କୁନ୍ଦୁଲି ଦୁଷ୍କର୍ମ ଘଟଣା: ସତ୍ୟପାଠ ମାଗିଲେ ହାଇକୋର୍ଟ
କୋରାପୁଟ: କୋରାପୁଟ ଜିଲ୍ଲା କୁନ୍ଦୁଲି ଦୁଷ୍କର୍ମ ଘଟଣା ଦିନକୁ ଦିନ ରହସ୍ୟମୟ ହେବାରେ ଲାଗିଛି । ପଟ୍ଟାଙ୍ଗୀ ଥାନା ମୂଷାଗୁଡ଼ା ଗା୍ରମର ପୀଡ଼ିତା (ନବମ ଶ୍ରେଣୀ ଛାତ୍ରୀ) ଅକ୍ଟୋବର ୧୦ ତାରିଖ ମଧ୍ୟାହ୍ନରେ କୁନ୍ଦୁଲି ହାଟରୁ ନିଜ ଗାଁକୁ ଫେରୁଥିବା ବେଳେ ଯବାନଙ୍କ ଭଳି ପୋଷାକ ପିନ୍ଧି ଥିବା ୪ ଜଣ ତାଙ୍କୁ ରାସ୍ତାରୁ ଟେକି ନେଇ ନିକଟସ୍ଥ ଜଙ୍ଗଲରେ ଗଣ ଦୁଷ୍କର୍ମ କରିଥିଲେ । ପୀଡ଼ିତା ଥାନାରେ ଦେଇଥିବା ଏତଲାରେ ତାହା ଅଭିଯୋଗ କରିଛନ୍ତି । ସଂପୃକ୍ତ ଅଂଚଳରେ ସିଆରପିଏଫ୍, ବିଏସ୍ଏଫ ଓ ରାଜ୍ୟ ସରକାରଙ୍କ ଅଧିନରେ ଥିବା ଏସ୍ଓଜି ବାହିନୀ ପକ୍ଷରୁ ମାଓ ଦମନ ଅଭିଯାନ ଚାଲିଛି । ତେଣୁ, ଯବାନଙ୍କ ଆଡୁ ଏଭଳି କାଣ୍ଡ ଘଟିଥିବା ଗ୍ରାମବାସୀ ସନେ୍ଦହ କରୁଛନ୍ତି । ନାବାଳିକାଙ୍କ ଏତଲା ମଧ୍ୟ ତାହାକୁ ଇଂଗିତ କରୁଛି । କିନ୍ତୁ, ୨୫ ଦିନ ପରେ ମଧ୍ୟ ପୁଲିସ ତଦନ୍ତ ଯେଉଁଠୁ ଆରମ୍ଭ ହୋଇଥିଲା ସେଇଠି ଥିବାରୁ ଜନସାଧାରଣରେ ବିଭିନ୍ନ ପ୍ରକାର ଆଶଙ୍କା ପ୍ରକାଶ ପାଉଛି । ପୁଲିସ ତଦନ୍ତରେ ସନେ୍ଦହ କରି ମାମଲାର ସିବିଆଇ ବା ଏନଆଇଏ ତଦନ୍ତ ନିଦେ୍ର୍ଦଶ ଦେବାକୁ ଆଇନଜୀବୀ ଗୌତମ ସିଦ୍ଦିକି ହାଇକୋର୍ଟର ଆଶ୍ରୟ ନେଇଛନ୍ତି । ସେ ଏକ ଜନସ୍ୱାର୍ଥ ମାମଲା ଦାଏର କରି ଏହି ଦାବି ଉପସ୍ଥାପନ କରିଛନ୍ତି । ୩ ତାରିଖ ଦିନ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଭିନିତ ସରଣ ଓ ଜଷ୍ଟିସ ବିଆର ଷଡ଼ଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣୀ କରି ତଦନ୍ତର ସାନି ସ୍ଥିତି ସଂପର୍କରେ ସତ୍ୟପାଠ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ନିଦେ୍ର୍ଦଶ ଦେଇଥିଲେ । ନଭେମ୍ବର ୨୧ରେ ପରବର୍ତୀ ଶୁଣାଣୀ ପାଇଁ ତାରିଖ ଧାର୍ଯ୍ୟ ହୋଇଛି । ଇତିମଧ୍ୟରେ, ପୀଡ଼ିତା କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜ ହସପିଟାଲରୁ ଛାଡ ପାଇ ସହର ଉପକଂଠ ଏକ ଶିଶୁ ପରିଚର୍ଯ୍ୟା କେନ୍ଦ୍ରରେ ଆଶ୍ରୟ ନେଇ ଥିବା ଜଣାପଡିଛି। ପରିବାର ଲୋକ ତାଙ୍କୁ ଘରକୁ ନେବାକୁ ରାଜି ନୁହନ୍ତି । ରାଜ୍ୟ ସରକାର ତଦନ୍ତ ଚାଲି ଥିବା କହି ମାମଲାକୁ ଗଡାଇ ଚାଲିଥିବା ବେଳେ ଏବଂ ମାମଲାର ସିବିଆଇ ବା ଏନ୍ଆଇଏ ତଦନ୍ତ ପାଇଁ ହାଇକୋର୍ଟରେ ଏକାଧିକ ପିଆଇଏଲ୍ ବିଚାରାଧୀନ ରହିଛି । ନିକଟରେ ବିଜୁ ଜନତା ଦଳ ଦଳିତ ସେଲ୍ ଅଧ୍ୟକ୍ଷ ବିଷ୍ଣୁ ଦାସ କୋରାପୁଟ ଯାଇ ପୀଡ଼ିତା ଓ ମୂଷାଗୁଡା ଗ୍ରାମବାସୀଙ୍କୁ ଭେଟି ଫେରିଛନ୍ତି । ଏହି ଦୁଷ୍କର୍ମ ପଛରେ ଏସଓଜି ଯବାନ ଥିବା ବିଷ୍ଣୁ ପ୍ରଥମେ ସନେ୍ଦହ ପ୍ରକାଶ କରି ପରେ ନିଜ ମନ୍ତବ୍ୟ ଫେରାଇ ନେଇଥିଲେ । ୪ ତାରିଖ ଦିନ ପୁଣି ଥରେ ତାହା ଦୋହରାଇ ଏହାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି । ଦୁଷ୍କର୍ମ-ପୀଡ଼ିତାଙ୍କ ଡାକ୍ତରୀ ମାଇନା ରିପୋର୍ଟକୁ ପୁଲିସ ବା ମେଡ଼ିକାଲ କର୍ତୃପକ୍ଷ ଖୁଲାସା ନ କରି ସଂପୂର୍ଣର୍ ଘଟଣାକୁ ରହସ୍ୟମୟ କରି ରଖି ଥିବା ବେଳେ କିଛି ଗଣମାଧ୍ୟମରେ ଦୁଷ୍କର୍ମ ମାମଲାକୁ ବାଟବଣା କଲା ଭଳି ରିପୋର୍ଟ ପ୍ରକାଶ ପାଉଥିବା ସରକାରଙ୍କ ମତିଗତିକୁ ନେଇ ସନେ୍ଦହର ବାତାବରଣ ସୃଷ୍ଟି କରିଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS