୧୭ ବର୍ଷରୁ କମ୍ ବଶ୍ୱ କପ୍ ଫୁଟବଲ: ସୋମବାର ଭାରତ ଭେଟିବ କଲମ୍ବିଆକୁ, ‘ଆମେ ଜିତିବା ପାଇଁ ଖେଳିବୁ’ କହଛନ୍ତି ଭାରତୀୟ କୋଚ୍
– ଅନୁଭବ ମିଡ଼ିଆ –
ନୂଆଦିଲ୍ଲୀ, ୯ ଅକ୍ଟୋବର : ଭାରତରେ ଚାଲିଥିବା ପିଫା ୧୭ ବର୍ଷରୁ କମ୍ ବିଶ୍ୱ କପ୍ର ପରବର୍ତୀ ସେପାନକୁ ଯିବା ସକାଶେ ଭାରତ ପାଇଁ ଗୋଟିଏ ସୁଯୋଗ ରହିଛି । ତାହା ହେଉଛି, ସୋମବାର କଲମ୍ବିଆ ବିପକ୍ଷରେ ହେବାକୁ ଥିବା ମ୍ୟାଚ୍ । ନୂଆଦିଲ୍ଲୀର ଜବାହରଲାଲ ନେହେରୁ ଷ୍ଟିଡିଅମରେ ଏହି ଗୃପ୍ -ଏ ମ୍ୟାଚ୍ ହେବ । ଇତିମଧ୍ୟରେ, ଭାରତୀୟ ୧୭ ବର୍ଷରୁ କମ୍ ଫୁଟବଲ୍ ଟିମ୍ ୬ ତାରିଖ ଦିନ ଏହି ଷ୍ଟାଡିଅମରେ ଅଭିଜ୍ଞ ଆମେରିକା ୟୁ-୧୭ ଦଳ ବିପକ୍ଷରେ ଖେଳି ୩-୦ରେ ପରାଜିତ ହୋଇଛି । ଭାରତୀୟ ଟିମ୍ର ପ୍ରଦର୍ଶନ ଚମକ୍ରାର ଥିଲା । ତେବେ, ଆନ୍ତର୍ଜାତିକ ମ୍ୟାଚ୍ ଖେଳିବାରେ ଅଭିଜ୍ଞତାର ଅଭାବ ଏବଂ ପଡିଆରେ ଖେଳାଳିଙ୍କ ମଧ୍ୟରେ ପାସ୍ ଗେମ୍ରେ ସମନ୍ୱୟ ନ ରହିବା ଅଭିଜ୍ଞ ଆମେରକୀୟ ଟିମ୍କୁ ଜିତିବାରେ ସାହାଯ୍ୟ କରିଥିଲା । ଭାରତୀୟ ଟିମ୍ ନିଜ ତୃଟୀ ପାଇଁ ପ୍ରଥମାର୍ଦ୍ଧର ପ୍ରଥମ ଗୋଲ୍ ଖାଇବା ପରେ ନିଜକୁ ସମ୍ଭାଳିବାକୁ ଉଦ୍ୟମ କରିଥିଲେ ମଧ୍ୟ ଆମେରିକା ବିପକ୍ଷରେ ଗୋଲ୍ କରିବାର ସୁଯୋଗ ସବୁ ହାତଛଡା କରିଥିଲେ । ପରବର୍ତୀ ଦୁଇଟି ଗୋଲ୍ ଭାରତୀୟ ଦଳକୁ ହତୋତ୍ସାହିତ କରିଥିଲେ ସୁଦ୍ଧା ସେହି ଅଭିଜ୍ଞତା ସୋମବାର କଲମ୍ବିଆ ବିପକ୍ଷରେ ଖେଳିବାରେ ସହାୟକ ହେବ ବୋଲି ୟୁ-୧୭ ଭାରତୀୟ ଦଳ ଦୃଢତାର ସହିତ କହିଛନ୍ତି ।
କଲମ୍ବିଆ ଦଳ ମଧ୍ୟ ତାହାର ପ୍ରଥମ ଗୃପ୍-ଏ ମ୍ୟାଚରେ ଘାନାଠାରୁ ୧-୦ ଗୋଲରେ ପରାଜିତ ହୋଇଛି । ଏହି ଦକ୍ଷିଣ ଆମେରିକୀୟ ଟିମ୍ ପଏଂଟ୍ ଦୃଷ୍ଟିରୁ ଭାରତ ସହ ସମାନ (ଦୁହେଁ ଶୂନ ପଏଂଟରେ ଅଛନ୍ତି) ସ୍ତରରେ ରହିଛି । ତେବେ, ଗୋଲ୍ ଦୃଷ୍ଟିରୁ ଭାରତୀୟ ଟିମ୍ ୩-୦ରୁ ହାରିଥିବା ବେଳେ କଲମ୍ବିଆ ୧-୦ରେ ହାରି ଭାରତଠାରୁ ସାମାନ୍ୟ ଆଗୁଆ ରହିଛି । କଲମ୍ବିଆ ବିପକ୍ଷରେ ମ୍ୟାଚ୍ ବିଜୟ ପିଫା ୟୁ-୧୭ ବିଶ୍ୱ କପ୍ ପରବର୍ତୀ ସୋପନକୁ ଉଠିବା ପାଇଁ ଜରୁରୀ ଥିବାରୁ ଭାରତୀୟ ଦଳ ବିଜୟ ପାଇଁ ଶେଷ ପର୍ଯ୍ୟନ୍ତ ଆତ୍ମବିଶ୍ୱାସ ସହ ଖେଳିବ ବୋଲି ଭାରତୀୟ ୟୁ-୧୭ ଫୁଟବଲ୍ ଟିମ୍ର ବିଦେଶୀ କୋଚ୍ ଲୁଇସ୍ ନର୍ଟନ୍ ଡ଼େ ମାଟୋସ୍ କହିଛନ୍ତି । ଭାରତୀୟ ଟିମ୍ର ମିଡ୍ ଫିଲଡ଼ର ସୁରେଶ ସିଂହ ୱାଙ୍ଗ୍ଜାମ୍ ରବିବାର ଦିନ ନୂଆଦିଲ୍ଲୀରେ କହିଛନ୍ତି ଯେ, କଲମ୍ବିଆ ଦଳର ସମ୍ମୁଖୀନ ହେବାକୁ ଦଳ ପ୍ରସ୍ଥୁତ । ‘ଆମେ ଦେଶବାସୀଙ୍କୁ ନିରାଶ କରିବୁ ନାହିଁ ’ । ଭାରତୀୟ ଦଳ ତା’ର ତୃଟୀ ସବୁ ସଜାଡ଼ି କଲମ୍ବିଆର ସମ୍ମୁଖୀନ ହେବ । ଖେଳରେ ହାରିବା, ଜିତିବା ରହିଛି । ତଥାପି, ଆମେ ଜିତିବା ପାଇଁ ଖେଳିବୁ ବୋଲି ମତବ୍ୟକ୍ତ କରିଛନ୍ତି । ଆମେରିକା ବିପକ୍ଷରେ ପ୍ରଥମ ମ୍ୟାଚ୍ରେ ଦଳର ପ୍ରଦର୍ଶନ ସଂପର୍କରେ ୱାଙ୍ଗ୍ଜାମ୍ କହିଛନ୍ତି, “ଆମେ ନର୍ଭସ୍ ନଥିଲୁ, ଅତିମାତ୍ରାରେ ଉତ୍ସାହିତ ଥିଲୁ । ୫୫ ହଜାର ଦର୍ଶକଙ୍କ ସମ୍ମୁଖରେ ଦେଶର ପ୍ରତିନିଧିତ୍ୱ କରିବାର ସେହି ଅପୂର୍ବ ପୁଲକ ଭାଷାରେ ପରିପ୍ରକାଶ କରିବା କଷ୍ଟକର । ଏହା ଏକ ଇତିହାସ ହେବ ଏବଂ ଆମେ ତାହାର ଅଂଶ ହେବାର ସୌଭାଗ୍ୟ ଅର୍ଜନ କରି ଥିବାରୁ ନିଜକୁ ଧନ୍ୟ ମନେ କରୁଛୁ ”ା ପ୍ରତିଆକ୍ରମଣ କ୍ଷେତ୍ରରେ ଭାରତୀୟ ଟିମ୍ ନିଜକୁ ସଜାଡ଼ିବାର ଅବକାଶ ରହିଛି । ଆମେରିକା ବିପକ୍ଷରେ ଭାରତୀୟ ଟିମ୍ର ଫାଇନାଲ୍ ପାସ୍ ଆଶାଜନକ ନ ଥିଲା ବୋଲି ସେ ସ୍ୱୀକାର କରିଛନ୍ତି । ୱାଙ୍ଗ୍ଜାମ୍ଙ୍କ ସ୍ୱୀକାରୋକ୍ତି ଯଥେଷ୍ଟ ନୁହେଁ । ୭ ତାରିଖ ଉତ୍ତର କୋରିଆକୁ ପରାଜିତ କରିଥିବା ନାଇଜେରିଅ ଦଳ ଠାରୁ ଭାରତ ପ୍ରେରଣା ଗ୍ରହଣ କରିବା ଉଚିତ ବୋଲି କିଛି ଫୁଟ୍ବଲ୍ ବିଶେଷଜ୍ଞ ମତ ଦେଇଛନ୍ତି । ସେମାନଙ୍କ ମତରେ, ଭାରତୀୟ ଦଳ ପ୍ରଥମ ମ୍ୟାଚ୍ରେ ପ୍ରଦର୍ଶନ ଭଲ କରିବାକୁ ଉଦ୍ୟମ କରିଥିଲେ ବି ପ୍ରଦର୍ଶନ ବିଶ୍ୱସ୍ତରର ଖେଳାଳୀ ହେବା ଭଳି ନ ଥିଲା । ତଥାପି, କଳମ୍ବିଆ ଭଳି ଏକ ଦକ୍ଷ ଟିମ୍କୁ ମୁକାବିଲା କରିବାକୁ ଭାରତ ପ୍ରସ୍ତୁତ । ଜିତିବା ପାଇଁ ଦଳ ଖେଳିବ ବୋଲି ଭାରତୀୟ କୋଚ୍ ମାଟୋସ୍ ଦୃଢତାର ସହ କହିଥିବାରୁ ସୋମବାରର ଖେଳକୁ ନେଇ ଆଶାର ସଂଚାର ହୋଇଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS