ରଂଧନ ଗ୍ୟାସର ଦରବୃଦ୍ଧି ପ୍ରତିବାଦରେ ବ୍ରହ୍ମପୁରରେ ମହିଳା ବିଜୁ ଜନତା ଦଳର ବିକ୍ଷୋଭ
ବ୍ରହ୍ମପୁର,୦୬ ନଭେମ୍ବର: ରଂଧନ ଗ୍ୟାସର ଦର ବୃଦ୍ଧି ପ୍ରତିବାଦରେ ସୋମବାର ଦିନ ଗଞ୍ଜାମ ଜିଲ୍ଲା ମହିଳା ବିଜୁ ଜନତା ଦଳ ପକ୍ଷରୁ ବ୍ରହ୍ମପୁରସ୍ଥିତ ଦକ୍ଷିଣାଂଚଳ ରାଜସ୍ୱ କମିସନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ବିକ୍ଷୋଭ ଅନୁଷ୍ଠିତ ହୋଇ ଯାଇଛି । ଗଞ୍ଜାମ ଜିଲ୍ଲା ମହିଳା ବିଜୁ ଜନତା ଦଳ ସଭାପତି ସଂଘମିତ୍ରା ଦଳେଇଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ବିକ୍ଷୋଭରେ ରାଜ୍ୟ ଉପ ସଭାପତି ମମତା ବିଶୋଇଙ୍କ ସମେତ ଜିଲ୍ଲାର ଶତାଧିକ ମହିଳା କର୍ମୀ, ଜିଲ୍ଲାସ୍ତର କର୍ମକର୍ତା, ଜିଲ୍ଲାର ବିଧାୟକ ଏବଂ ବିଜୁ ଜନତା ଦଳ ନେତୃବର୍ଗ ଭାଗ ନେଇଥିଲେ । କେନ୍ଦ୍ର ସରକାରଙ୍କ ବିରୋଧରେ ବିଭିନ୍ନ ସ୍ଲୋଗାନ ଦେଇ ସେମାନେ ସହରରେ ଶୋଭାଯାତ୍ରା କରିବା ସହ ଆରଡ଼ିସିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସଭା କରିଥିଲେ । ପରେ ଆରଡ଼ିସିଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS