ଆଇଟିଆରରେ ଗ୍ଲାଇଡ୍ ବମ୍ ପରୀକ୍ଷା ସଫଳ
ବାଲେଶ୍ୱର: ନଭେମ୍ବର ୩ ତାରିଖ ଦିନ ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ସ୍ଥିତ ସମନ୍ୱୀତ ପରୀକ୍ଷଣ କେନ୍ଦ୍ର (ଆଇଟିଆର)ରେ ଭାରତୀୟ ବାୟୁ ସେନା ପାଇଁ ଗ୍ଲାଇଡ୍ ବମ୍ର ସଫଳ ପରୀକ୍ଷଣ ହୋଇଛି । ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଗ୍ଲାଇଡ୍ (ବିମାନରୁ ଅବତରଣ କରିପାରୁଥିବା) ବୋମାକୁ ଭାରତୀୟ ବିମାନ ବାହିନୀର ଯୁଦ୍ଧ ବିମାନରୁ ପରୀକ୍ଷଣ କରାଯାଇଥିଲା । ଇମାରତ ଗବେଷଣା କେନ୍ଦ୍ର ଓ ପ୍ରତିରକ୍ଷା ଗବେଷଣା ପ୍ରତିଷ୍ଠାନର ମିଳିତ ସହଯୋଗରେ ଏହି ଗ୍ଲାଇଡ୍ ବୋମା ନିର୍ମାଣ କରାଯାଇଛି । ବୈଜ୍ଞାନିକମାନେ ଏକ ସୁକ୍ଷ୍ମ ନାଭିଗେସନ୍ ପ୍ରକ୍ରିୟା ମାଧ୍ୟମରେ ଏହି ଯୁଦ୍ଧାସ୍ତ୍ରର ପରୀକ୍ଷଣ କରିଥିଲେ । ତିନିଟି ଭିନ୍ନ ଭିନ୍ନ ରେଂଜରେ ଏହା ପରୀକ୍ଷା କରାଯାଇଛି । ଏହି ବୋମା ୭୦ କିମି ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କ୍ଷମତା ରଖିଥିବା ବେଳେ ଖୁବଶୀଘ୍ର ଏହାକୁ ସେନାରେ ସାମିଲ କରାଯିବ ବୋଲି ଡ଼ିଆରଡ଼ିଓ କର୍ତୃପକ୍ଷ ସୂଚନା ଦେଇଛନ୍ତି। ଭାରତୀୟ ସେନାକୁ ଏହା ଶକ୍ତିଶାଳୀ କରିବ ବୋଲି ସୂଚନା ମିଳିଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS