ଆଇନ ତା’ ବାଟରେ ଯାଉଛି… !
– ପ୍ରସାଦ ରାଓ-
ଭୁବନେଶ୍ୱର: ଅକ୍ଟୋବର ୧୦ତାରିଖରେ କୋରାପୁଟ ଜିଲ୍ଲା ପଟ୍ଟାଙ୍ଗୀ ବ୍ଲକ ମୁଷାଗୁଡା ଗ୍ରାମର ଜଣେ ନାବାଳିକାଙ୍କୁ ଗଣ ଦୁଷ୍କର୍ମ ଘଟଣାରେ ସଂପୃକ୍ତ ଚାରି ଜଣ ଅପରାଧୀଙ୍କୁ ପୁଲିସ ଆଜି ସୁଦ୍ଧା ଗିରଫ କରି ପାରି ନାହିଁଁ । ଦିନ ଦ୍ୱିପହରରେ ଏହି ଗଣ ଦୁଷ୍କର୍ମ ଘଟିଥିଲା । ଅଭିଯୁକ୍ତମାନେ ଯବାନଙ୍କ ଭଳି ୟୁନିଫର୍ମ ପିନ୍ଧି ଥିଲେ । ତେଣୁ, ନାବାଳିକା ଜଣକ ତାଙ୍କ ଏତଲାରେ ଚାରି ଯବାନଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି । ଘଟଣାର ୨୦ ଦିନ ପରେ ମଧ୍ୟ ସେ ତାଙ୍କ ବୟାନ ବଦଳି ନ ଥିବାରୁ କଥାରେ ସତ୍ୟତା ଥିବା ସ୍ପଷ୍ଟ ହେଉଛି । ପୁଲିସ ପ୍ରଥମେ ମାଓ ଅପରେସନ୍ରେ ସଂପୃକ୍ତ ଯବାନମାନେ ଏହି କାଣ୍ଡ ଘଟାଇ ଥିବା ସନେ୍ଦହରେ ତଦନ୍ତ ଆରମ୍ଭ କରିଥିଲେ । ପରେ, ତଦନ୍ତର ମୋଡ ବଦଳିଲା । ମାଓବାଦୀଙ୍କୁ ସନେ୍ଦହ କରାଗଲା । ପରେ ରାଜ୍ୟ ପୁଲିସ ମହା ନିଦେ୍ର୍ଦଶକ କହିଲେ ଅର୍ଦ୍ଧ ସାମରିକ ବାହିନୀ ବା ମାଓବାଦୀ ଏହି ଘଟଣାରେ ସଂପୃକ୍ତ ନାହାନ୍ତି । ଏହା ପଛରେ ପ୍ରେମ ବ୍ୟାପାର ବା ପୂର୍ବ ଶତୃତା ଥିବା ସନେ୍ଦହ କରାଯାଉଛି । ପିଡ଼ିତାଙ୍କ ପରିବାରର ଚାରି ଜଣଙ୍କୁ ପୁଲିସ ଉଠାଇ ଆଣି ଜେରା କଲା । ଜଣକୁ ଭୁବନେଶ୍ୱର ଆଣି ମିଛ ଧରା ପରୀକ୍ଷଣ କରାଇଲା । କିନ୍ତୁ, ପୁଲିସକୁ ସେଭଳି କିଛି ସୁରାକ୍ ମିଳି ନାହିଁ । ସନ୍ଦିଗ୍ଧଙ୍କୁ ଛାଡିବାକୁ ପୁଲିସ ବାଧ୍ୟ ହୋଇଛି । ଇତିମଧ୍ୟରେ ନାବାଳିକା ସୁସ୍ଥ ହୋଇ ମେଡିକାଲରୁ ମୁକୁଳିଛନ୍ତି । ପରିବାର ବିଭିନ୍ନ ଆଳ ଦେଖାଇ ତାଙ୍କୁ ଘରକୁ ନେବାକୁ ରାଜି ନୁହନ୍ତି । ନବାଳିିକାଙ୍କୁ ଶିଶୁ ମଙ୍ଗଳ କମିଟି ହେପାଜତରେ ରଖା ଯାଇଛି । ଚିନ୍ତାର ବିଷୟ ହେଉଛି, ୨୯ ତାରିଖ ରାତିରେ ପୀଡ଼ିତା ନାବାଳିକା ଆତ୍ମହତ୍ୟା ଉଦ୍ୟମ କରିଥିଲେ । ପରିବାର ଆଡୁ ଏହା ଅଭିଯୋଗ ହୋଇଛି । ପୁଲିସ ଅସ୍ୱୀକାର କରୁଥିଲେ ମଧ୍ୟ ନାବାଳିକାର ମାନସିକ ସ୍ଥିତି ଯାହା, ଆତ୍ମହତ୍ୟା ଉଦ୍ୟମକୁ ଅସ୍ୱୀକାର କରି ହେଉ ନାହିଁ । ଗଣ ଦୁଷ୍କର୍ମର ୨୦ ଦିନ ପରେ ମଧ୍ୟ ପୁଲିସ ହାତ ଖାଲି ରହିବା ଏବଂ ଦୁଷ୍କର୍ମକାରୀଙ୍କୁ ଧରିବା ଦୂରେ ଥାଉ, ଚିହ୍ନଟ ମଧ୍ୟ କରି ନ ପାରିବା ରାଜ୍ୟ ପୁଲିସ ଓ କ୍ରାଇମ ବ୍ରାଂଚ୍ର ଦକ୍ଷତା ବା ଆନ୍ତରିକତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । କୌଣସି କାରଣରୁ ପୁଲିସ ସମୟ ଗଡାଇବା ଚକ୍କରରେ ଥିବା ସନେ୍ଦହ କରାଯାଉଛି । ରାଜ୍ୟ ସରକାର ବା ଗୃହ ମନ୍ତ୍ରଣାଳୟକୁ ଯଦି କେହି ଏସଂପର୍କରେ ପ୍ରଶ୍ନ କରୁଛି, ରେଡିମେଡ୍ ଉତ୍ତର ମିଳୁଛି -‘ଆଇନ ତା’ ବାଟରେ ଯାଉଛି’ । ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଦେ୍ର୍ଦଶ ଦେଇ ମୁଖ୍ୟମନ୍ତ୍ରୀ ନୀରବ। ଗଣ ଦୁଷ୍କର୍ମ ବିରୋଧରେ ପ୍ରଥମେ ସ୍ୱର ଉତ୍ତୋଳନ କରିଥିବା କୋରାପୁଟ ଜିଲ୍ଲା କଂଗ୍ରେସ ମଧ୍ୟ ନୀରବ । ପିସିସି ସଭାପତି ଏହି ଘଟଣାର ପ୍ରତିବାଦରେ ରାଜଭବନ ସମ୍ମୁଖରେ ଧାରଣା ଦେବେ ବୋଲି ଘୋଷଣା କରି ଏବେ ନୀରବ ହାଇ ଯାଇଛନ୍ତି ।
ରାଜ୍ୟର ଆଇନ ଶୃଙ୍ଖଳକୁ ନେଇ ଅନ୍ୟ ଏକ ଉଦାହରଣ ହେଉଛି, ନିକଟରେ ଗଞ୍ଜାମ ଜିଲ୍ଲାରେ ଘଟିଥିବା ଛତ୍ରପୁର ବିଜ୍ଞପିତ ଅଂଚଳ ପରିଷଦର କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନଙ୍କ ହତ୍ୟା ଘଟଣା । ସେପ୍ଟେମ୍ବର ୧୬ ତାରିଖ ସ୍ପଷ୍ଟ ଦିବାଲୋକରେ ତାଙ୍କୁ ଘର ସାମ୍ନାରେ ହତ୍ୟା କରାଗଲା । ଲକ୍ଷ୍ମୀଦତ୍ତ ବିଜେଡ଼ିର ଜଣେ ଯୁବ ନେତା ହୋଇଥିବାରୁ ଏବଂ ହତ୍ୟାକାଣ୍ଡ ସହ ବିଜେପି ସମର୍ଥକ ସଂପର୍କ ରହି ଥିବାରୁ ପୁଲିସ ତତ୍ପର ହୋଇ ଉଠିଲେ । ତୁରନ୍ତ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହେଲା । ଘଟଣାସ୍ଥଳରୁ ସିସିଟିଭି ଫୁଟେଜ୍ ସଂଗ୍ରହ କରାଯାଇ ସେଥିରେ ଦୃଶ୍ୟମାନ ଥିବା ୧୫ ଜଣଙ୍କୁ ପୁଲିସ ଗିରଫ କଲେ । ଅଭିଯୁକ୍ତଙ୍କୁ ଜେରା କରିବା ପରେ ମୁଖ୍ୟ ଅଭିଯୁକ୍ତ କୁହା ଯାଉଥିବା ବିଜେପି ସମର୍ଥକ କୃଷ୍ଣଚନ୍ଦ୍ର ନାୟକ ଓ ଦୁର୍ଯେ୍ୟାଧନ ରେଡ୍ଡିଙ୍କୁ ଖୋଜିବା ସକାଶେ ତିନିଟି ପୁଲିସ ଟିମ୍ ଗଠନ କରାଗଲା । ମୋବାଇଲ୍ ଟ୍ରାକ୍ କରି ସେମାନଙ୍କୁ ଗିରଫ କରିବା ସକାଶେ ଗଞ୍ଜାମ ଏସ୍ପି ଆଶିଷ ସିଂହ ଦିନ, ରାତି ଏକାଠି କରି ଦେଲେ । ୨୮ ତାରିଖ ମୁଖ୍ୟ ଅଭିଯୁକ୍ତ କୃଷ୍ଣ ସାହୁ ଓ ଦୁର୍ଯେ୍ୟାଧନ ରେଡ୍ଡିଙ୍କୁ ଉତ୍ତରାଖଣ୍ଡର ଡ଼େରାଡୁନରୁ ଗିରଫ କରାଯାଇଥିବା ପୁଲିସ କହିଛି । କୃଷ୍ଣଙ୍କୁ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହାଙ୍କ ଗଞ୍ଜାମ ଗସ୍ତ ସମୟରେ ବିଜେପି ନେତାଙ୍କ ଗହଣରେ ଦେଖିବାକୁ ମିଳି ଥିଲା । କେନ୍ଦ୍ର ମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ସହ କୃଷ୍ଣ ଗୋଟିଏ ମଂଚରେ ପାଖାପାଖି ଥିବା ଫଟୋ ମଧ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ୍ ହୋଇଛି । ବର୍ତମାନ, ବିଜେପିର ଗଞ୍ଜାମ ଜିଲ୍ଲା ପ୍ରଭାରୀ ଦାୟିତ୍ୱରେ ଥିବା ବରିଷ୍ଠ ନେତା ତଥା ଦଳର ମୁଖପାତ୍ର ଗୋଲକ ମହାପାତ୍ରଙ୍କୁ କୃଷ୍ଣ ଓ ଦୁର୍ଯେ୍ୟାଧନଙ୍କୁ ଡ଼େରାଡୁନରେ ଲୁଚାଇ ଥିବା ସନେ୍ଦହରେ ପୁଲିସ ରାଜନୀତିର କାଠଗଠାକୁ ଟାଣିଛି । ଏହାକୁ ନେଇ ବିଜେଡ଼ି-ବିଜେପି ମଧ୍ୟରେ ବାକ୍ୟୁଦ୍ଧ ଚରମ ସୀମାରେ ପହଂଚି ଥିବା ବେଳେ ରାଜ୍ୟ ବିଜେପି ନେତୃବର୍ଗ ଗଞ୍ଜାମ ଏସ୍ପିଙ୍କ ବିରୋଧରେ ରାଜ୍ୟପାଳଙ୍କ ନିକଟରେ ଫେରାଦ ହେବା ସହ ମଙ୍ଗଳବାର ରାଜ୍ୟ ପୁଲିସ ମହାନିଦେ୍ର୍ଦଶକଙ୍କୁ ଭେଟି ତାଙ୍କୁ ତୁରନ୍ତ ଗଞ୍ଜାମ ଓ ବ୍ରହ୍ମପୁର ପୁଲିସ ଜିଲ୍ଲା ମୁଖ୍ୟ ପଦରୁ ବଦଳି କରାଯିବାକୁ ଦାବି କରିଛନ୍ତି । କାରଣ, କୃଷ୍ଣ ଓ ଗୋଲକଙ୍କ ମଧ୍ୟରେ ଆତ୍ମଗୋପନ ପୁର୍ବରୁ ଓ ଆତ୍ମଗୋପନ ସମୟରେ ହୋଇଥିବା ଟେଲିଫୋନ୍୍ ବାର୍ତାଳାପର ବିସ୍ତୃତ ବିବରଣୀ (ସିଡ଼ିଆର) ସେ ମିଡ଼ିଆକୁ ଦେଇ ବିଜେପିକୁ ଅଡୁଆରେ ପକାଇଛନ୍ତି । ଅନ୍ୟପକ୍ଷରେ, ଗଞ୍ଜାମ ଜିଲ୍ଲା ସମେତ ରାଜ୍ୟରେ ବିଜେଡ଼ି ପକ୍ଷରୁ ଗୋଲକଙ୍କ ଗିରଫଦାରୀ ଦାବିରେ ବିକ୍ଷୋଭ କରାଯିବା ସହ ତାଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି । ବ୍ରହ୍ମପୁରରେ କଂଗ୍ରେସ ପକ୍ଷରୁ ମଧ୍ୟ ବିଜେପି ବିରୋଧରେ ଆଲୋଚନାଚକ୍ରମାନ ଆୟୋଜନ କରାଯାଇ ଛତ୍ରପୁର କଉନସିଲରଙ୍କ ହତ୍ୟା ଘଟଣାର ନିନ୍ଦା କରାଯାଇଥିବା ଜଣାପଡିଛି ।
ତେବେ, ବିଜେପି ପୁଲିସ ମିଡ଼ିଆକୁ ଦେଇ ଥିବା ସିଡ଼ିଆର୍ ଜାଲ୍ ବୋଲି ଦର୍ଶାଇ ଜିଲ୍ଲାର ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପ୍ରରୋଚନାରେ ଗଞ୍ଜାମ ଏସ୍ପି ଏଭଳି କାର୍ଯୃ କରିଥିବା ପାଲଟା ଅଭିଯୋଗ କରିଛି । ଏସପି ଆଶିଷ ସିଂହ ରାଜନୀତି କରିବାକୁ ଚାହୁଁ ଥିଲେ ପୁଲିସ ପୋଷାକ ଉତାରି ସାମନାକୁ ଆସନ୍ତୁ ବୋଲି ନିଜେ ଗୋଲକ ମହାପାତ୍ର ଆହ୍ୱାନ ଦେବା ଏବଂ ବିଜେଡ଼ି ମନ୍ତ୍ରୀ ସୂର୍ଯ୍ୟ ପାତ୍ର ଓ ସାଂସଦ ପ୍ରତାପ ଦେବ ଗଞ୍ଜାମ ଏସପିଙ୍କୁ ସୁରକ୍ଷା ଦେଇ ପୁଲିସ ବିଜେପି ନେତା ମହାପାତ୍ରଙ୍କୁ ଏପର୍ଯ୍ୟନ୍ତ ତଦନ୍ତ ପାଇଁ ଡକାଇ ନ ଥିବା ବେଳେ ସେ ଭୟଭୀତ ହୋଇ ଏଭଳି ମନ୍ତବ୍ୟ ଦେଉଛନ୍ତି ବୋଲି ଅଭିଯୋଗ କରି ବିଜେପିକୁ କାଠଗଡ଼ାରେ ଠିଆ କରିଇବା ସକାଶେ ଉଦ୍ୟମ କରିଛନ୍ତି । ଏହି ଦୁଇ ରାଜନୈତିକ ଦଳର ତୀକ୍ତ ସଂପର୍କକୁ ପଦାରେ ପକାଇବା ସହ ଗଞ୍ଜାମ ଜିଲ୍ଲା ପୁଲିସର ମନୋବଳକୁ କ୍ଷୁର୍ଣର୍ କରୁଥିବା ଚର୍ଚ୍ଚା ହେଉଛି ।
ଲକ୍ଷ୍ମୀଦତ୍ତ ହତ୍ୟା ଘଟଣାରେ ପୁଲିସ ରାଜ୍ୟସ୍ତର ବିଜେପି ନେତାଙ୍କୁ ଫସାଇ ଭୟଭୀତ କରିବା ସହ ଦଳକୁ ବଦନାମ କରିବା ସକାଶେ ଉଦ୍ୟମ କରୁଛି ବୋଲି ରାଜ୍ୟପାଳ ଓ ରାଜ୍ୟ ପୁଲିସ ମହାନିଦେ୍ର୍ଦଶକଙ୍କ ନିକଟରେ ବିଜେପି ନେତାମାନେ ଅଭିଯୋଗ କରି ସ୍ମାରକପତ୍ର ଦେବା ସମୟରେ ଚିଟ୍ଫଣ୍ଡ୍ ଦୁର୍ନୀତିରେ ସିବିଆଇ ବିଜେଡ଼ିି ନେତାଙ୍କୁ ଗିରଫ କରି ଜେଲ୍ ପଠାଇବା ସମୟରେ ବିଜେଡ଼ି ନେତାଙ୍କ ପ୍ରତିକ୍ରିୟାକୁ ମନେ ପକାଇ ଦେଉଛି । ପୁଲିସ ଶାସକ ଦଳର ହାତବାରିସୀ ହୋଇ କାମ କରୁଛି ବୋଲି ବିଜେପି ଅଭିଯୋଗ କରିଛି । କଟକ-ଚୌଦ୍ୱାର ବିଧାୟକ ପ୍ରଭାତ ରଂଜନ ବିଶ୍ୱାଳଙ୍କୁ ଚିଟ୍ଫଣ୍ଡ୍ ଜାଲିଆତିରେ ସଂପୃକ୍ତ ଥିବା ଅଭିଯୋଗରେ ସିବିଆଇ ଗିରଫ କରି ଜେଲ୍ ପଠାଇବା ସମୟରେ ବିଜେଡ଼ି ଆଡୁ ମଧ୍ୟ ଠିକ୍ ଏହି ଭଳି ଅଭିଯୋଗ ହୋଇଥିଲା । କେନ୍ଦ୍ର ବିଜେପି ନେତୃତ୍ୱାଧୀନ ସରକାରଙ୍କ ହାତବାରିସୀ ହୋଇ ସିବିଆଇ କାମ କରୁଥିବା ବିଜେଡି ଅଭିଯୋଗ କରିଥିଲା । ପ୍ରକାଶ ଜାଭଦେକରଙ୍କ ଭଳି ଦାୟିତ୍ୱ ସଂପନ୍ନ କେନ୍ଦ୍ର ମନ୍ତ୍ରୀମାନେ ‘ମିଶନ ଓଡ଼ିଶା’ କାର୍ଯ୍ୟକାରୀ କରିବା ସକାଶେ ଯେତେବେଳେ ଓଡ଼ିଶା ଆସୁଛନ୍ତି ବିଜେଡ଼ିର ଆହୁରି ଆନେକ ମନ୍ତ୍ରୀ, ବିଧାୟକ ସିବିଆଇ ଦ୍ୱାରା ଗିରଫ ହେବେ ବୋଲି ମନ୍ତବ୍ୟ ଦେଇ ସିବିଆଇ ସେମାନଙ୍କ ହାତରେ ଥିବା ଜାହିର କରିବାକୁ ଉଦ୍ୟମ କରୁଛନ୍ତି । ରାଜ୍ୟ ବିଜେଡ଼ି ସରକାରଙ୍କୁ ଭୟଭୀତ କରିବା ସକାଶେ କେନ୍ଦ୍ର ସରକାର ସିବିଆଇର ଭୟ ଦେଖାଉ ଥିବା ବେଳେ ରାଜ୍ୟ ବିଜେଡ଼ି ସରକାର ବିଜେପି ନେତାଙ୍କୁ ଠିକଣା ଜବାବ ଦେବା ସକାଶେ ରାଜ୍ୟ ପୁଲିସ ଓ ଭିଜିଳାନ୍ସକୁ କାମରେ ଲଗାଇବାରେ ଅସୁବିଧା ରହିଲା କୋଉଠି (?) ବୋଲି ଏବେ ପ୍ରଶ୍ନ ହେଉଛି । ଆଇନ ତା’ ବାଟରେ ଯାଉଛି । ଗୋଡ, ହାତ ନ ଥିବାରୁ ଆଇନକୁ କେଉଁଠି କେନ୍ଦ୍ର ସରକାର ତ କେଉଁଠି ରାଜ୍ୟ ସରକାର ହାତ ଧରି ଚଲାଉଛନ୍ତି । କୁନ୍ଦୁଲି ଗଣ ଦୁଷ୍କର୍ମ ମାମଲାରେ ମଧ୍ୟ ଆଇନ ଏଭଳି ଦୃତ ଗତିରେ ଧାଇଁ ଥିଲେ ପିଡ଼ୀତା ନିଜ ମନରୁ ଆତ୍ମହତ୍ୟା ଭାବନାକୁ ଦୂରେଇ ନୂଆ ଜୀବନ ଜିଇଁବା ପାଇଁ ଆଗଭର ହୋଇ ଥାଆନ୍ତେ ବୋଲି ତଥ୍ୟାଭିଜ୍ଞ ମହଲରେ ମତ ପ୍ରକାଶ ପାଉଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS