାଂଟନ୍ତି ନାହିଁ, ବରଂ ନଦୀରେ ଏହି ଧାତୁ ଭାସି ଆସେ । ହଁ, ବଲୁଇ, କାପନ ଓ ସୋନହ ନଦୀରେ ବର୍ଷା ହେବା ସମୟରେ ସୁନା ବହେ । ଏହାକୁ ଛାଣି ଗ୍ରାମବାସୀ ବର୍ଷତମାମ ନିଜ ପେଟ ପୋଷନ୍ତି । କିନ୍ତୁ ଏହି କାମ ଏତେ ସହଜ ନୁହେଁ । ବିହାରରେ ବନ୍ୟା ଏକ ବଡ ସମସ୍ୟା । ପାଣି ଭର୍ତି ହୋଇ ରହେ । ତେଣୁ ଲୋକେ ପାଣି କମ୍ ହେଲା ଯାଏଁ ଅପେକ୍ଷା କରନ୍ତି । କିନ୍ତୁ ଉପକରଣର ସାହାଯ୍ୟ ନେଇ ସୁନା ଛାଣି କାଢ଼ନ୍ତି । ବେଳେ ବେଳେ ଏପରି ବି ହୁଏ କି କିଛି ମିଳେ ନାହିଁ ।
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS