ଏସୀୟ କପ୍ ମହିଳା ହକି ଫାଇନାଲରେ ଚୀନକୁ ୫-୪ରେ ହରାଇ ଭାରତ ଟାଇଟଲ୍ ବିଜୟୀ
କାକାମିଗାରା (ଜାପାନ), ୦୫ ନଭେମ୍ବର: ଆଜି ଏଠାରେ ଅନୁଷ୍ଠିତ ମହିଳା ଏସୀୟ କପ୍ ହକି ଫାଇନାଲରେ ଭାରତ ୫-୪ ଗୋଲରେ ଚୀନକୁ ପରାଜିତ କରି ଟାଇଟଲ୍ ବିଜୟୀ ହେବା ସହ ୨୦୧୮ ହକି ବିଶ୍ୱ କପ୍ ପାଇଁ ଯୋଗ୍ୟତା ଅର୍ଜନ କରିଛି । ଭାରତୀୟ ହକି ଦଳର ରାଣୀ ଶେଷ ଗୋଲ ସ୍କୋର କରି ଭାରତକୁ ସମ୍ମାନଜନକ ବିଜୟ ଦେଇଥିବା ବେଳେ ଗୋଲକିପର ସବିତା ଚୀନ ଦଳର ଏକ ଗୋଲକୁ ରୋକି ଏହି ବିଜୟର ଭାଗୀଦାର ହୋଇଛନ୍ତି । ଭାରତ ୨୦୧୦ ସଂସ୍କରଣରେ ନବମ ସ୍ଥାନରେ ରହି ବିଶ୍ୱ କପି ହକି ଖେଳିବାରୁ ବଂଚିତ ହୋଇ ଥିଲା । ଆଜିର ଫାଇନାଲ ଖେଳରେ ରାଣୀ ଦୁଇଟି ଗୋଲ ସ୍କୋର କରିଥିବା ବେଳେ ମୋନିକା, ଲିଲିମା ମିଂଜ୍ ଓ ନଭଜୋତ୍ ଗୋଟିଏ ଲେଖାଏଁ ଗୋଲ୍ ସ୍କୋର୍ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜିର ବିଜୟ ପାଇଁ ଭାରତୀୟ ମହିଳା ହକି ଦଳକୁ ଅଭିନ୍ଦନ ଜଣାଇଛନ୍ତି । ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଭାରତୀୟ ମହିଳା ହକି ଦଳକୁ ଅଭିନନ୍ଦନ ଜଣାଇ ଟିମ୍ରେ ଓଡ଼ିଶାର ୫ ଜଣ ଖୋଳାଳୀ ଥିବାରୁ ଏହି ବିିଜୟ ଓଡ଼ିଶାକୁ ମଧ୍ୟ ଗୌରବାନନ୍ୱିତ କରିଛି ବୋଲି କହିଛନ୍ତି । ୨୦୦୪ରେ ଭାରତୀୟ ହକି ମହିଳା ଟିମ୍ ୧-୦ ଗୋଲରେ ଜାପାନକୁ ପରାଜିତ କରି ଏସୀୟ କପ୍ ହକି ଚଂପିଆନ ଟାଇଟଲ୍ ହାସଲ କରିଥିଲେ । ୧୩ ବର୍ଷ ପରେ ପୁଣି ଥରେ ଏହି ଟାଇଟଲ୍ ଜିତି ଭାରତୀୟ ମହିଳା ହକି ଟିମ୍ ଦେଶକୁ ଗୌରବାନ୍ୱିତ କରିଛନ୍ତି । ଭାରତ ଓ ଚୀନ ମଧ୍ୟରେ ଆଜିର ଫାଇନାଲ ଖେଲ ବେଶ୍ ରୋମାଂଚକର ଥିଲା । ଚଳିତ ବର୍ଷ ପ୍ରାରମ୍ଭରେ ଭାରତୀୟ ପୁରୁଷ ହକି ଟିମ୍ ମଧ୍ୟ ଏସୀୟ କପ୍ ହକି ଚଂପିଅନ ଟାଇଟଲ ହାସଲ କରି ପ୍ରଶଂସିତ ହୋଇଥିଲେ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS