ବିଦାୟ ନେଲେ ଉପ-ରାଷ୍ଟ୍ରପତି ହମିଦ ଆନସାରୀ


ନୂଆଦିଲ୍ଲୀ, ଅଗଷ୍ଟ୧୦: ଦୁଇ ପର୍ଯ୍ୟାୟରେ ଦେଶର ଉପ ରାଷ୍ଟ୍ରପତି ଓ ରାଜ୍ୟସଭା ଅଧ୍ୟକ୍ଷ ହୋଇଥିବା ମହମ୍ମଦ ହମିଦ ଆନସାରୀଙ୍କ କାର୍ଯ୍ୟକାଳ ଗୁରୁବାର ଦିନ ଶେଷ ହୋଇଛି । ଶେଷ କାର୍ଯ୍ୟ ଦିବସରେ ତାଙ୍କୁ ପାର୍ଲାମେଂଟରେ ଦଳମତ ନିର୍ବିର୍ଶେଷରେ ହାର୍ଦ୍ଦିକ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ଉପ ରାଷ୍ଟ୍ରପତି ଓ ରାଜ୍ୟସଭା ଅଧ୍ୟକ୍ଷ ଭାବେ ଆନସାରୀ ତାଙ୍କ ସାମ୍ବିଧାନିକ ଦାୟିତ୍ୱ ଠିକ୍ ଭାବେ ତୁଲାଇ ଦେଶକୁ ଗୌରବାନ୍ୱିତ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଦାୟ ସମ୍ବର୍ଦ୍ଧନା ଅବସରରେ କହିଥିଲେ । ଆନସାରୀ ଭାରତର ରାଷ୍ଟ୍ରଦୂତ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ । ସେ ଭାରତର ୧୨ତମ ଉପ ରାଷ୍ଟ୍ରପତି ଭାବେ ୨୦୦୭ରୁ ୨୦୧୭ ପର୍ଯ୍ୟନ୍ତ ଦାୟିତ୍ୱ ତୁଲାଇ ଆସିଛନ୍ତି । ସଦ୍ୟ ନିର୍ବାଚିତ ଉପ ରାଷ୍ଟ୍ରପତି ଏମ. ଭେଙ୍କାୟା ନାଇଡୁ ଖୁବଶୀଘ୍ର ରାଜ୍ୟସଭା ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରୁଥିବା ସୂଚନା ମିଳିଛି ।

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS