କୋଣାର୍କ ଏକ୍ସପ୍ରେସ୍ ରେ ମଲା ମୂଷା


ବ୍ରହ୍ମପୁର: ନଭେମ୍ବର ୩ ତାରିଖ ଅପରାହ୍ନରେ ଓଡ଼ିଶା ହାଇକୋର୍ଟ ବିଚାରପତି ଜଷ୍ଟିସ ବିଶ୍ୱନାଥ ରଥ କୋରାପୁଟରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ କୋଣାର୍କ ଏକ୍ସପ୍ରେସ୍ରେ ଯାଉଥିଲେ । ସେ ଟ୍ରେନ୍ ଯୋଗେ ଭୁନେଶ୍ୱରରୁ ବିଶାଖାପାଟଣା ଯାଇ ସେଠାରୁ କୋରାପୁଟ ଯାଇଥା’ନ୍ତେ । ତେବେ, ସେ ଯାଉଥିବା ଫାଷ୍ଟ୍ ଏସି ବଗି ଏକ ମଲା ମୂଷାର ପଚା ଗନ୍ଧରେ ଫାଟି ପଡିବା ଏବଂ ବଗିରେ ଅଧିକ ମୂଷା ଏପାଖ ସେପାଖ ଦୌଡୁଥିବା ଘଟଣା ରେଳବାଇର ନିଦ ହଜାଇଛି । ପଚା ଗନ୍ଧରେ ଅତିଷ୍ଟ ହୋଇ ବିଚାରପତି ଜଷ୍ଟିସ ରଥ ବ୍ରହ୍ମପୁର ଷ୍ଟେସନରେ ଓହ୍ଲାଇ ଯାଇ ଥିଲେ । ମଲା ମୂଷାର ଉକ୍ରଟ ଗନ୍ଧ ଯୋଗୁ ସେ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧାର ସମ୍ମୁଖୀନ ହୋଇଥିବା ଏବଂ ବଗି ଭିତରେ ଅଧିକ ସଂଖ୍ୟକ ମୂଷାଙ୍କ ଚଳପ୍ରଚଳ ହେଉଥିବା ନେଇ ଜଷ୍ଟିସ ରଥ ରେଳବାଇ ଉଚ୍ଚ ଅଧିକାରୀ ନିକଟରେ ଲିଖିତ ଅଭିଯୋଗ କରିବା ପରେ ଖୋଳତାଡ ଚାଳିଛି । କୋଣାର୍କ ଏକ୍ସପ୍ରେସ୍ର ଫାଷ୍ଟ୍ ଏସି ସିଟ୍ ତଳେ ଯେଉଁ ମୂଷା ଯନ୍ତା ବସା ଯାଇଥିଲା ସେଥିରେ ଗୋଟିଏ ମୂଷା ଲାଖି ଯାଇ ମରି ଥିଲା । ତାହା ଶଢି ପଚି ଯିବାରୁ ଦୁର୍ଗନ୍ଧ ହେଉଥିଲା ବୋଲି ଇଷ୍ଟକୋଷ୍ଟ୍ ରେଳବାଇ କର୍ତୃପକ୍ଷ ମାନିଛନ୍ତି । ମୁମ୍ବାଇ ଡ଼ିପୋରେ ଟ୍ରେନ୍ଟିର ରକ୍ଷଣାବେକ୍ଷଣ ହେଉ ଥିବାରୁ ଏନେଇ ମୁମ୍ବାଇସ୍ଥିତ ରେଳବାଇ ବରିଷ୍ଠ ଅଧିକାରୀଙ୍କୁ ଜଣାଇ ଦିଆଯାଇଛି ଏବଂ ସଫେଇରେ ଅବହେଳା ପାଇଁ ଯେଉଁମାନେ ଦାୟି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଶୁକ୍ରବାର ଦିନ ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଥିଲା । ସେଦିନ ଟ୍ରେନ୍ର ସଂପୃକ୍ତ ଫାଷ୍ଟ୍ ଏସି ବଗିକୁ ବ୍ରହ୍ମପୁରଠାରେ ଲାଇଜଲ୍ ଦେଇ ଭଲ ଭାବେ ଧୁଆ ଯାଇଥିବା ଏବଂ ପରେ ପଲାସା ଓ ବିଶାଖାପାଟଣାଠାରେ ମଧ୍ୟ ସଫେଇ ହୋଇଥିବା ଇଷ୍ଟ୍କୋଷ୍ଟ୍ ରେଳବାଇ ସୂତ୍ରରୁ ପ୍ରକାଶ । ମୁମ୍ବାଇ ଅଭିମୁଖେ ଯାଉ ଥିବା କୋଣାର୍କ ଏକ୍ସପ୍ରେସ୍ ଭୁବନେଶ୍ୱର କୋଚ୍ ଡ଼ିପୋରୁ ବାହାରି ଥାଏ । ୩ ତାରିଖ ଦିନ କୋଚ୍ ଡ଼ିପୋରୁ ଏହି ଏକ୍ସପ୍ରେସ୍ ଟ୍ରେନ୍ ବାହାରିବା ସମୟରେ ଭୁବନେଶ୍ୱର କୋଚ୍ ଡ଼ିପୋର କ୍ଲିନିଂ ସୁପରଭାଇଜର ଟ୍ରେନ୍ଟି ଯାତ୍ରା ପାଇଁ ଫିଟ୍ ଥିବା ସାର୍ଟିଫାଏ କରିଥିଲେ । ୪ ତାରିଖ ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯିବା ସହ ଇଷ୍ଟ୍ କୋଷ୍ଟ୍ ରେଳବାଇ ଖୋର୍ଦ୍ଧା ରୋଡ ଡ଼ିଭିଜନ ପକ୍ଷରୁ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯାନୁଷ୍ଠାନ ଆରମ୍ଭ ହୋଇଛି । ଇଷ୍ଟକୋଷ୍ଟ୍ ରେଳବାଇ ମୁଖ୍ୟ ଟେକ୍ନିକାଲ ଇଂଜିନିୟର ୪ ତାରିଖ ଭୁବନେଶ୍ୱର କୋଚ୍ ଡ଼ିପୋ ପରିଦର୍ଶନ କରି କୋଣାର୍କ ଏକ୍ସପ୍ରେସ୍ ସହ ରାଜଧାନୀ ଏକ୍ସପ୍ରେସ୍ ଓ ପ୍ରଶାନ୍ତି ଏକ୍ସପ୍ରେସ୍ ଗନ୍ତବ୍ୟ ସ୍ଥଳ ଅଭିମୁଖେ ବାହାରିବା ସମୟରେ କେଚ୍ ଡ଼ିପୋରେ ସ୍ୱତନ୍ତ୍ର ଭାବେ ଧ୍ୟାନ ଦିଆଯିବାକୁ ନିଦେ୍ର୍ଦଶ ଦେଇତିବା ସୂଚନା ମିଳିଛି । ଜଣେ ହାଇକୋର୍ଟ ବିଚାରପତି ଫାଷ୍ଟ୍ ଏସି ବଗିରେ ଯାତ୍ରା କରିବା ସମୟରେ ହଟହଟ୍ଟା ହେବାରୁ ପୂର୍ବତଟ ରେଳବାଇ ଦୋହଲିଲା । ସାଧାରଣ ଯାତ୍ରୀମାନେ ପ୍ରତି ଦିନ ଏଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସେମାନଙ୍କ ସ୍ୱର କେବେ ପୂର୍ବତଟ ରେଳବାି କର୍ତୃପକ୍ଷଙ୍କ କାନରେ ପଡିବ ବୋଲି ସାଧାରଣରେ ପ୍ରଶ୍ନ ହେଉଛି ।

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS