ନରେନ୍ଦ୍ର ମୋଦୀଙ୍କ ଚେତାବନୀ: ଗୃହରେ ଅନୁପସ୍ଥିତ ରହୁଥିବା ଏମପିଙ୍କୁ ୨୦୧୯ରେ ଟିକଟ ମିଳିବ ନାହିଁ
ନୂଆଦିଲ୍ଲୀ, ଅଗଷ୍ଟ୧୧: ବିଜେପି ଏମପିମାନେ ପାର୍ଲାମେଂଟରେ ଅନୁପସ୍ଥିତ ରହୁ ଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ଷୋଭ ପ୍ରକାଶ କରିଛନ୍ତି । ଆଚରଣ ପରିବର୍ତନ ନ କଲେ ଆସନ୍ତା ଲୋକସଭା ନିର୍ବାଚନରେ ସେମାନଙ୍କୁୁ ଦଳର ଟିକଟ ମିଳିବ ନାହିଁ ବୋଲି ଗୁରୁବାର ଦିନ ମୋଦୀ ଚେତାବନୀ ଦେଇଛନ୍ତି । ମୋଦୀ କହିଛନ୍ତି ଯେ, ଦଳର ଏମପିମାନ ସମସ୍ତ କାର୍ଯ୍ୟ ଦିବସରେ ସଂସଦରେ ଉପସ୍ଥିତ ରହିବା ପାଇଁ କୌଣସି ହୁଇପ୍ ଜାରୀର ଆବଶ୍ୟକତା ନାହିଁ । “ ମୁ କିଏ, ତୁମେ କିଏ ?…ଦଳ ହେଉଛି ସବୁ କିଛି । ତୁମେ ଯାହା ଇଚ୍ଛା କର, ମୁଁ ୨୦୧୯ ଲୋକସଭା ନିର୍ବାଚନ ବେଳେ ଯାହା କରିବା କଥା କରିବି” – କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ପରୋକ୍ଷରେ ସେ ଗୃହରେ ଅନୁପସ୍ଥିତ ରହୁଥିବା ଦଳର ଏମପିମାନଙ୍କୁ ୨୦୧୯ ନିର୍ବାଚନରେ ଟିକଟ ମିଳିବ ନାହିଁ ବୋଲି ଚେତାବନୀ ଦେଇ ଥିବା ଏହି ବକ୍ତବ୍ୟରୁ ସ୍ପଷ୍ଟ ହେଉଛି ।
ଗୁରୁବାର ଦିନ ଅନୁଷ୍ଠିତ ଭାରତୀୟ ଜନତା ପାର୍ଟିର୍ (ବିଜେପି)ର ପାର୍ଲାମେଂଟାରୀ ପାର୍ଟି ବୈଠକରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ମୋଦୀ ଏହି ଚେତାବନୀ ଦେଇଥିଲେ । ଏହି ବୈଠକରେ ମୋଦୀ ବିଜେପି ସଭାପତି ଭାବେ ତିନି ବର୍ଷ କାର୍ଯ୍ୟକାଳ ସଫଳତାର ସହ ସଂପୂର୍ଣ୍ଣ କରିଥିବା ଅମିତ ଶାହାଙ୍କୁ ପ୍ରଶଂସା କରିବା ସହ ସଦ୍ୟ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବାରୁ ତାଙ୍କୁ ଅଭିନନ୍ଦନ ଜଣାଇ ଥିଲେ । ଅମିତ ଶାହା ଗତ ୮ ତାରିଖ ଦିନ ଗୁଜୁରାଟରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି । ସେ (ଅମିତ ଶାହା) ଦଳର ସଭାପତି ଭାବେ ଦଳରେ ଜନସଂଘ ସମୟର ‘କଠିନ ପରିଶ୍ରମ’ର ସଂସ୍କୃତି ଫେରାଇ ଆଣି ପାରିଛନ୍ତି ବୋଲି ଶାହାଙ୍କ ପ୍ରଶଂସାରେ ମୋଦୀ କହିଛନ୍ତି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS