ପ୍ରତ୍ୟେକ କଶ୍ମୀରୀ ‘ସିକ୍ରେଟ୍ ସୁପର୍ଷ୍ଟାର୍’ ଦେଖିବା ଉଚିତ – ବିଧୁ ବିନୋଦ ଚୋପ୍ରା
ମୁମ୍ବାଇର ଚଳଚ୍ଚିତ୍ର ନିର୍ମାତା ବିଧୁ ବିନୋଦ ଚୋପ୍ରା ଅମୀର-ଜାଇରାଙ୍କ ଫିଲ୍ମ୍ ‘ସିକ୍ରେଟ୍ ସୁପରଷ୍ଟାର୍’ ଦେଖିବା ପରେ ୧୬ ବର୍ଷ ବୟସ୍କା ଜାଇରା ୱାସିମ୍ଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି । ଜାଇରାଙ୍କ ଅଭିନୟ ଉଚ୍ଚକୋଟିର ଥିବା ସେ କହିଛନ୍ତି । ଚୋପ୍ରା କହିଛନ୍ତି ଯେ, ପ୍ରତ୍ୟେକ କଶ୍ମୀରୀ ଏହି ଫିଲ୍ମ ଦେଖିବା ଉଚିତ । କାହିଁକି ନା, ଜାଇରା କଶ୍ମୀରୀ ଝିଅ । କଶ୍ମୀର ଭଳି ପାର୍ବାତ୍ୟ ଇଲାକାରେ ମଧ୍ୟ ଏଭଳି ସୁନ୍ଦର ଓ ଦକ୍ଷ କଳାକାର ଅଛନ୍ତି, ତାହା ଫିଲ୍ମରେ ଜାିରାଙ୍କ ଅଭିନୟ ଦେଖିଲେ ହିଁ ଜଣେ ହୃଦବୋଧ କରି ପାରିବ । ତେଣୁ, କଶ୍ମୀରବାସୀ ‘ସିକ୍ରେଟ୍ ସୁପର୍ଷ୍ଟାର୍’ ଦେଖିବାକୁ ସେ ନିବେଦନ କରିଛନ୍ତି । ଫିଲ୍ମ ନିର୍ମାତା ବିଧୁ ବିନୋଦ ଚୋପ୍ରା ମଧ୍ୟ ଶ୍ରୀନଗରରେ ବହୁ ଦିନ କଟାି ଥିବା ପ୍ରକାଶ ।
ଗତ ମଙ୍ଗଳବାର (ଅକ୍ଟୋବର ୧୭ ତାରିଖ) ଏହି ଚଳଚ୍ଚିତ୍ରର ସ୍ୱତନ୍ତ୍ର ସ୍କ୍ରିନିଂ ହୋଇଥିଲା ଏବଂ ବିଧୁ ବିନୋଦ ଚୋପ୍ରା ସେଠାରେ ଉପସ୍ଥିତ ଥିଲେ । ଏହି ସ୍ୱତନ୍ତ୍ର ସ୍କ୍ରିନିଂ ବେଳେ ସେ ଫିଲ୍ମଟି ଦେଖି ଜାଇରାଙ୍କ ଅଭିନୟର ଉଚ୍ଚ ପ୍ରଶଂସା କରିଥିଲେ । ମା’ ଓ ପୁଅର ଆତ୍ମୀକ ସଂପର୍କକୁ ନେଇ ୧୯୫୭ରେ ନିର୍ମିତ ‘ମଦର ଇଣ୍ଡିଆ’ ଭଳି ବହୁ ହିନ୍ଦି ଫିଲ୍ମ ନିର୍ମାଣ ହୋଇଛି । କିନ୍ତୁ, ମା’ ଓ ଝିଅର ଆତ୍ମୀକ ସଂପର୍କକୁ ନେଇ ଫିଲ୍ମ ସେ ରୂପେଲି ପରଦାରେ ଦେଖି ନଥିଲେ । ‘ସିକ୍ରେଟ୍ ସୁପରଷ୍ଟାର୍’ ଏହି ଅଭାବ ପୂରଣ କରିଛି ବୋଲି ସେ କହିଛନ୍ତି ।
ସ୍ୱତନ୍ତ୍ର ସ୍କି୍ରନିଂରେ ଅମିର ଖାନ୍, ରଣବୀର କପୁର, ଶଙ୍କର ମହାଦେବନ, ଏହସାନ ନୁରାନି, ଗୌରୀ ଖାନ୍, ଜୋୟା ଅଖତର, କୁନାଲ କୋହିଲି, ସିଦ୍ଧାର୍ଥ ରାୟ କପୁର, ରାକେଶ ଓମ୍ପ୍ରକାଶ ମେହେରା, ଆଶୁତୋଷ ଗୱାରିକର, ଜାକଲିନ୍ ଫର୍ଣ୍ଣଣ୍ଡିଜ୍, ସରମନ ଯୋଶୀ, ଅକ୍ଷୟ ଖାନ୍ନା, ଭିକ୍କି କୌଶଲ, ମେହେର ଭିଜ୍, କିରଣ ରାଓଙ୍କ ଭଳି ବଲିଉଡ୍ର ବହୁ ସେଲିବ୍ରିଟି ଯୋଗ ଦେଇଥିଲେ । ଅଦଭିତ୍ ଚନ୍ଦ୍ରନ୍ ନିଦେ୍ର୍ଦଶନାରେ ‘ସିକ୍ରେଟ୍ ସୁପର୍ଷ୍ଟାର୍’ର ନିର୍ମିତ ହୋଇଛି । ଏହି ଚଳଚ୍ଚିତ୍ରଟି ତାଙ୍କ କ୍ୟାରିଅର୍ର ସର୍ବୋତ୍ତମ କୃତୀ ବୋଲି ଅଧିକାଂଶ ପ୍ରଶଂସକ ମତ ଦେଇଥିବା ସେଠାରେ ଉପସ୍ଥିତ ଅଭିନେତା ଅମିର ଖାନ୍ ପ୍ରକାଶ କରି ଥିଲେ । ଇନ୍ସିଆ (ଜାଇରା ୱାସିମ୍) ନାମକ ଜଣେ ନାବାଳିକା ପ୍ରସିଦ୍ଧ ଗାୟିକାଟିଏ ହେବାକୁ ଚାହୁଁଛି ଏବଂ ଏଥିପାଇଁ ସେ ନିଜର ଓ ନିଜ ଚାରି ପାଖରେ ଥିବା ଅନ୍ୟ ସମସ୍ତଙ୍କ ଜୀବନକୁ କିଭଳି ଭାବେ ବଦଳାଇ ଦେଇଛି, ତାହା ଉପରେ ଫିଲ୍ମ ‘ସିକ୍ରେଟ୍ ସୁପରଷ୍ଟାର୍’ ତିଆରି ହୋଇଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS