ଅମିରଙ୍କ ସ୍ୱୀକାରୋକ୍ତି: ଅନିଲ ଓ ଜିତେନ୍ଦ୍ରଙ୍କ ବ୍ୟକ୍ତଗତ ଷ୍ଠାଇଲ୍କୁ ସେ ନକଲ କରିଛନ୍ତି..
‘ସିକ୍ରେଟ୍ ସୁପରଷ୍ଟାର୍’ର ସ୍ୱତନ୍ତ୍ର ସ୍କ୍ରିନିଂରେ ଯୋଗ ଦେବା ଅବସରରେ ଚଳଚ୍ଚିତ୍ରର ମୁଖ୍ୟ ନାୟକ ଅମିର ଖାନ୍ ସ୍ୱୀକାର କରିଛନ୍ତି ଯେ, ବଲିଉଡ୍ର ବରିଷ୍ଠ କଳାକାର (ଅଭିନେତା) ଜିତେନ୍ଦ୍ର ଓ ଅନିଲ କପୁରଙ୍କ ବାସ୍ତବ ଜୀବନର କିଛି ବ୍ୟକ୍ତିଗତ ଅଭ୍ୟାସକୁ ସେ ନକଲ କରିଛନ୍ତି । ‘ସିକ୍ରେଟ୍ ସୁପରଷ୍ଟାର୍’ରେ ଅମିର ଖାନ୍ ଶକ୍ତି କୁମାର ଭୂମିକାରେ ଅଭିନୟ କରିଛନ୍ତି । ଅନିଲ କୁମାର ଯାହା ସହିତ କଥା ହୁଅନ୍ତୁ ନା କାହିଁକି କଥା ସରିବା ପରେ ‘ବାୟେ’ ଶବ୍ଦକୁ ଥରେ ନୁହେଁ, ବହୁବାର ଦୋହରାଇ ଥା’ନ୍ତି । ସେହିଭଳି, ବୟୋଜ୍ୟେଷ୍ଠ ଅଭିନେତା ଜିତେନ୍ଦ୍ର କତାବାର୍ତା ସରିବା ବେଳେ ‘ବକ୍ ଅଫ୍ ଇଣ୍ଡିଆ’ ଫ୍ରେଜ୍କୁ ସବୁଠି ବ୍ୟବହାର କରିଥା’ନ୍ତି । ଅନିଲଙ୍କ ‘ବାୟେ’, ‘ବାୟେ’, ‘ବାୟେ’ ଏକାଧିକବାର ଦୋହରାଇବା ଷ୍ଟାଇଲ୍ ଓ ଜିତେନ୍ଦ୍ରଙ୍କ ‘ବକ୍ ଅଫ୍ ଇଣ୍ଡିଆ’ ଫ୍ରେଜ୍କୁ ଅମିର ‘ସିକ୍ରେଟ୍ ସୁପରଷ୍ଟାର୍’ ଚଳଚ୍ଚିତ୍ରରେ ନକଲ କରି ହ୍ୟୁମର୍ ସୃଷ୍ଟି କରିଛନ୍ତି । ଅକ୍ଟୋବର ୧୯ରେ ଅମିର-ଜାଇରାଙ୍କ ଦ୍ୱିତୀୟ ଫିଲ୍ମ ‘ସିକ୍ରେଟ୍ ସୁପରଷ୍ଟାର’ ରିଲିଜ ହୋଇଛି । ୨୦ରେ ରୋହିତ ସେଟ୍ଟୀଙ୍କ ‘ଗୋଲମାଲ୍ ଏଗେନ୍’ ରିଲିଜ୍ ହେଉ ଥିବାରୁ ଦୁଇ ଫିଲ୍ମ ମଧ୍ୟରେ କଡା ଟକ୍କର୍ ହେବ ବୋଲି ବଲିଉଡ୍ ଫିଲ୍ମ ବଜାରରେ ଚର୍ଚ୍ଚା ଚାଲିଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS