ବଂଶଧାରା:ନେରାଡି ବ୍ୟାରେଜ ନିର୍ମାଣ ପାଇଁ ଆନ୍ଧ୍ରକୁ ଅନୁମତି; ତେବେ, ଓଡ଼ିଶା ଆଶ୍ୱସ୍ତ
ଭୁବନେଶ୍ୱର, ୧୪ ସେପ୍ଟେମ୍ବର: ବଂଶଧାରା ନଦୀଜଳକୁ ନେଇ ଆନ୍ଧ୍ର-ଓଡ଼ିଶା ମଧ୍ୟରେ ଥିବା ବିବାଦର ସମାଧାନ ପାଇଁ ଗଠିତ ସ୍ୱତନ୍ତ୍ର ଟ୍ରିବ୍ୟୁନାଲ ଏହି ବିବଦମାନ ନଦୀ ଉପରେ କାଟ୍ରାଗଡା ଓ ନେରାଡି ଠାରେ ଦୁଇଟି ବ୍ୟାରେଜ ନିର୍ମାଣ କାର୍ଯ୍ୟ ଚାଲୁ ରଖିବାକୁ ଆନ୍ଧ୍ର ସରକାରଙ୍କ ଅନୁମତି ଦେବା ଓଡ଼ିଶା ପାଇଁ ବଡ ଝଟକା ହୋଇଛି । ବୁଧବାର (୧୩ ତାରିଖ) ଟ୍ରିବ୍ୟୁନାଲର ରାୟ ପ୍ରକାଶ ପାଇଛି । ଓଡ଼ିଶା ସରକାର ବ୍ୟାରେଜ ନିର୍ମାଣକୁ ବିରୋଧ କରି ଟ୍ରିବ୍ୟୁନାଲକୁ ଯାଇଥିଲେ । ଫଳରେ ଆନ୍ଧ୍ର ଆଡୁ ବ୍ୟାରେଜ ନିର୍ମାଣ ବନ୍ଦ ଥିଲା । ଟ୍ରିବ୍ୟୁନାଲ ଆନ୍ଧ୍ର ସରକାରଙ୍କୁ ବ୍ୟାରେଜ ନିର୍ମାଣ କାର୍ଯ୍ୟ ଚାଲୁ ରଖିବାକୁ ଅନୁମତି ଦେଇଥିଲେ ମଧ୍ୟ କାଟ୍ରାଗଡା ବ୍ୟାରେଜ ନିର୍ମାଣକୁ ନେଇ କେତେକ ସର୍ତ ରଖିଥିବା ଓଡ଼ିଶାକୁ ଆଶ୍ୱସ୍ତ କରିଛି ।
କାଟ୍ରାଗଡା ବ୍ୟାରେଜ ନିର୍ମାଣ ସମୟରେ କୋର୍ଟଙ୍କ ଆଦେଶ କଡାକଡି ଭାବେ କାର୍ଯ୍ୟକାରୀ ହେଉଛି କି ନାହିଁ ତାହା ତଦାରଖ କରିବା ସକାଶେ ଏକ ଚାରି ଜଣିଆ କମିଟୀ ଗଠନ କରିବାକୁ ଟ୍ରିବ୍ୟୁନାଲ ନିଦେ୍ର୍ଦଶ ଦେଇଛନ୍ତି । ଏହି କମିଟୀରେ କେନ୍ଦ୍ରୀୟ ଜଳ କମିସନ (ସିଡ଼ବ୍ଲୁସି)ର ଦୁଇ ଜଣ ଅଧିକାରୀ ରହିବେ । ଏହାଛଡା, ଆନ୍ଧ୍ର ପ୍ରଦେଶ ଓ ଓଡ଼ିଶା ସରକାରଙ୍କ ପକ୍ଷରୁ ଜଣେ ଲେଖାଏ ପ୍ରତିନିଧି ରହିବେ ବୋଲି ଟ୍ରିବ୍ୟୁନାଲ କହିଛନ୍ତିି । ବଂଶଧାରା ନଦୀ ଜଳକୁ ନେଇ ୧୯୬୨ରେ ଓଡ଼ିଶା ଓ ଆନ୍ଧ୍ର ସରକାରଙ୍କ ମଧ୍ୟରେ ଏକ ଦ୍ୱିପାକ୍ଷୀକ ରାଜିନାମା ହୋଇଥିଲା । ଏହି ନଦୀରେ ଜଳକୁ ଦୁଇ ରାଜ୍ୟ ୫୦:୫୦ ବ୍ୟବହାର କରିବେ ବୋଲି ସେତେବେଳେ ଦୁଇ ରାଜ୍ୟ ରାଜି ହୋଇଥିଲେ । ସେହି ରାଜିନାମାରେ ଥିବା ସର୍ତକୁ କଡାକଡି ଭାବେ ପାଳନ କରି ନେରାଡ଼ି ବ୍ୟାରେଜ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଚାଲୁ ରଖିବାକୁ ବଂଶଧାରା ନଦୀଜଳ ବିବାଦ ଟ୍ରିବ୍ୟୁନାଲ (ଭିଡ଼ବ୍ଲୁଡ଼ିଟି) ଆନ୍ଧ୍ର ପ୍ରଦେଶ ସରକାରଙ୍କୁ ନିଦେ୍ର୍ଦଶ ଦେଇଛନ୍ତି । ନେରାଡି ବ୍ୟାରେଜ ନିର୍ମାଣ କାର୍ଯ୍ୟ ସରିବା ପର୍ଯ୍ୟନ୍ତ ଟ୍ରିବ୍ୟୁନାଲର ଏହି ମଧ୍ୟବର୍ତୀକାଳୀନ ରାୟର ସର୍ତାବଳୀକୁ ଆନ୍ଧ୍ର ସରକାର ମାନିବାକୁ ବାଧ୍ୟ ବୋଲି ରାୟରେ ଦର୍ଶାଯାଇଛି । ଏକ ରେଗୁଲେଟରି କମିଟି ବା ତଦାରଖ କମିଟି ଗଠନ କରାଯାଇ ନେରାଡି ବ୍ୟାରେଜ ନିର୍ମାଣ କାର୍ଯ୍ୟକୁ ତଦାରଖ କରାଯିବ ବୋଲି ୧୩ ତାରିଖ ଟ୍ରିବ୍ୟୁନାଲ ରାୟରେ କୁହାଯାଇଥିବାରୁ ଓଡ଼ିଶା ସରକାର ଆଶ୍ୱସ୍ତ ବୋଲି ଓଡ଼ିଶା ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଡଭୋକେଟ୍ ସୂଚନା ଦେଇଛନ୍ତି । ଏହା ଆନ୍ଧ୍ର ସରକାରଙ୍କ ସଂପୂର୍ଣ୍ଣ ବିଜୟ ନୁହେଁ, ଓଡ଼ିଶା ଓ ଆନ୍ଧ୍ରର ଅଧା ଅଧା ବିଜୟ ବୋଲି ସେ କହିଛନ୍ତି ।
ବିଶେଷଜ୍ଞମାନଙ୍କ କହିବା ଅନୁସାରେ, ୧୩ ତାରିଖ ଟ୍ରିବ୍ୟୁନାଲ ରାୟ ଓଡ଼ିଶାକୁ ସୁହାଇଲା ଭଳି ହୋଇଛି । କାରଣ, ୧୯୬୨ରେ ଦୁଇ ରାଜ୍ୟ ମଧ୍ୟରେ ହୋଇଥିବା ରାଜିନାମା ଭିତ୍ତିରେ ନେରାଡି ବ୍ୟାରେଜ ନିର୍ମାଣ କାର୍ଯ୍ୟ ଚାଲୁ ରଖିବାକୁ ଆନ୍ଧ୍ରକୁ କୁହାଯାଇଛି । ସେତେବେଳେ ଓଡ଼ିଶା ଯେଉଁ ସବୁ ସର୍ତରେ ରାଜି ହୋଇଥିଲା, ବର୍ତମାନ ବି ସେସବୁ ସର୍ତ ବଳବତ୍ତର ରହିଛି । ବ୍ୟାରେଜ ନିର୍ମାଣ ପାଇଁ ଜମି ଅଧିଗ୍ରହଣ ସର୍ବାଧିକ ୧୦୬ ଏକର ମଧ୍ୟରେ ସୀମିତ ରହିବ ଏବଂ ବ୍ୟାରେଜ ନିର୍ମାଣ ସରିବା ପରେ ଓଡ଼ିଶାର କିଛି ଅଂଚଳ ଜଳସେଚିତ ହୋଇପାରିବ । ମହାନଦୀ ଜଳ ବଂଟନକୁ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଲାଗି ରହି ଥିବା ବିବାଦର ସମାଧାନ ପାଇଁ ଓଡ଼ିଶା ସରକାର ଏକ ଆନ୍ତଃରାଜ୍ୟ ଜଳବିବାଦ ଟ୍ରିବ୍ୟୁନାଲ ଗଠନ କରିବାକୁ କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାୁ ଥିବା ବେଳେ ଆନ୍ଧ୍ର-ଓଡ଼ିଶା ମଧ୍ୟରେ ବଂଶଧାରା ନଦୀଜଳକୁ ନେଇ ବିବାଦର ସମାଧାନ ଟ୍ରିବ୍ୟୁନାଲ ଦେଇଥିବା ରାୟ ପୁଣି ଥରେ ମହାନଦୀକୁ ଚର୍ଚ୍ଚାକୁ ଆଣିଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS