ଗୋଚର ଜାଗାରେ ଶବଦାହ
ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ମହାଗବ ଗାଁର ଘଟଣା । ନଭେମ୍ବର ୩ ତାରିଖ ସକାଳେ ଗାଁର ରଘୁନାଥ ହାଂସଦାଙ୍କ ପତ୍ନୀ ହୀରା ହାଂସଦା (୭୦)ଙ୍କ ମୃତ୍ୟୁ ଘଟିଲା । ପରିବାର ଲୋକ ଶବକୁ ଦାହ ପାଇଁ ଗାଁ ମଶାଣୀକୁ ନେଲେ । କିନ୍ତୁ, ଗ୍ରାମବାସୀ ଶବଦାହ କରାଇ ଦେଲେ ନାହିଁ । କାରଣ, ଶବଟି ଜଣେ ଆଦିବାସୀ, ଦଳିତ ମହିଳାଙ୍କର । ସ୍ୱାମୀ ରଘୁନାଥ ଶ୍ମଶାନରୁ ଶବ ଫେରାଇ ଆଣି ସରପଂଚଙ୍କୁ ଗୁହାରୀ ଜଣାଇଲେ । ସରପଂଚ ମଧ୍ୟ ନିରୁତ୍ତର ରହିଲେ । ୨୦୦ ଟଙ୍କା ଯାଚି ଗାଁ ପାଖ କେନାଲ ବନ୍ଧ ନିକଟରେ ଦାହ କରିବାକୁ ପରାମର୍ଶ ଦେବାରୁ ରଘୁନାଥଙ୍କ ପରିବାର ଶବକୁ ଧରି ପଂଚାୟତ କାର୍ଯ୍ୟାଳୟକୁ ଯାଇ ସକାଳ ୬ଟାରୁ ୧୨ ଘଂଟା କାଳ ଧାରଣାରେ ବସିଲେ । ତଥାପି ନ୍ୟାୟ ମିଳିଳା ନାହିଁଁ । ଶବଦାହ ପାଇଁ ଅନ୍ୟ ସ୍ଥାନକୁ ଯିବାରୁ ସେଠାକାର ଗା୍ରମବାସୀ ମାଡ ମାରିବାକୁ ଗୋଡାଇଲେ । ଶେଷରେ ତହସିଲଦାର ହସ୍ତକ୍ଷେପ କରି ଗାଁ ଠାରୁ ଦୁଇ କିମି ଦୂର ଏକ ଗୋଚର ଜମିରେ ଶବଦାହ କରାଇ ଥିଲେ ବୋଲି ଖବର ମିଳିଛି । ଗାଁରେ ୪୦ ବର୍ଷରୁ ଅଧିକ ହେଲା ୨୦ରୁ ୩୦ ଆଦିବାସୀ ପରିବାର ସ୍ଥାୟୀ ବାସିନ୍ଦା ଭାବେ ଭୋଟର ପରିଚୟପତ୍ର ଓ ରେସନ କାର୍ଡ ପାଇଛନ୍ତି ସିନା ଅସବର୍ଣ୍ଣ ଓ ଦଳିତ ହୋଇ ଥିବାରୁ ଏଭଳି ମାନସିକ ନିର୍ଯାତନା ଭୋଗୁ ଥିବା ଜଣାପଡିଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS