ସିଗାରେଟ୍ ପିଉଛି ଚଢ଼େଇ
ମଣିଷ ନିଜ ସଉକ ପାଇଁ ସିଗାରେଟ୍ ଏବଂ ମଦ୍ୟପାନ କରିବା ସ୍ୱାଭାବିକ କଥା । କିନ୍ତୁ ପଶୁପକ୍ଷୀଙ୍କ ଜୀବନ ସହ ଖେଳିବା ସାଧାରଣ କଥା ନୁହେଁ । ରୁଷ୍ର ଭିକ୍ଟର୍ ଏୱଟିସ୍ ନାମକ ଏକ ୧୮ ବର୍ଷ ଯୁବକ ନିଜର ମନୋରଂଜନ ପାଇଁ ଚଢ଼େଇଟିକୁ ସିଗାରେଟ୍ ପିଆଇ ଉକ୍ତ ଫଟୋଟି ସୋସିଆଲ୍ ମିଡିଆରେ ପୋଷ୍ଟ୍ କରିଛନ୍ତି । ବାଟରେ ଯାଉଥିବା ସମୟରେ ଭିକ୍ଟର୍ଙ୍କ କାର ଭିତରେ ଗୋଟିଏ ଗୋରେଆ ଚଢ଼େଇ ଆସି ବସିଲା । ସେ କାଚ ବନ୍ଦ କରିଦେଇ ଚଢ଼େଇଟିକୁ କାର ଭିତରେ ବନ୍ଦୀ କରିଦେଲେ ଏବଂ ମଜା ପାଇଁ ତା ପାଟିରେ ପ୍ରଥମେ ଗୋଟିଏ ଡିଆସିଲି କାଠି ଜଳାଇ ଲଗାଇଦେଲେ । ତା ପରେ ଗୋଟିଏ ସିଗାରେଟ୍ ଜଳାଇ ତା ପାଟିରେ ଲଗାଇ ଫଟୋ ଉଠାଇ ସୋସିଆଲ୍ ମିଡିଆରେ ପୋଷ୍ଟ କଲେ । ଭିକ୍ଟର୍ଙ୍କ ଏହି ପୋଷ୍ଟ୍କୁ ଏକ ଜୀବ ସଂରକ୍ଷଣ ସଂସ୍ଥା ଦେଖି ତାଙ୍କ ବିଷୟରେ ବୁଝିଥିଲା । ବର୍ତମାନ ଭିକ୍ଟର୍ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଚାଲିଛି । ଯଦି ପ୍ରମାଣ ହୋଇଯିବ ତେବେ ଭିକ୍ଟର୍ଙ୍କୁ ୧ ବର୍ଷ ଜେଲ୍ ଦଣ୍ଡ ଏବଂ ୭୦ ହଜାର ଟଙ୍କା ଜୋରିମାନା ଦେବାକୁ ପଡିବ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS